ବନ୍ଦ ଘରୁ ଉଦ୍ଧାର ହେଲା ଭାଉଜ-ଦିଅରଙ୍କ ମୃତଦେହ

Spread the love

କେନ୍ଦୁଝର, ୧୩/୧/୨୦୨୦ (ସନ୍ଧାନ ନିଉଜ) : ଦୁଇଟି ଘରୁ ଦିଅର ଓ ଭାଉଜଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ପାଟଣା ନୂଆବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ପ୍ରେମଜନିତ କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।ଦୁଇଟି ଘରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ତେବେ କିପରି ଏହି ଦୁଇଜଣଙ୍କର ମୃତ୍ୟୁ ଘଟିଛି ତାର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରେମ ଜନିତ କାରଣରୁ ଦୁହେଁ ଆତ୍ମହତ୍ୟା କରିଥିବା ପୁଲିସ୍ ସନ୍ଦେହ ପ୍ରକାଶ କରୁଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ମହିଳା ଓ ପୁରୁଷ ଦୁହେଁ ସମ୍ପର୍କରେ ଦିଅର ଭାଉଜ ।

Related Posts

About The Author

Add Comment