ଭୁବନେଶ୍ୱର, (ସନ୍ଧାନ ନିୟୁଜ) ରାଷ୍ଟ୍ରୀୟ ସଂଗୀତ ଏବଂ ଉକôଳ ସଂଗୀତକୁ ଅନ୍ୟ ଏକ ସ୍ୱରରେ ଗାଇକା ସୋନା ମହାପାତ୍ର ଏବଂ ରୁତୁରାତ ମହାନ୍ତି କୌଣସି ମନ୍ଦ ଉଦେଶ୍ୟ ନରଖି ଗାଇଥିବା ବେଳେ ସେତେବେଳେ ଏହାକୁ ନେଇ ରାଜ୍ୟରେ ତୁମ୍ବିତୋଫାନ ହୋଇଥିଲା । ଏପରକି ଗଣମଧ୍ୟମ ପ୍ରତିିନିଧି ଏବଂ ଗଣମାଧ୍ୟମ ସଂସ୍ଥା ଗୁଡିକ ତାଙ୍କ ବିରୁଧରେ ଲଗାତାର ଖବର ପରିବେଷଣ କରିବାକୁ ଲାଗିପଡିଥିଲେ । ହେଲେ ଏବେ ସେହିଭଳି ଏହି ଦୁଇ ଗୀତକୁ ବିଜେଡି ଦଳ ‘ନୀବନ ନବୀନ’ ଗୀତରେ ମିଶିକରି ବୋଲାଯାଉଥିବା ଦେଖିବାକୁ ମିଳିଛି । ଆଜି ଚଣ୍ଡିଖୋଲ ଛକରେ ଧର୍ମଶାଳାର ବିଧାୟକଙ୍କ ପ୍ରଚାର କରୁଥିବା ଏକ ଗାଡିରେ ବୋଲାଯାଇଥିବା ବେଳେ ଛକରେ କେତକ ବ୍ୟକ୍ତି ଛିଡା ହୋଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଏହା ନିୟମ ଏବଂ ସମ୍ବିଧାନ ବିରୋଧୀ ବୋଲି ଚର୍ଚ୍ଚା ହେବା ସହିତ କାହିଁକି ଅନ୍ୟ ବିରେଧୀ ଦଳ ଏବଂ ଗଣମାଧ୍ୟମ ମୁହଁ ଖୋଲୁନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ଗୀତକୁ ହୁମାୟୁନ ସାଗର ଗାଇଥିବା ବେଳେ ମୁନୁ ପାଗଳ ଏହାକୁ ଲେଖିଛନ୍ତି ଏବଂ ଜାପାନି ଭାଇ ଏହାର ନିଦେ୍ର୍ଦଶନା ଦେଇଥିବା ବେଳେ ଅରମାନ ମିଜ୍ୟୁକି ବ୍ୟାନରରେ ଏହା ରିଲିଜ କରାଯାଇଛି । ତେବେ ଏଭଳି ଗୀତକୁ ଅନ୍ୟ ଗୀତ ସହିତ ମିଶା ଯାଇ କରାଯାଇଥିବାରୁ ଏହା ଉପରେ ରାଜ୍ୟବାସୀ ନିଜର ମତ ଦେଇ ସମସ୍ତଙ୍କୁ ଉକôଳ ସଂଗୀତ ଏବଂ ରାଷ୍ଟ୍ରୀୟ ସଂଗୀତର ମାନ ଅଖୁର୍ଣ୍ଣ ରଖିବାକୁ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ।
ବନ୍ଦେ ଉତ୍କଳ ଜନନୀ ଏବଂ ବନ୍ଦେ ମାତାରାମ ସଂଗୀତକୁ ଅସମ୍ମାନ ଅଭିଯୋଗ
|
February 12, 2019 |