ଧର୍ମଶାଳା ,୧୨ା୧୧(ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତର ଅରଙ୍ଗାବାଦଠାରେ ‘ବନେ୍ଦ ଉକ୍ରଳ ଜନନୀ’ ଅନୁଷ୍ଠାନ ପକ୍ଷରୁ ୩୭ତମ ବୋଇତ ବନ୍ଦାଣ ଉତ୍ସବ ଓ ସାଂସ୍କୃତିକ ମିଳନ ସଭା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବନେ୍ଦ ଉକ୍ରଳ ଜନନୀ କାର୍ଯ୍ୟାଳୟରୁ ଖୋଲା ଗାଡିରେ ଅତିଥିମାନଙ୍କୁ ଏକ ଶେଭାଯାତ୍ରାରେ ନିଆଯାଇ ନିକଟସ୍ଥ ଶ୍ୟାମସୁନ୍ଦର ମନ୍ଦିର ପୁଷ୍କରିଣୀ ନିକଟରେ ପହଁଞ୍ଚି ଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜର ଦର୍ଶକ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । ଧର୍ମଶାଳାର ପୂର୍ବତ୍ତନ ବିଧାୟକ ରବି ଲାବଣ୍ୟଙ୍କ ନେତୃତ୍ୱରେ ଉପସ୍ଥିତ ପୂର୍ବତନ ପୋଲିସ ମହାନିର୍ଦେଶକ ବିପିନ ବିହାରୀ ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମାଜର ସହ ସମ୍ପାଦକ ପ୍ରସନ୍ନ ପତି, ଅଭିନେତା ପ୍ରଦୁ୍ୟମ୍ନ ଲେଙ୍କା ଏବଂ ଅଭିନେତ୍ରୀ ସନ୍ମୀରା ନାଗେଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବନ୍ଦାପନା କରି ସୁସଜ୍ଜିତ ବୋଇତକୁ ଭସାଇଥିଲେ । ପରେ ଶ୍ୟମସୁନ୍ଦର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସାଂସ୍କୃତିକ ମିଳନ ସଭାରେ ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ୩୭ ବର୍ଷ ପୂର୍ତ୍ତୀ ଅବସରରେ ୩୭ଟି ତୋପ ଫୁଟାଯାଇଥିଲା । ପ୍ରାରମ୍ଭରେ ରାଜ୍ୟ ସଂସ୍କୃତି ବିଭାଗ କଳାକାର ମାନଙ୍କ ଦ୍ୱାରା ବନେ୍ଦ ଉକ୍ରଳ ଜନନୀ ଉଦଘାଟନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅ୍ମାପକ ଡ.ତୁହିନାଂଶୁ ରଥ ଅତିଥି ପରିଚୟ ପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା ଉତ୍ସବର ଆୟୋଜକ ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୋଇତ ବନ୍ଦାଣ ଆମ ବାଣ୍ୟିଜିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଏହାକୁ ପାଳନ କରି ଭାରତ ବର୍ଷରେ ଓଡିଶା ତାର ସ୍ୱତନ୍ତ୍ରତା ବଜାୟ ରଖିପାରିଛି ବୋଲି ମୁଖ୍ୟ ଅତିଥି ବିପିନ ବିହାରୀ ମିଶ୍ର ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ଅତିଥି ଏବଂ ପ୍ରସନ୍ନ କୁମାର ପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଅତୀତର ;ନୌ ବାଣିଜ୍ୟ ପରମ୍ପରାର ସ୍ମୃତିଚରଣ କରିଥିଲେ । ଏହି ଅବସରରେ ଓଡିଆ ଚଳଚିତ୍ର ଅଭିନେତା ପ୍ରଦୁ୍ୟମ୍ନ ଲେଙ୍କା ଓ ଅଭିନେତ୍ରୀ ସନ୍ମୀରା ନାଗେଶଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଉଭୟ ସମ୍ବର୍ଦ୍ଧିତ ବ୍ୟକ୍ତିଦ୍ୱୟ ଉତ୍ସବର ଆୟୋଜକଙ୍କୁ ପ୍ରସଂଶା କରିଥିଲେ । ସମାଜ ସେବୀ କାହ୍ନୁଚରଣ ଦାଶ ଓ କବି ପ୍ରଶାନ୍ତ ସ୍ୱାଇଁ ମାନପତ୍ର ଗୁଡିକ ପାଠ କରିଥିଲେ । ଅନୁଷ୍ଠାନ ପକ୍ଷରୁ କବୟତ୍ରୀ ସସ୍ମିତା ଦାଶ ନାରୀ ସୁରକ୍ଷା ନେଇ ଏକ ପ୍ରସ୍ତାବ ଆଗତ କରିବା ସହ ଗୃହୀତ ହୋଇଥିଲା । ଅଧିଷ୍ଠାତା ମଣ୍ଡଳୀ ସଭ୍ୟ ଡ. ରାଜ କିଶୋର ପାଢୀ, ସାମ୍ବାଦିକ ରମାକାନ୍ତ ଜେନା,ଡ.ଜଗନ୍ନାଥ ଜେନା, ଶିକ୍ଷକ ନେତା ଯୁଧିଷ୍ଠିର ସ୍ୱାଇଁଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ଶିକ୍ଷକ ନେତା ଯତୀନ୍ଦ୍ର ନାଥ ଦାଶ ମଞ୍ଚ ପରିଚାଳନା କରିଥିଲେ । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବାସୁଦେବ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ୩୦ହଜାରୁ ଉର୍ଦ୍ଧ ଜନ ସାଧାରଣଙ୍କ ସମାଗମ ହୋଇଥିଲା ।
ବନ୍ଦେ ଉତ୍କଳ ଜନନୀର ୩୭ତମ ବୋଇତ ବନ୍ଦାଣ ଓ ସାଂସ୍କୃତିକ ସଭା ; ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ଅଭିନେତ୍ରୀ ସନମୀରାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
|
November 13, 2019 |