ଯାଜପୁର, ୨୪/୩ (ସନ୍ଧାନ ନିୟୁଜ) ବନବିଭାଗର ବିଶ୍ୱ ବନଦିବସ ସମାରୋହରେ ଯାଜପୁର ଜିଲ୍ଲରେ ବନ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବନପାଳ ପିତବାସ ମହାପାତ୍ରଙ୍କୁ ଶ୍ରେଷ୍ଠ ବନପାଳ ଭାବେ ସମ୍ମାନୀତ କରାଯାଇଛି । ଏଥିସହିତ ଶ୍ରେଷ୍ଠ ବନରକ୍ଷୀ ଭାବେ ଅଶ୍ୱନୀ କୁମାର ସାହୁଙ୍କ ମଧ୍ୟ ସମ୍ମାନୀତ କରାଯାଇଛି । ଶ୍ରିଯୁକ୍ତ ମହାପାତ୍ର ଯାଜପୁର ଜିଲ୍ଲାର ଗଡମଧୁପୁର, ମଙ୍ଗରାଜପୁର, ବୈରୀ, ଚୌଦୁରା ଆଦି ଅଂଚଳରେ ବନପାଳ ଭାବେ ଦାୟିତ୍ୱ ନିର୍ବାହ କରି ବ୍ୟାପକ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରିବା, ଜଙ୍ଗଲକୁ ଚୋରା କାଠ ମାଫିଆଙ୍କ ପାଖରୁ ରକ୍ଷା କରିବା ଏବଂ ଜଙ୍ଗଲଜନନ୍ତୁ ସୁରକ୍ଷା ଦିଗରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ । ସେହିପରି ବନରକ୍ଷୀ ମଧ୍ୟ ଏସବୁ କ୍ଷେତ୍ରରେ ବନପାଳଙ୍କୁ ସାହାର୍ଯ୍ୟ କରିବା ସହିତ କର୍ମ କ୍ଷେତ୍ରରେ ଭଲ କାର୍ଯ୍ୟ କରି ଉଚ୍ଚପ୍ରଂଶସିତ ହୋଇଥିଲେ ।
ଫଳରେ ଜଙ୍ଗଲବିଭାଗ ପକ୍ଷରୁ ଭୂବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ବିଶ୍ୱବନ ଦିବସ ଉପଲକ୍ଷେ ଏକ ବର୍ଣ୍ଣାଢ ପରିବେଷରେ ମୁଖ୍ୟ ଅତିଥି ଭାବେ ବନବିଭାଗ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ବନ ସରକ୍ଷଣ ଅଧିକାରୀ (ପିସିସିଏଫ) ଡକ୍ଟର ସମ୍ବିତ ତ୍ରୀପାଠୀ, ସହକାରୀ ମୁଖ୍ୟ ବନ ସରକ୍ଷଣ ଅଧିକାରୀ (ଏସିସିଏଫ) ଓମ ପ୍ରକାଶ ସିଂହ ପ୍ରମୁଖ ବିଶିଷ୍ଠ ଅତିଥି ଭାବେ ଯୋଗଦେଇ ବନପାଳ ଶ୍ରୀଯୁକ୍ତ ମହାପାତ୍ର ଏବଂ ବନରକ୍ଷୀ ଶ୍ରୀଯୁକ୍ତ ସାହୁଙ୍କୁ ମାନପତ୍ର, ନଗଜ ଅର୍ଥରାଶି ଏବଂ ମେଡାଲ ଦେଇ ପୁରସ୍କୃତ କରିଥିଲେ । ପରେ ଶ୍ରିଯୁକ୍ତ ମହାପାତ୍ର ଏବଂ ଶ୍ରୀଯୁକ୍ତ ସାହୁଙ୍କ ବିଭାଗୀୟ ବହୁ କର୍ମଚାରୀ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି ।