ଯାଜପୁର ସଦର, ୦୯/୦୯(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚିି ନିଜ ସ୍ତ୍ରୀକୁ ହତ୍ୟାକରିବା ଅଭିଯୋଗରେ ଯାଜପୁର ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଚି । ଘଟଣାରୁ ପ୍ରକାଶ ଯେ, ଶାଶୂ ଘରର ସଦସ୍ୟ ମାନେ ଝୀଅକୁ ପିଟି ପିଟି ମାରିଦେବାକୁ ନେଇ ଯାଜପୁର ଟାଉନ ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଆଧାର କରି ଯାଜପୁର ଟାଉନ ଥାନା ଆଇଆଇସି ଅଜୟ କୁମାର ଜେନା ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗରେ ଝୀଅର ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଚି । ଏଠାରେ ସୂୂଚନା ଯୋଗ୍ୟ ଯେ, ବଡ଼ଚଣା ବ୍ଲକ ଧାନମଣ୍ଡଳ ଦେବତା ସାହି ଗ୍ରାମର ନରେନ୍ଦ୍ର ଦେବାତାଙ୍କ ଝୀଅ ନିବେଦିତା ଦେବତା ଯାଜପୁର ଟାଉନ ଅନ୍ତର୍ଗତ ବୃନ୍ଦାପୁର ଗ୍ରାମର ଅଶୋକ ରଥଙ୍କ ପୁଅ ବିଶ୍ୱଜିତ ରଥକୁ ୨୦୨୦ ମସିହାରେ ବୈଦକ ମତେ ଜାରକା ଗୋକର୍ଣ୍ଣେଶ୍ୱର ମନ୍ଦିରରେ ବିବାହ କରିଥିଲେ । ବରର ଦାବି ମୁତାବକ ସମସ୍ଥ ଯୌତୁକ ସମସ୍ଥ କନ୍ୟା ଘର ଦେଇଥିବା ବେଳେ, ବିଭାଘରର କିଛି ଦିନ ପରେ ଯୌତୁକ ଆଣିବା ପାଇଁ ଶାଶୁ ଘରରେ ଲୋକମାନେ ନିବେଦିତାକୁ ଶାରୀରିକ ମାନସିକ ନିର୍ଯ୍ୟାତନ ଦେଇଥିଲେ । ବାପ ଘରୁ ୨ଲକ୍ଷ ଟଙ୍କା ୫ଭରୀ ସୁନା ଆଣିବା ପାଇଁ ନିବେଦିତାକୁ ବାରମ୍ବାର ଟର୍ଚର କରାଯାଉଥିଲା । ସ୍ୱାମୀ ବିଶ୍ୱଜିତ ଶ୍ୱଶୁର ଅଶୋକ ରଥ, ଶାଶୁ, ନଣନ୍ଦ ନିର୍ଯ୍ୟାତନା ଦେଉଥିଲେ ବୋଲି ନିବେଦିତାର ବାପା ନରେନ୍ଦ୍ର ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ୪ ତାରିଖ ସକାଳ ୮ଟା ସମୟରେ ନିବେଦିତା ତାର ଜନ୍ମକଲା ମା ସହିତ କଥା ହେଉଥିବା ବେଳେ, ମତେ ମାରିଦେବ ବୋଲି ଶାଶୁଘର ଲୋକମାନେ ଯୋଜନା କରୁଛନ୍ତି ମତେ ଏଠାରୁ ନେଇଯା ବୋଲି ନିବେଦିତା କହିଥିଲେ । ନିବେଦିତ ଫୋନରେ କଥା ହେଉଥିବା ସମୟରେ ଫୋନଟିକୁ ଶାଶୁଘର ଲୋକମାେ ଛଡ଼ାଇ ନେଇଥିଲେ ବୋଲି ନିବେଦିତାର ବାପା ନରେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି । ନିବେଦିତାର ଦେହ ଅସୁସ୍ଥ ଖବର ପାଇ ତାଙ୍କ ବଡ଼ ଭଉନୀ ଘଟଣା ସ୍ଥଳରେ ପହଁଞ୍ôଚବା ବେଳକୁ ନିବେଦିତାକୁ ଯାଜପୁର ଏବଂ କଟକକୁ ନିଆଯାଇଥିଲା । କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ନିବେଦିତାର ମୃତ୍ୟୁ ଘଟିଥିଲା । ନିବେଦିତାର ବିଭିନ୍ନ ଜ।।ରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ନିବେଦିତାର ବାପା ନରେନ୍ଦ୍ର ଦେବତା ୫ ତାରିଖରେ ଯାଜପୁର ଟାଉନ ଥାନାରେ ଅଭିଯୋଗ କରିବାପରେ ଯାଜପୁର ଟାଉନ ଥାନା ଆଇଆଇସି ଅଜୟ ଜେନା ଯୌତୁକ ହତ୍ୟା ମାମଲା ରୁଜୁ କରି ସ୍ୱାମୀ ବିଶ୍ୱଜିତ ରଥକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଚି । ଅନ୍ୟ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବ ବୋଲି ପୋଲିସ ସୂଚନା ଦେଇଚି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପୋଲିସ କାର୍ଯ୍ୟାନୁଷ୍ଟାନ ନେବ ବୋଲି ଜଣାଯାଇଚି । ନିବେଦିତାର ୮ ମାସର କୁନି ଝୀଅ ଥିବା ଜଣାଯାଇଚି ।
ବଧୂ ହତ୍ୟା ଅଭିଯୋଗରେ ସ୍ୱାମୀ କୋର୍ଟ ଚାଲାଣ
|
September 8, 2022 |