ଯାଜପୁର ସଦର, ୧୩/୨/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା କଇଁଆ ପଂଚାୟତ ମାଧପୁର ଗ୍ରାମର ରୋଜି ଜେନାକୁ ଯୌତୁକ ଆଣିବା ପାଇଁ ରୋଜିକ ବିଷ ଦେଇ ହତ୍ୟା କରାଯାଇଥିବା ବେଳେ, ରୋଜିର ପରିବାର ପକ୍ଷରୁ ଏନେଇ ଅଭିଯୋଗ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବ୍ଲକର ସୁସୁଆ ପଂଚାୟତର ଦଶରଥ ଜେନାଙ୍କ ଝୀଅ ରୋଜି(୨୩), ଏହାର ୪ବର୍ଷ ତଳେ ମାଧପୁର ଗ୍ରାମର ଗୁରୁଆ ଜେନାଙ୍କ ପୁଅ ବିକାଶ ଜେନାଙ୍କୁ ଭଲପାଇ ପ୍ରେମ ବିବାହ କରିଥିଲେ । ଏହାର କିଛି ଦିନପରେ ଉଭୟ ପିରବାରଙ୍କ ପକ୍ଷରୁ ଏହାକୁ ସ୍ୱିକୃତି ଦିଆଯାଇଥିଲା । ଏହି ବିବାହର ୬ମାସ ପରେ ଶାଶୁଘର ଲୋକମାନେ ନିର୍ଯ୍ୟାତନା ଦେବା ସହିତ ମାଡ଼ ମାରିଥିଲେ । ରୋଜିଙ୍କ ସ୍ୱାମୀଙ୍କ ଶାଶୁ ମାଡ଼ ମାରି ଧକମ ଦେଇ ଆସୁଥିଲେ । ରୋଜିର ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗତ ଗୁରୁବାର ଦିନ ରୋଜି ବିଷ ଖାଇଦେଇଚି ବୋଲି ଶାଶୁôଗ ଲୋକମାନେ ବାପଘରକୁ ଖବର ଦେଇଥିଲେ । ରୋଜିର ପରିବାର ଲୋକମାନେ ରୋଜିର ଶାଶୁଘରେ ପହଁଞ୍ôଚ ଝିଅର ଅବସ୍ଥା ଗୁରୁତର ଥିବା ଦେଖିବାକୁ ପାଇଥିଲେ । ଏନେଇ ରୋଜିକୁ ମଙ୍ଗଳପୁର ମେଡିକାଲକ, ଯାଜପୁର ଏବଂ କଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଶିନିବାର ସଂଧ୍ୟାରେ ରୋଜିର ମୃତ୍ୁ୍ୟ ଘଟିଥିବା ବେଳେ, ରୋଜିର ପିରବାର ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ । ରୋଜି ସ୍ୱାମୀକୁ ମଙ୍ଗଳପୁର ପୋଲିସ ୪୩/୨୬ରେ ଏକ ମାମଲା ରୁଜୁ କରି ଥାନାରେ ଅଟକ ରଖିଥିବା ଜଣାଯାଇଚି ।
ବଧୂହତ୍ୟା ଅଭିଯୋଗ ସନ୍ଦେହ ଘେରରେ
|
February 13, 2026 |



