ବଦଳୁଛି ସମୟ ଆଉ ମାନସିକତା: କନ୍ୟା ଶନ୍ତାନ ଜନ୍ମ ପରେ, ମେଡିକାଲ ରେ ବଣ୍ଟାଗଲା ସବୁଜ ଉପହାର

Spread the love

 

ଯାଜପୁର/୦୮/୧୧/ସନ୍ଧାନ ନିୟୁଜ୍/କନ୍ୟା ଶନ୍ତାନ ହେଉଛି ସୃଷ୍ଟି ର ମୂଳ କାରଣ ଓ ଏହା ଅଲୋଡ଼ା ନୁହେଁ। କିନ୍ତୁ କିଛି କାରଣ ପାଇଁ ଅନେକ ସମୟ ରେ କନ୍ୟା ଶନ୍ତାନ ପ୍ରତି ଅମାନବୀୟ ବ୍ୟବହାର ଆମେ ଆଖି ରେ ଦେଖିଛନ୍ତି। କିଏ ଜନ୍ମ ପୂର୍ବରୁ ଭ୍ରୁଣ ହତ୍ୟା ର ଶିକାର ହୁଏ ତ କିଏ ପୁଣି ଅଳିଆ ଗଦା କି ନାଳ ପୋଖରୀ ରୁ ଉଦ୍ଧାର ହୁଏ। ଏମିତି ଅନେକ ଖବର ଆମକୁ ବିଚଳିତ କେରେ। ଯାଜପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଗାଁ ଖତ ଗଦା ରୁ ଉଦ୍ଧାର ହୋଇଥିବା ଧରିତ୍ରୀ କଥା କିଏ ବା ନ ଜାଣେ।
କିନ୍ତୁ ଏବେ ଏମିତି ଏକ ଖବର ଆସିଛି ଯାହା ଜାଣିଲେ ଆପଣ କହିବେ ବଦଳୁଛି ଦୁନିଆ ଆଉ ପରିବର୍ତ୍ତନ ହେଉଛି ମାନସିକତା। ଆମେ କହୁଛୁ ସରୋଜ ଏବଂ ସାଗର ତନୟା ଙ୍କ କଥା।ଦୁହେଁ ନିଜ ସବୁଜ ବାହାଘର ରେ ବାର୍ତ୍ତା ରଖିଥିଲେ “କନ୍ୟା ଓ ବୃକ୍ଷ ଦୁଇଟି ଶକ୍ତି, ଯାହା ପାଇଁ ଆମ ବଞ୍ଚିଛି ସୃଷ୍ଟି”
ଆଉ ଏବେ କନ୍ୟା ଶନ୍ତାନ ହେବା ପରେ ନିଜ ସୌଭାଗ୍ୟ ବୋଲି ବ୍ୟକ୍ତ କରିଛନ୍ତି ଦୁହେଁ।
ଖୁସି ବ୍ୟକ୍ତ କରି ଡାକ୍ତରଖାନା ର ସମସ୍ତ କର୍ମଚାରୀ ଙ୍କୁ ଚାରା ବଣ୍ଟନ କରିବା ସହ ଶିଶୁ କନ୍ୟା ଓ ବୃକ୍ଷ ଦୁହେଁ ସମାଜ ର ଅସ୍ତିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସାମାଜିକ ବାର୍ତ୍ତା ରଖିଛନ୍ତି।
ଏଭଳି ପରିବର୍ତ୍ତନ ସମାଜ ର ସୁରକ୍ଷା ପାଇଁ ଏକ ବଡ଼ ଖବର କୁହଯାଇ ପାରେ। ଯେତେବେଳେ ଏକ ହଜାର ପୁଅ ଙ୍କ ଭିତରେ ଝିଅ ଙ୍କ ସଂଖ୍ୟା ସାତସହ ରେ ପହଂଚିଲାଣି, ସେତେବେଳେ କନ୍ୟା ଶନ୍ତାନ ପାଇଁ ମାନସିକତା ପରିବର୍ତ୍ତନ ବୋହୁତ ଜରୁରୀ ହୋଇ ପଢ଼ିଛି।ଦମ୍ପତି ଙ୍କ ସବୁଜ ଉପହାର ପ୍ରୟାସ ସମାଜ ରେ ନିଶ୍ଚିତ ସକାରାତ୍ମକ ପ୍ରଭାବ ପକାଇବ ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି ।

Related Posts

About The Author

Add Comment