ବଦଳି ନିର୍ଦ୍ଦେଶ ବାତିଲ ଦାବି ଜୋର୍ ଧରିଲା

Spread the love

ବଲାଙ୍ଗୀର, 17.01.2021 (ସନ୍ଧାନ ନିଉଜ୍) :- ଡାକ୍ତରଙ୍କ ବଦଳି ବାତିଲ ପ୍ରତିବାଦରେ ଗୁଡଭେଲା  ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସ୍ଥାନୀୟ ବାସିନ୍ଦା ଧାରଣା ଦେଇଛନ୍ତି । ଗୁଡଭେଲାର ସ୍ଥାନୀୟ ବାସିନ୍ଦା ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରି ପୁଣି ଥରେ ନିଯୁକ୍ତି ଦାବି କରିଛନ୍ତି । ସୂଚନାନୁସାରେ, ଗତ ୨ ଦିନ ତଳେ ସଇଁତଳା ବ୍ଲକ୍ ବୁଡ଼ାବାହାଲରେ ନୂତନ ଭାବରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଛି । ଗୁଡଭେଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର ଧରୁଆଙ୍କୁ ବୁଡ଼ାବାହାଲକୁ ଡେପୁଟେସନରେ ପଠାଯାଇଛି । ତେବେ ଗୁଡ଼ଭେଲା  ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଡ଼ାକ୍ତର ନିହାତି ଦରକାର । ତୁରଂନ୍ତ ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରାନଗଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment