ନୂଆଦିଲ୍ଲୀ, ୧୪/୧୦ (ସନ୍ଧାନ ନିଉଜ) : କ୍ରିକେଟରେ ନକଆଉଟ୍ ମ୍ୟାଚ ପାଇଁ ହେଉଥିବା ସୁପର ଓଭରର ନିୟମକୁ ପରିବର୍ତ୍ତନ କରାଯାଇଛି। ଆଇସିସି ସମସ୍ତ ବଡ଼ ଟୂର୍ଣ୍ଣାମେଣ୍ଟ ପାଇଁ ସୁପର ଓଭର ନିୟମରେ ପରିବର୍ତ୍ତନ କରିଥିବା ଜଣାପଡିଛି। ଏଣିକି ସୁପର ଓଭରରେ ମ୍ୟାଚ ଡ୍ର ହେଲେ ଆଉ ବାଉଣ୍ଡରୀ ଗଣନା କରି ନିଷ୍ପତ୍ତି ନିଆଯିବନାହିଁ। ନୂତନ ନିୟମ ମୁତାବକ ଯଦି ସେମି ଫାଇନାଲ କି ଫାଇନାଲ ମୁକାବିଲାରେ ସୁପର ଓଭରରେ ଉଭୟ ଦଳ ସମାନ ସ୍କୋର କରନ୍ତି ତେବେ ପୁଣି ଥରେ ସୁପର ଓଭର ହେବ। ସୁପର ଓଭର ସେ ପର୍ଯ୍ୟନ୍ତ ଚାଲିଥିବ ଯେ ପର୍ଯ୍ୟନ୍ତ କୌଣସି ଗୋଟିଏ ଦଳ ବିଜେତା ନ ହୋଇଛି।
ବଦଳିଲା ସୁପର ଓଭରର ନିୟମ
|
October 14, 2019 |
