ବଣୁଆ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

Spread the love

କଳିଙ୍ଗନଗର, ୧୯/୦୧ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଶାଳି ଜଙ୍ଗା ପଂଚାୟତ ଅଧିନ ବୀଣା ପାଟିଆ ଗ୍ରାମରେ ଦନ୍ତା ହାତୀର ଆକ୍ରମଣରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ବେଣୁଧର ସିଧୁ ବୋଲି ଜଣାପଡିଛି ।ଘଟଣାରୁ ପ୍ରକାଶ ଆଜି ରାତ୍ର ପ୍ରାୟ ୯ ଘଟିକା ସମୟ ରେ ବୀଣା ପାଟିଆ ଗ୍ରାମକୁ ଏକ ଦନ୍ତା ହାତୀ ପସି ୧୦ ରୁ୧୫ ଘର ଭଙ୍ଗା ଭଙ୍ଗୀ କରିଥିଲା । ଗ୍ରାମ ବାସୀମାନେ ଆତକିନ୍ତ ହୋଇ ଫରେଷ୍ଟ କୁ ଖବର ଦେଇଥିଲେ ,ଖବର ପାଇ ଫରେଷ୍ଟ ଆସି ହାତୀ ଟିକୁ ଘଉଡ଼ାଇ ଥିବାବେଳେ ହଟାତ୍  ବେଣୁଧର ଘରେ ପଶି ଯାଇ  ବେଣୁ ଧରକୁ ଶୁଣ୍ଡରେ କଚାଡି ମାରି ଦେଇଥିଲା । ବହୁ ଚେଷ୍ଟା କଲେବି ସୁଦ୍ଧା ଏବେବି ସୁଦ୍ଧା ହାତୀକୁ ଗାଁ ବାହାରକୁ ବାହାର କରିପାରିନାହାନ୍ତି ।

Related Posts

About The Author

Add Comment