ସୁନ୍ଦରଗଡ, ୧୮/୫/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ସୁନ୍ଦରଗଡ ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ବଣାଇ, ଲହୁଣୀପଡା ଓ ବିଶ୍ରା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ଓ କୋଭିଡ ର ସ୍ଥିତି ବିଷୟରେ ତଦାରଖ କରିଥିଲେ ।ବଣେଇ ସରକାରୀ ଚିକିତ୍ସାଳୟକୁ ଯାଇ ସେଠାରେ କୋବିଡ଼ ବିଷୟରେ ବୁଝିବା ସହିତ ନମୁନା ପରୀକ୍ଷା, ଟୀକାକରଣ ଓ ସ୍ୱାସ୍ଥ୍ୟର ଯାଞ୍ଚ ବିଷୟରେ ଧ୍ୟାନ ଦେବାକୁ ଡାକ୍ତର ସହିତ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ । ଏହା ସହିତ ବ୍ୟାପକ ତଥା ଅନ୍ୟ ସଂସ୍ଥା ସହିତ ସମନ୍ବୟ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ତାସହିତ ବିଶ୍ରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନକରି ସେଠି କୋବିଡ଼ ସଂକ୍ରମିଟଙ୍କ ସହିତ ସାକ୍ଷାତ କରି ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ସେଠାକାର ମେଡିକାଲ କର୍ମଚାରୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କୁ ପିପିକୀଟ, ଅକ୍ସୀମିଟର ଓ ଅନ୍ୟନ ସାମଗ୍ରୀ ବଣ୍ଟନ କରିଥିଲେ । ଏହି ସଭାରେ ପାନପୋଷ ସଂଘଠନିକ ସଭାନେତ୍ରୀ ନଳପ୍ର୍ରତିକା ପଟ୍ଟନାୟକ, ନିହାର ରାୟ ଓ ସ୍ଥାନୀୟ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ । ତତତ୍ପଶ୍ଚାତ ଶ୍ରୀଯୁକ୍ତ ଓରାମ ଲହୁଣୀପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ସେଠାକାର ଟୀକାକରଣ ଓ କୋବିଡ଼ ନମୁନା ସଂଗ୍ରହ ବିଷୟରେ ବୁଝିଥିଲେ । ତାଙ୍କ ସହିତ ବଜେପି କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ରୋହିଦାସ ବିହାରୀ ପ୍ରଧାନ,ଜିଲ୍ଳାର ବରିଷ୍ଠ ନେତା ଲୁହାର ଓରାମ,କୈଳାଶ ଠାକୁର ଓ ବଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଶ୍ରୀଯୁକ୍ତ ଓରାମ ଭିଡିଓ କନ୍ଫରେନ୍ସିଂଗ ମାଧ୍ୟମରେ ଜିଲ୍ଲାର ବିଭିନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ବଣାଇ, ଲହୁଣୀପଡା, ବିଶ୍ରା ଅଞ୍ଚଳ ଗସ୍ତ କରିବା ସହିତ ଜିଲ୍ଲା ର ବିଭିନ୍ନ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଭିଡିଓ କନ୍ଫରେନ୍ସିଂଗ ମାଧ୍ୟମରେ ଆଲୋଚନା କଲେ ସାଂସଦ ଜୁଏଲ ଓରାମ
|
May 18, 2021 |