ବଢୁଛି ଗୋ ହତ୍ୟା; ନିରବଦ୍ରଷ୍ଟା ସାଜିଛି ପୋଲିସ

Spread the love

ବାରିପଦା,19/10(ସନ୍ଧାନ ନ୍ୟୁଜ) :- ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଗୋମାତାଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି । ଗୋହତ୍ୟା ସାଙ୍ଗକୁ ଜିଲ୍ଲା ବାହାରକୁ ବେଆଇନ୍ ଗୋ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ନିୟମିତ ଭାବେ ଗୋରୁଗାଈ ଚୋରି ହେଉଥିବାର ଖବର ଜିଲ୍ଲାବାସୀଙ୍କୁ ଆତଙ୍କିତ କରୁଥିବା ବଳେ ଏ ଯାଏଁ ପ୍ରଶାସନ ପକ୍ଷରୁ କୌଣସି ଆଦୃଶିଆ ଠେସ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି । କରୋନା ମହାମାରୀ ସମୟରେ ମଧ୍ୟ ଦୁବୃମାନେ ଗୋହତ୍ୟା ଓ ଗୋଚାଲାଣରେ ମାତି ମୋଟା ଅଙ୍କର ଅର୍ଥ ରୋଜଗାରରେ କରୁଛନ୍ତି ଏହି ବେଆଇନ୍ ଗୋଚୋରା ଚାଲାଣ ରାକେଟ ମୟୁରଭଞ୍ଜରେ ବେଶ ସକ୍ରିୟ ଥିବା ବଳେ ଏହାକୁ ନେଇ ବିଭିନ୍ନ ସମୟରେ ବିରୋଧର ସ୍ୱର ଉଠୁଛି । ଗୋ ମାତାଙ୍କ ସୁରକ୍ଷା ଲାଗି ଦେଶରେ ଗୋହତ୍ୟା ଆଇନ୍ ବଳବତ୍ତର ଥିବା ବଳେ ଏଥିତି ଭୂକ୍ଷେପ ନ କରି ଗୋଚାଲାଣ ରାକେଟରେ ସଂପୃକ୍ତ ଥିବା ଦୃର୍ବର ମାନେ ଖୁଲମ ଖୁଲା ଆଇନ୍‌କୁ ଉଲ୍ଲଘନ କରୁଛନ୍ତି । ତେବେ ଗୋଚାଲାଣକୁ ବିରୋଧ ପ୍ରତିବଦଳରେ ବଟି ନେଇ କେତେକ ସାମ୍ବାଦିକ ଓ ପୁଲିସ ଏହାକୁ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବା ମଧ୍ୟ ନଜରକୁ ଆସିଛି । ନିକଟରେ ଜିଲ୍ଲାର କେତେକ ବଦନାମ ସାମ୍ବାଦିକ ଗୋରୁ ଗାଡ଼ି ଅଟକାଇ ବଟି ଆଦାୟ କରୁଥିବା ଘଟଣା ଚର୍ଚ୍ଚ ।ରେ ରହିଥିବା ବଳେ ଏ ନେଇ ଝାରପୋଖରିଆ ଥାନାରେ ମାମଲା ହୋଇଥିଲା । ଜିଲ୍ଲାରେ ଥିବା ବଡ଼ସାହି, ବେତନଟୀ, ବୈଶିଙ୍ଗା, ଉଦଳା, ଖୁଣ୍ଟା, ଯଶିପୁର, ରାଇରଙ୍ଗପୁର, ବହଳଦା, ବିଶୋଇ, ବାଙ୍ଗିରିପୋଷି, ବାଦାମପାହାଡ, କରଞ୍ଜିଆ, ଠାକୁରମୁଣ୍ଡା, ମହୁଲ ଡିହା, କୁଳିଅଣା, ଶୁଳିଆପଦା, ଝାରପୋଖରିଆ, ରାସଗୋବିନ୍ଦପୁର, ବାରିପଦା ସଦର ଏବଂ ଟାଉନ ଥାନା ଦେଇ ବିହାର, ପଶ୍ଚିମବଙ୍ଗ ଏବଂ ବାଲ୍ୟଦେଶକୁ ଗୋ ଚୋରା ଚାଲାଣ କରା ଯାଉଥିବା ଜଣା ପଡିଛି । ୨ମାସ ତଳେ କରଂଜିଆ ଥାନା ଅନ୍ତର୍ଗତ ୫୩ନଂ ରାଜ୍ୟ ରାଜପଥ ମାଆ ପୋଲ ନିକଟରେ ୨ ତିନୋଟି ଗାଈକୁ ମାରି ମାଂସ ନେଇ ଯାଇଥିବା ବଳେ କିଛି ମାଂସ ଓ ଚମଡା ନଦୀରେ ଫିଙ୍ଗି ଦିଆ ଯାଇଥିବା ଜଣା ପଡିଥିଲା । ବାରମ୍ବାର ବିଭିନ୍ନ ସ୍ଥାନରେ ଏଭଳି ସ୍ପର୍ଶକାତର ଘଟଣା ଘଟୁଥିବା ବଳେ ମୟୂରଭଞ୍ଜ ଜିଲ୍ଲାରେ ଏ ନେଇ ଚାପା ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଉତ୍ୟକ୍ତ ଲୋକେ ବେଆଇନ୍ ଗୋଚାଲାଣ ଉପରେ ରୋକ ଲଗାଇବାକୁ ରାଜରାସ୍ତାକୁ ଓହ୍ଲାଉଥିଲେ ବି ପ୍ରଶାସନିକ ସ୍ଥାଣୁତା ପାଇଁ ଗୋଚାଣ ବୃଦ୍ଧି ପାଇବାରେ ଲାଗିଛି । ସିଙ୍ଗଡା, କୁଳିପୋଷି ଓ କାଦଡି ହା ଅଞ୍ଚଳରେ ବାରମ୍ବାର ଗୋରୁ ଗାଈ ଚୋରି ହେଉଥିବା ନେଇ ଥାନାରେ ମାମଲା ହେଉଥିଲେ ମଧ୍ୟ ଏ ସଂପର୍କରେ । ପୁଲିସ ପ୍ରଶାସନ ଏକ ପ୍ରକାର ନିରବ ଦ୍ରଷ୍ଟା ସାଜିଛି । ମିଳିଥିବା ସୂଚନା ମୁତାବକ ଜିଲ୍ଲାରୁ ପ୍ରତ୍ୟେକ ଦିନ ପ୍ରାୟ ୨୦୦୦ରୁ ଅଧୁକ ଗୋ ଚୋରା ଚାଲାଣ ହେଉଥିବା ବଳେ ବିଭିନ୍ନ ଥାନାର ପୁଲିସର ଭୂମିକା ସନ୍ଦେହ ଘେରରେ ରହିଛି । ଜିଲ୍ଲାରେ କେତେକ ହିନ୍ଦୁବାଦୀ ସଂଗଠନ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଗକୁ ଆସି ଜୀବନକୁ ପାଣି ଛଡାଇ ବେଆଇନ୍ ଗୋଚାଣ ରୋକିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ କୌଣସି ସଂଗଠନ ଏ ବାବଦରେ ମୁହଁ ଖୋଲୁ ନାହାନ୍ତି । ଫଳରେ ଗ୍ରାମାଞ୍ଚଳରୁ ଦଲାଲ ମାନଙ୍କ ସହାୟତାରେ ଗରିବ ଲୋକଙ୍କ ଆର୍ଥିକ ଅସୁବିଧାର ଫାଇଦା ଉଠାଇ ସେମାନଙ୍କ ଠାରୁ ଶାଗ ମାଛ ଦରରେ ତାଙ୍କର ସମ୍ବଳକୁ କିଣି ନେଇ କଂସେଇ ଖାନାକୁ ଚାଲାଣ କରାଯାଉଛି । ଜୀବଜନ୍ତୁଙ୍କ ପ୍ରତି ହିଂସା ପ୍ରତିରୋଧ ଆଇନ୍ ୧୯୬୦ଥିଲେ ମଧ୍ୟ ଆଇନ୍ କେବଳ ଆଇନ୍ ହୋଇ ରହିଛି । ମାତ୍ର ଜିଲ୍ଲାରେ ଥିବା ଗୋରୁହାଟ ମଧ୍ୟରେ ବାଲିଯୋଡ଼ା, ହାଟବାଦଡ଼ା, ସାରସକଣାରୁ ପ୍ରତି ସପ୍ତାହରେ ହଜାର ହଜାର ସଂଖ୍ୟାରେ ବେଆଇନ୍ ଗୋଚାଲାଣ ପାଇଁ ଗୋ ବିକ୍ରି କରାଯାଉଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କେଶରୀଆ ହି ଦୁବାହି ନୀ ପକ୍ଷରୁ ବେଆଇନ୍ ଗୋ’ ଚାଲାଣ ଉପରେ ନଜର ରଖି ଅଳ୍ପ କିଛି ଦିନ ତଳେ ଉଦଳା ଥାନାରେ ୧୦ଟି ଦ୍ବାନ ସମେତ ୧୬୭ଟି ଗୋ ମାତାଙ୍କୁ ଉଦ୍ଧାର କରା ଯାଇଥିଲା । ଗତ ଶନିବାର ବଡ଼ସାହି ଅଞ୍ଚଳରୁ ଭ୍ୟାନରେ ଗୋ ଚାଲାଣ ବଳେ ସଦରଥାନା ପୁଲିସ ୨ଟି ଭ୍ୟାନ ଜବତ କରି ମାମଲା ରୁଜୁ କରିଥିଲା । ସେପଟେ ହିନ୍ଦୁ କେଶରୀଆ ବାହିନୀ ପକ୍ଷରୁ ବୁଢାବଳଙ୍ଗ ପୋଲ( ଅସ୍ତିଆ) ନିକଟରେ ଶନିବାର ରାତି ୯ଟା ବଳେ ୫ଟି ଭ୍ୟାନକୁ ଅନୁସରଣ କରାଯାଉଥିବା ବେଳେ ଗୋରୁ ଭକ୍ତି ଭାନ ଗୁଡିକ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବା ବେଳେ ହିନ୍ଦୁ କେଶରୀଆ ବାହିନୀର ସଭାପତି ଦିଲ୍ଲୀପ ଦାସଙ୍କ ନେତୃତ୍ବରେ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ( ଓଡି-୧୧-କୁୟ-୩୩୯୯) ଭ୍ୟାନକୁ ଗୋଡାଇ ଧରିବାରେ ସଫଳ ହୋଇଥିଲେ । ସେହି ନିରେ ୧୦ଟି ଗୋମାତାଙ୍କୁ ଖୁନ୍ଦି ଖୁଦି ଚାଲାଣ କରାଯାଉଥିଲା । ଏ ନେଇ ଟାଉନ୍ ଥାନାରେ ଶ୍ରୀ ଦାସଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ୭୧୨ରେ ଏକ ମାମଲା ରୁଜୁ କରିବା ସହ ୨୭୯/୫୦୬ ୩୦୭|୩୪ ଆଇପିସି ଦଫା ସହିତ ଧାରା ୧୧(ଏ)(ଡି)(ଇ)-୧ପ୍ରିଭେନସନ ଅଫ କ୍ରିଏଲିଟି ଟୁ ଆନିମଲ ଆକ୍ଟ ୧୯୬୦ ଆଧାରରେ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭର ସମେତ ୨ଜଣକୁ ଗିରଫ କରିଛି । ଉଦ୍ଧାର ଗୋମାତାଙ୍କୁ ପ୍ରାଣୀଧନ ଚିକିତ୍ସକଙ୍କ ଦ୍ଵାରା ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ବାଲେଶ୍ୱର ଗୋଶାଳାକୁ ପଠାଇବା ପାଇଁ । ଉଦ୍ୟମ ଚାଲିଛି । ଜବତ ଭ୍ୟାନର ଫିଟ୍‌ନେସ ଏବଂ ଡ୍ରାଇଭରର ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରିବାକୁ ଏମଭିଆଇକୁ ବାରିପଦା ଟାଉନ୍ ଥାନା ଅଧିକାରୀ ବିରେନ୍ଦ୍ର ସେନା ପତି ଅନୁରୋଧ କରିଛନ୍ତି ।

Related Posts

About The Author

Add Comment