ବଢୁଛି କରୋନା, ସରକାରୀ ନିୟମ ମାନିବାକୁ ନିବେଦନ

Spread the love

 ଭୁବନେଶ୍ୱର, ୦୩/୦୪ (ସନ୍ଧାନ ନିୟୁଜ) ୧୫ ତାରିଖଠାରୁ ଆଜି ୦୩ ଏପ୍ରିଲ ମଧ୍ୟରେ ସମୁଦାୟ ୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେଣି । ଗତକାଲି ଦ୍ବିତୀୟ ସଙ୍କ୍ରମିତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ବେଳେ ଆଜି ପ୍ରଥମ ଆକ୍ରାନ୍ତଙ୍କୁ ଡିସଚାର୍ଜ କରାଯାଇଛି । କରୋନା ଯୁଦ୍ଧରେ ଏଭଳି ଖବର ରାଜ୍ୟପାଇଁ ଖୁସି ଆଣିଦେଇଥିବା ବେଳେ ବୁଧବାର ରାତିରେ ୫ମ ଆକ୍ରାନ୍ତ ଭୁବନେଶ୍ଵରରୁ ଚିହ୍ନଟ ହେବା ଆଉ ଏବେ ଷଷ୍ଠ ଆକ୍ରାନ୍ତ କଟକରୁ ଚିହ୍ନଟ ହେବା ଖବର ସମସ୍ତଙ୍କର ଚିନ୍ତା ବଡାଇ ଦେଇଛି ।

ଯଦିଓ ଏହା ପୂର୍ବରୁ ରାଜ୍ୟରେ ଆଉ ଦୁଇଟି ପଜିଟିଭ୍ କେଶ୍ ଚିହ୍ନଟ ହୋଇଛି ହେଲେ ଶେଷ ଦୁଇଟି ଆକ୍ରାନ୍ତଙ୍କ ଖବର ସମସ୍ତଙ୍କ ନିଦ ହଜାଇ ଦେଇଛି । ୫ମ ଆକ୍ରାନ୍ତଙ୍କ କୌଣସି ଗସ୍ତ ଇତିହାସ ନଥିଲା ବେଳେ ଷଷ୍ଠ ଆକ୍ରାନ୍ତ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିବାର କଥା ଚର୍ଚ୍ଚା ହେଉଛି । ବାସ୍ତବିକ ସମସ୍ତଙ୍କ ମନରେ ଏବେ କମ୍ୟୁନିଟି ଟ୍ରାନ୍ସମିଶନକୁ ନେଇ ଚିନ୍ତା । କୌଣସି ପରିସ୍ଥିତିରେ ଯଦି ଏହା ଥରେ ସଙ୍କ୍ରମଣ ହୁଏ ତାହା ହେଲେ ଏହାକୁ ମୁକାବିଲା କରିବା କଷ୍ଟକର । ଯେଉଁ ସ୍ଥିତି ଦେଇ ଏବେ ଆମେରିକା ଇଟାଲି ଗତିକରୁଛନ୍ତି ବା ଆମ ଦେଶର ମହାରଷ୍ଟ୍ର କେରଳ ଆଉ ଦିଲ୍ଲୀ ପରି ରାଜ୍ୟମାନେ ଗତିକରୁଛନ୍ତି ସେଇ ସମାନ ସ୍ଥିତି ଆମକୁବି ସାମ୍ନା କରିବାକୁ ପଡିପାରେ । ହେଲେ ସବୁ ପରେବି ଆମ ରାଜ୍ୟ ସରକାରଙ୍କ କରୋନାକୁ ନେଇ ଯେଉଁ ଦୃଢ ମୁକାବିଲାମୂଳକ ମାନସିକତା ତାହା ରାଜ୍ୟବାସୀଙ୍କ ମନରେ ଏକ ଭରଷା ସୃଷ୍ଠି କରୁଛି ।

ସମଗ୍ର ଦେଶରେ କରୋନା ମୁକାବିଲାରେ ଓଡିଶା ସରକାର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇ ଠିଆ ହୋଇଛନ୍ତି । ଲକ୍ ଡାଉନ ହେଉ, ଦେଶର ପ୍ରଥମ କୋଭିଡ୍-୧୯ ସ୍ବତନ୍ତ୍ର ହସ୍ପିଟାଲ ହେଉ ବା ପୁରା ସଟ୍ ଡାଉନ ସବୁଥିରେ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶା କରି ଦେଖାଇଛି । ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ କରୋନା ଜୀବାଣୁକୁ ସମ୍ପୂର୍ଣ୍ଣ ମାରିବା ଲକ୍ଷରେ ଆଜି ରାତି ୮ରୁ ଆସନ୍ତା ରବିବାର ସକାଳ ୮ ଟା ଯାଏ ଭୁବନେଶ୍ୱର କଟକ ଏବଂ ଭଦ୍ରକ ସହରକୁ ପୁରାପୁରି ସଟ୍ ଡାଉନ କରିବାକୁ ସରକାର ଘୋଷଣା କରିଛନ୍ତି । ଏଣିକି ଆଉ ଲକ୍ ଡାଉନ ନୁହେଁ ପୁରା ସଟ୍ ଡାଉନ୍ ହେବାକୁ ଯାଉଛି ଏହି ସହର । ଚର୍ଚ୍ଚା ହେଉଛି ଗଲେ ଦୁଇ ଆଉ ଆସିଲେ ବି ଦୁଇ ଅର୍ଥାତ ଯେତିକି ଖୁସି ମିଳିଥିଲା ତାଠାରୁ ଅଧିକ ଦୁଖଃ ପୁଣି ମିଳିଛି । ତଥାପି ବିଶ୍ବାସ ଆମେ ଏ ଯୁଦ୍ଧରେ ନିଶ୍ଚିତ ଜିତିବା ଆଉ ପ୍ରମାଣିତ କରି ଦେଖାଇବା କି ଶୃଙ୍ଖଳିତ ଢଙ୍ଗରେ କାର୍ଯ୍ୟକଲେ ସମସ୍ୟା ଯେତେବଡ ହେଉପଛେ ଅତିକ୍ରମ କରାଯାଇ ପାରିବ ।

2 Attachments

Related Posts

About The Author

Add Comment