ବଢୁଛି ଅପରାଧ, ବିଗୁଡ଼ୁଛି ଆଇନଶୃଙ୍ଖଳା ବ୍ୟବସ୍ଥା

Spread the love

କଳାବାଡ଼ିଆ, ୨୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):-  ବାଙ୍ଗିରିପୋଷି ଥାନା ଅଧୀନରେ ରହିଛି ୧୯ଟି ପଞ୍ଚାୟତ ଏଥିମଧ୍ୟରୁ ଚାକିଡ଼ି, ଶୋରିଷପାଳ, ବଡ଼ଗାଁ, ବ୍ରାହ୍ମଣଗାଁ, କୁସୁମବନ୍ଧ, ବୁଢିଖମାରୀ, ଭୁଆଶୁଣୀ, କୁମ୍ଭାରମୁଣ୍ଡାକଟା ଆଦି ପଞ୍ଚାୟତର ଥାନାଠାରୁ ଦୂରତା ୨-୩୫ କିମି ମଧ୍ୟରେ ଏ ସବୁ ସ୍ଥାନରେ କୌଣସି ଅଘଟଣା ଘଟିଲେ ପୁଲିସ ପହଞ୍ଚିବାକୁ ଅତିକମ୍‌ରେ ଘଣ୍ଟାଏରୁ ଦେଢ଼ଘଣ୍ଟା ସମୟ ଲାଗୋ ପୁଲିସ ଶୀଘ୍ର ପହଞ୍ଚି ପାରିବନି ବୋଲି ଜାଣି ଅପରାଧୀମାନେ ମଧ୍ୟ ବେଧଡ଼କ ଅପରାଧ ଘଟାନ୍ତି। ପୁଲିସ ଆସିବା ଆଗରୁ ଚମ୍ପଟ ମାରନ୍ତି। ପୁଣି ଶୋଚନୀୟ ରାସ୍ତାରେ ଗଲ ପାରି ହୋଇ ଉକ୍ତ ପଞ୍ଚାୟତର ଲୋକେ ଥାନାକୁ ଆସିବା ଯିବା ମଧ୍ୟରେ ଦିନଟିଏ ବିତିଯାଏ। ୨୦୧୭ ଜୁନ୍‌ ମାସରେ ବ୍ରାହ୍ମଣଗାଁ ଫଚାୟତ ଦୋମୁହାଁଣିଠାରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ପିଲା ଚୋର ଭାବି ପିଟି ପିଟି ମାରି ଦେଇଥିଲେ ସ୍ଥାନୀୟ ଗ୍ରାମବାସୀ । କୁମ୍ଭାରମୁଣ୍ଡାକଟାଠାରେ ଡକାୟତମାନେ ଘରେ ପଶି ଜଣଙ୍କୁ ହତ୍ୟା କଲେ । କିଛି ଦିନ ପୂର୍ବରୁ ବୁଢିଖମାରୀ ଗ୍ରାମରେ ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କ ଦ୍ବାରା ୨୦ ଘଣ୍ଟା ଅଟକ ରହିଥିଲେ। ବଡ଼ଗାଁ ଫଚାୟତରେ ପଥର ବ୍ଲଷ୍ଟିରେ ମୃତ ନାବାଳକ ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ନିଶ୍ଚିନ୍ତା ବ୍ୟାଙ୍କ ଲୁଟ୍, ପଥୁରୀ ଏଟିଏମ୍ ଲୁଟ ଉଦ୍ୟମ ଆଦି ଘଟଣା ଏ ଯାଏ ମନରୁ ଯାଇନି। ଆଉ ଏସବୁ ଘଟଣାରେ ବିଳମ୍ବରେ ପହଞ୍ଚିଛି ପୁଲିସ ଥାନାଠାରୁ ଅଧିକ ଦୂରରେ ଥିବା ଅଞ୍ଚଳରେ ପୁଲିସର କତ୍ ରଘୁନି। ଏହାର ସୁଯୋଗରେ ନିଶା କାରବାର, ଜୁଆଖେଳ ବେଶ୍ ଜମୁଛି। ଚୋରି, ଡାକାୟତି ଦୁଷ୍କର୍ମ ବଢ଼ିଛି। ଏହାର ସମାଧାନ ସୃପ କୁମ୍ଭାରମୁଣ୍ଡାକଟା, ବ୍ରାହ୍ମଣଗାଁ ଓ ଭୁଆଶୁଣୀରେ ପୁଲିସ ଫାଣ୍ଡି କିମ୍ବା ବିଟ୍ ସ୍ଥାପନ ପାଇଁ ଦୀର୍ଘଦିନରୁ ଦାବି ହେଉଛି। ହେଲେ କଥା ଆଗଉନି କୁଆଡ଼େ ଫାଣ୍ଡି ପାଇଁ ପୁଲିସ ବିଭାଗ ପକ୍ଷରୁ ପ୍ରସ୍ତାବ ଆସୁଥିଲେ ବି କିଛି ରାଜନେତାଙ୍କ ପାଇଁ ଏହା ହେଉନଥିବା ଅଭିଯୋଗ ଆସିଛି। ଲୋକଙ୍କ ଭିତରେ ସେମାନଙ୍କ ପତିଆରା କମିଯିବ ଓ ଲୋକେ ଆଉ ସମସ୍ୟା ହେଲେ ସେମାନଙ୍କୁ ଲୋଡ଼ିବେନି ବୋଲି ନେତାଙ୍କୁ ଖାଉଛି ତର ତେବେ । ଦୂରିଆ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ 2 ହେବା ଆଗରୁ ଜିଲ୍ଲା ଏସ୍‌ପି ଓ ଉଚ୍ଚସ୍ତରୀୟ  ଅଧିକାରୀ ଲୋକଙ୍କ ଦାବିର ତର୍ଜମା କରନ୍ତୁ।

 

Related Posts

About The Author

Add Comment