ଧର୍ମଶାଳା, ୩/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧିନ ଏବଂ କଟକ ବନଖଣ୍ଡ ବିଭାଗ ବୈରୀ ଫରେଷ୍ଟ ଅଧିନରେ କଳା ଗ୍ରାନାଇଟ ପଥର ପାହାଡ ମାନଙ୍କରୁ ଶହଶହ କୋଟି ଟଙ୍କା ଦୀର୍ଘ ବର୍ଷରୁ ମାଫିଆ ମାନେ ଲୁଟୁଥିଲା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଧରପଗଡ କେବଳ ଜରିମନା ଆଦାୟରେ ସୀମିତ ରହିଛି । ଜିଲ୍ଲା ପ୍ରଶାସନ ଜରିମନା ଆଦୟ କରୁଥିବା ବେଳେ ବନ ବିଭାଗ ପୁରା ହାତଟେକି ଦେଇଥିବା ପରି ଜଣା ପଡୁଛି । ଏହି ମହାଦୁର୍ନୀତିକୁ ରୋକିବାକୁ ପ୍ରଶାସନ ଲାଗୁ କରିଥିବା ୧୪୪ଧାରା କେବଳ କାଗଜ କଲମରେ ସିମୀତ ରହିଥିଲା ପରିଲାଗୁଛି । ଏହି ଚୋରି ରୋକିବାକୁ ପ୍ରଶାସନ କୌଣସି ଦୀର୍ଘକାଳିନ ଯୋଜନା ପ୍ରସ୍ତୁତ ନକରି କେବଳ କିଛି ଜରିମନା ଆଦୟ କରି ନିଜର କର୍ତ୍ତବ୍ୟ ଶେଷ କରିଦେଉଛି । ଶତାବ୍ଦିର ଏହି ମହାଘୋଟାଲା ପଛରେ ପ୍ରଶାସନ ବିଭାଗୀୟ ଅଧିକାରୀ,ସରକାରୀ ଦଳର ଲୋକ ପ୍ରତିନିଧି, ରାଜନେତା ମାନଙ୍କର ଭାଗୀଦାର ଓ ସଂପୃକ୍ତି ରହିଥିବା ପରିଲକ୍ଷିତ ହୋଇଛି । ଏହି ମହାଦୁର୍ନୀତିର ଚେର ତଳୁ ଉପରିସ୍ତର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ପ୍ରଶାସନ ଚଢାଉ ,ଜରିମନା ଏସବୁ କେବଳ ଧର୍ମକୁ ଆଖିଠାର ବୋଲି ସାଧାରଣରେ ଆଲୋଚନା ହେଉଛି । ବଟି କାରବାରରେ ପଥର ମାଫିଆ ମାନେ ସମସ୍ତଙ୍କୁ କବଜା କରି ତାଙ୍କର ଚୋରା କାରବାରକୁ ଆରାମରେ ଚଲାଇଛନ୍ତି । ପୋଲିସ ପ୍ରଶାସନ, ଫରେଷ୍ଟ ବିଭାଗ, ଜୁିଲ୍ଲା ପ୍ରଶାସନ, ସରକାରୀ ଦଳର ରାଜନେତା ମାନଙ୍କର ଅସାଧୁ ମେଂଟରେ ଲକ୍ଷ ଲକ୍ଷ ମେଟ୍ରିକ ଟନ କଳାପଥର ଦୈନନ୍ଦିନ ହଜାର ହଜାର ଟ୍ରିପ ରାଜ୍ୟର ବିଭିନ୍ନ ଅଂଚଳ ମାନଙ୍କୁ ଚାଲାଣ ହେଉଛି । ଏଥିସହ ବେଆଇନ କ୍ରସର ମାନଙ୍କୁ ପଥର ଚାଲାଣ ହେଉଛି । ଏହି ବେଆଇନ ଖାଦାନ ମାନଙ୍କରେ ବିନା ସୁରକ୍ଷାରେ ଶ୍ରମିକମାନଙ୍କୁ ନିୟୋଜିତ କରିବାରୁ ଅନେକ ଶ୍ରମିକ ମୃତ୍ୟୁ ମୁଖରେ ପଡୁଥିଲେ ବି ପଥର ମାଫିଆମାନେ ସେସବୁକୁ ଦୁର୍ଘଟଣାର ରୁପ ଦେଇ ବୀମା କମ୍ପାନୀ ମାନଙ୍କୁ କ୍ଷତିରେ ପକାଇ ନିଜେ ପୋଲିସ ପଞ୍ଝାରୁ ଖସିଜିବାକୁ ସଫଳ ହୋଇଛନ୍ତି । ବିଛାଖଣ୍ଡି,ପୋତୁଅରେ ନିକଟରେ ଏହିପରି ତିନୋଟି ଖାଦାନ ମୃତ୍ୟୁକୁ ଗାଡି ଦୁର୍ଘଟଣାର ରୁପ ଦେଇ ମାଫିଆ ମାନେ ଖସିଜିବାରେ ସଫଳ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ଏହି ଘଟଣାରେ ସ୍ଥାନୀୟ ପୋଲିସ ମୋଟା ଅଙ୍କର ହାତଗୁଞ୍ଜା ପାଇ ମାଫିଆ ମାନଙ୍କୁ ସହାୟତା ଦେଉଥିବା ଶୁଣାଯାଏ । ଏପରି କେସରେ ଶ୍ରମିକ ମାନଙ୍କ ପରିବାର ଲୋକେ ମାଫିଆଙ୍କ ଚାପରେ ସମ୍ପର୍କୀୟଙ୍କ ମୃତ୍ୟୁକୁ ଭିନ୍ନ ରୁପଦେଇ ଲକ୍ଷାଧିକ ଟଙ୍କାନେଇ ସତକୁ ଲୁଚାଇ ବୀମା ଟଙ୍କା ଆଶାରେ ମିଛ ଏତେଲା ଦେଉଥିବା ସାଧାରଣରେ ଆଲୋଚନା ହେଉଛି । ଏହି ସବୁ ଦୁର୍ଘଟଣା ଜନିତ ମୃତ୍ୟୁର ଜଦି କ୍ରାଇମ ବ୍ରାଞ୍ଚ କିମ୍ବା ସି ବିଆଇ ଦ୍ୱାରା ତଦନ୍ତ କରାଯାନ୍ତା ତେବେ ସତ ପଦାକୁ ଆସିବା ସହ ବିମା କମ୍ପାନୀ ମାନେ ଆର୍ଥôକ କ୍ଷତିରୁ ବର୍ତ୍ତୀ ଯାଇ ପାରନ୍ତେ । ପ୍ରାପ୍ତ ଖବରରୁ ଜଣାଯାଏ ଯାଜପୁର ଜିଲ୍ଲାର ଧର୍ମଶାଳା ଅଂଚଳରେଥିବାବିଛାଖଣ୍ଡି,ପୋତୁଅ,ବଳରାମପୁର,କୁସୁମୁପୁର,ବାଘୁଆ,ମଉଳାଭଞ୍ଜ,ବାଘୂଆ ୨ନଂ, ମାଳଗଡା,ଚୁଡାଭରାଣ୍ଡିଆ,ଡଙ୍କାରୀ,ରାହାଡପୁର, ବାଜବାଟି,ଜାବରଥଳି,ଆରୁହା,କୋହ୍ଲା ଓ ଗୋଲାଗାଁ, ପ୍ରଭୁତି ସ୍ଥାନରେ ଶହ ଶହ ଏକର କଳା ଗ୍ରାନଇଟ ପାହାଡ ମାନଙ୍କରେ ପା୍ରକୃତିକ ପଥର ସମ୍ପଦ ରହିଛି । ଏହି ସବୁ ପାହାଡରେ ବେଆଇନ ବ୍ଳଷ୍ଟିଙ୍ଗ କରି ପ୍ରସାଶନର ଆଖି ଆଗରେ ପଥର ମାଫିଆ ମାନେ ପଥର ଲୁଟି ବାହାର ଅଂଚଳକୁ ବିକ୍ରି କରି ଶହ ଶହ କୋଟି ଟଙ୍କା ମୁନାଫା ଉଠାଉଛନ୍ତି । ଏହା ମଧ୍ୟରେ ଧର୍ମଶାଳା ତହସିଲ ଅଂଚଳରେ ଥିବା ପାହାଡ ଗୁଡିକରେ ଥିବା ୮୫ ସୈରାତରୁ ନାମକୁ ମାତ୍ର ୪୬ଟି ଲିଜ କରାଯାଇ ବାକି ସମସ୍ତ ସୈରାତଗୁଡିକୁ ପାହାଡ ମାଫିଆଙ୍କୁ ପ୍ରଶାସନ କେବଳ ଜରିମନା ପାଇଁ ଟେକି ଦେଇଥିବା ପରି ଜଣା ପଡୁଛି । ଏଥି ଯୋଗୁ ପାଖାପାଖି ୨୫ଟି ପଂଚାୟତର ଲୋକମାନେ କ୍ଷତିଗ୍ରସ୍ତ ହେଉଥିବା ବେଳେ କେବଳ ମାପିଆ ଓ ମାଫିଆଙ୍କ ସହ ହାତ ମିଶାଇଥିବା ଲୋକମାନେ ହିଁ ଉପକୃତ ହେଉଛନ୍ତି । ୧୪୪ଧାରା ଅଂଚଳରୁ ଗାଡି ସିଜ କରାଯାଇ ଜରିମନା ଆଦାୟ କରି ଛାଡିଦେଉଥିବା ବେଳେ ଗାଡିମାଲିକ ମାନଙ୍କ ନାମରେ କାହିଁକି ଆଇନ ଉଲଙ୍ଘନ ମାମଲା କରାଯାଉନାହିଁ ତାକୁ ନେଇ ସାଧାରଣରେ ସନେ୍ଦ÷ହ ପ୍ରକାଶ ପାଇଛି । ଏଥିô ସହ ଫରେଷ୍ଟ ବିଭାଗ ଅଧିନରେ ଯେତେ ସବୁ ପାହାଡ ରହିଛି ସେଥିରୁ ମାଫିଆମାନେ ରିଜର୍ଭ ଜଙ୍ଗଲକୁ ବ୍ଳାଷ୍ଟିଙ୍ଗ କରି ପଥର ଖନନ କରି ଶହ ଶହ ଟ୍ରିପ ପ୍ରତିଦିନ ଲୁଟିବାରେ ଲାଗିଛନ୍ତି । ୨୦ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ଲୁଟତରାଜ ଚାଲିଥିଲେ ମଧ୍ୟ ପ୍ରଶାଶନ କେବଳ ସିଜ ଓ ଜରିମନା ଭିତରେ ସିମିତ ରହିଛି । ଏହି ପାହାଡ ଲୁଟିବା ପଛରେ ପ୍ରଶାସନର ପରୋକ୍ଷ ହାତ ରହିଥିବା ଏନ ଜି ଟି ତାର ରିପୋର୍ଟରେ ପ୍ରଶାସନିକ ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ କରିଥିବା ସୁପାରିଶରୁ ସ୍ପଷ୍ଟ ହୋଇଛି । ଏଥିସହ ସରକାରୀ ଦଳର ରାଜନୈତିକ ଲୋକପ୍ରତିନିଧି ମାନଙ୍କର ଛତ୍ରଚାୟା ତଳେ ରହି ପଥର ମାଫିଆ ମାନେ ପଥର ଲୁଟ କରିବା ରେ ସକ୍ଷମ ହେଉଛନ୍ତି ଲୋକମାନେ ଏହା ବୁଝିବାକୁ ଆଉ ବାକି ନାହିଁ । ଏହାର ଏକ ନିରପେକ୍ଷ ତଦନ୍ତ ରାଜ୍ୟ ରାଜସ୍ୱ ସଚ୍ଚିବ, ଆର.ଡି.ସି, କ୍ରାଇମବ୍ରାଞ୍ଚକିମ୍ବା ସି.ବି.ଆଇ ଦ୍ୱାରା କରାଗଲେ ସମସ୍ତ ତଥ୍ୟ ଉନ୍ମୋଚିତ ହେବ ବୋଲି ଜନସାଧାରଣ ଦାବି ହେଉଛି ।
ବଢିଚାଲିଛି ବେଆଇନ କଳାପଥର କାରବାର: ରାଜସ୍ୱ ଆଦାୟ ଲକ୍ଷରେ ପ୍ରଶାସନର ଚଢାଉ, ଖାଦାନ ମୃତ୍ୟୁକୁ ଦିଆଯାଉଛି ଦୁର୍ଘଟଣାର ରୁପ!
|
April 3, 2019 |