ବାରିପଦା ୧୭/୦୬ (ସନ୍ଧାନ ନିଉଜ) ମିଳି ଥିବା ଖବର ମୁତାବକ ଆଜି ମୋରଡା ବ୍ଲକର ମାକୁଦ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୈ÷ଠକ ହୋଇ ଥିଲା । ଏହି ବୈ÷ଠକ ସାରି ଦୁଇ ଯାଆ ଭୀମ ହାଁସଦାଙ୍କ ପନ୍ନୀ ସାଲଗେ ହାଁସଦା (୬୫) ଓ ଧାନାଏ ହାଁସଦାଙ୍କ ପନ୍ନୀ ଯମୁନା ହାଁସଦା (୬୦) ଅନ୍ୟ ଜଣଙ୍କ ସହିତ ନିଜେ ଖସି ଯିବା ହେତୁ ବଡ ଯାଆ ଗଭୀର ପାଣିକୁ ଚାଲି ଯାଇ ଥିଲେ । ସାନ ଯାଆ ମଧ୍ୟ ଗଭୀର ପାଣିକୁ ଚାଲି ଯାଇଥିଲେ । ଘଟଣାସ୍ଥଳେôର ଥିବା ଅନ୍ୟ ମହିଳା ପାଟି କରିବାରୁ ପରିବାରର ରତିକାନ୍ତ ହାଁସଦା , ଧାନାଏ ହାଁସଦା ,ରଘୁନାଥ ମୁର୍ମୁ ପ୍ରମୁଖ ଗଡିଆ ଘାଟରେ ପହଞ୍ଚିିିି ଥିଲେ । ସେମାନେ ଦୁଇ ମହିଳାଙ୍କୁ ଚେତାଶ୍ୱନ୍ୟ ଅବସ୍ଥାରେ ଗଡିଆରୁ ଉଦ୍ଧାର କରି କୂଳକୁ ଆଣି ଥିଲେ । ପରେ ସେମାନେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେଦ କେନ୍ଦ୍ରକୁ ଅଣା ଯାଇ ଥିଲା । ସେଠାରେ ଡାକ୍ତର ଦୁଇ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇବା ପରେ ଦୁଇ ମହିଳାଙ୍କ ପରିବାର ଓ ସମ୍ପର୍କୀୟ ମାନେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିିିିବା ପରେ ସେଠାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇ ଥିବାର ଜଣା ପଡିଛି । ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଖବର ପରେ ବେତନଟୀ ଥାନା ପୋଲିସ ମୋରଡା ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ମୃତ ସାଲଗେଙ୍କର ଦୁଇ ପୁତ୍ର ଓଜଣେ କନ୍ୟା ସନ୍ତାନ ଅଛନ୍ତି । ସେହିପରି ମୃତ ଯମୁନାଙ୍କ ଏକ ମାତ୍ର ପୁତ୍ର ଥିବାର ଜଣା ପଡିଛି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା
ବଡ ଯାଆ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ଯାଆ
|
June 17, 2020 |



