ବଡ଼ସାହି ପୁଲିସ କନ୍ଧ୍ୟାରେ ବାଇକ୍ ଚୋର ଗ୍ୟାଙ୍ଗ

Spread the love

ବାରିପଦା, ୧୫/୯(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା): ବଡ଼ସାହି ପୁଲିସକୁ ବଡ଼ଧରଣର ଏକ ସଫଳତା ମିଳିଛି । ପୁଲିସ ଏକ ବାଇକ୍ ଚୋର ଗ୍ୟାଙ୍ଗ୍ କୁ ଠାବ କରି ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କନିକଟରୁ ୧୨ଟି ବାଇକ୍, ଗୋଟିଏ ଅଟୋରିକ୍ସା ଓ ନଗଦ ୪୫ହଜାର ଟଙ୍କା ଜବତ କରିଛି । ଏହି ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର ଚନ୍ଦ୍ର ମୋହନ ଦାଶ ଓରଫ ବାପି ଏବଂ ଅନ୍ୟତମ ସହଯୋଗୀ ମଳୟ ବେରାକୁ ପୁଲିସ ଗିରଫ କରିଛି । ଚନ୍ଦ୍ର ମୋହନଠାରୁ ପୁଲିସ ଗୋଟିଏ ଚୋରି ହିରୋ ଗ୍ରାମର ବାଇକ୍ ଜବତ କରିବା ସହ ୪୫ହଜାର ଟଙ୍କା ଏବଂ ଚୋରା ଗାଡ଼ି ବିକି ସେହି ଟଙ୍କାରେ କିଣି ଥିବା ଏକ ଅଟୋ ରିକ୍ସାକୁ ମଧ୍ୟ ଜବତ କରିଛି । ସେହି ପରି ମଳୟ ନିକଟରୁ ପୁଲିସ ୨ଟି ହୋଣ୍ଡା ସାଇନ୍ ବାଇକ ସମେତ ୨ଟି ସ୍ତେ ର, ୨ ହିରୋ ପାସନ ପ୍ରୋ, ବିଭିନ୍ନ ରଙ୍ଗର ୫ଟି ଗ୍ରାମର ବାଇକ୍ ଜବତ କରିଛି । ବଡ଼ ସାହି ଥାନାର ଅତିରିକ୍ତ ଦାୟିତ୍ବରେ ଥିବା ଆଇ ଆଇସି ଅଶୋକ ନାଏକଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଚନ୍ଦ୍ରମୋହନର ପ୍ରକୃତ ଘର ବାଲେଶ୍ବର ଜିଲ୍ଲା ସାହୁ ପଡ଼ାଠାରେ । ସେ ତା’ ଗାଁରୁ ବିତାଡ଼ିତ ହୋଇ କିଛିଦିନ ପାଇଁ ବାରିପଦା ତଖତପୁର ଅଞ୍ଚଳରେ ରହିଥିଲା । ସେଠାରେ ମଧ୍ୟ ଲୋକମାନେ ତାର କାରନାମାରେ ଅତିଷ୍ଠ ହୋଇ ବିରୋଧ କରିବାରୁ ସେ ବଡ଼ସାହି ଥାନା ଅନ୍ତର୍ଗତ ବଡ଼ କେରିକୋରେ ଆସି ଘର ଘର କରି ରହିଛି । ସେ ୩ ଜଣଙ୍କୁ ବାହା ହୋଇଥିଲା । ଜଣଙ୍କୁ ମାରି ଦେଇଥିବା ଅଭିଯୋଗ ମଧ୍ୟ ତା’ ନାମରେ ରହିଛି । ଶ୍ରୀ ନାଏକ କହିଛନ୍ତି ଯେ, ବଡ଼ ସାହି ଥାନାରେ ଗତ ୬ ତାରିଖରେ ଏବଂ ଗତ ୭ ତାରିଖରେ ଦୁଇଟି ପୃଥକ୍ ପୃଥକ୍ ବାଇକ୍ ଚୋରି ମାମଲା ରୁଜୁ ହୋଇଥିଲା । କେହି ଦୁର୍ବୃତ୍ତ ଓଡି୧୧- ଏଫ୭୮୭୫ ନଂ ବିଶିଷ୍ଟ ଏକ ହୋଣ୍ଡା ସାଇନ୍ ଗାଡ଼ି କୁ ଏବଂ ଓଡି-୧୪-ଡି-୮୪୭୪ ନମ୍ବର ବିଶିଷ୍ଟ ଏକ ଟ୍ରେମୋର ଗାଡିକୁ ବଡ଼ ସାହି ଅଞ୍ଚଳରୁ ଗ୍ରି ଲଗେଟ୍ ଭାଙ୍ଗି ଚୋରି କରିଥିବା ନେଇ ଥାନାରେ ଦେବାଶିଷ ମହାନ୍ତ ଓ ଅଶୋକ ବାରିକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବଡ଼ ସାହି ପୁଲିସ ତଦନ୍ତ ସମୟରେ ସାନକେରକୋ ନିକଟରେ ୧୧ ତାରିଖରେ ଅଭିଯୁକ୍ତ ଚନ୍ଦ୍ର ମୋହନ ଚୋରି ହୋଇଥିବା ବାଇକ୍‌ରେ ଯାଉଥିବା ବେଳେ ଅଚାନକ ପୁଲିସ ସହ ସାମ୍ରାସାପ୍ତି ହେବାରୁ ସେ ଗାଡ଼ି ରୁ ପଡ଼ି ଯାଇଥିଲା । ପୁଲିସ ବଡ଼ସାହି ଥାନାକୁ ଆଣି ପଚରାଉଚରା କରିବା ପରେ ତାର ସହଯୋଗୀ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ଦାନ୍ତନ ଥାନାର ପାସୋଳ ଗ୍ରାମରୁ ଯାଦବ,ବେରାଙ୍କ ପୁଅ ମଳୟ (୨୩)କୁ ତା ଗାଁରୁ ଗିରଫ କରିବା ସହ ତା ନିକଟରୁ ସେଠାକାର ପୁଲିସ ସହାୟତାରେ ୧୧ଟି ବିଭିନ୍ନ ବାଇକ୍ ଜବତ କରିଥିଲା । ଏହି ୨ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ।ବଡ଼ସାହି ଥାନାରେ ଆୟୋଜିତ ସାମ୍ବାଦିକ । ସମ୍ମିଳନୀରେ ପୁଲିସ ସୂଚନା ଦେଇଛି । ଏହି ସମ୍ବାଦିକ ସମ୍ମିଳନୀରେ ବେତନଟୀ । ଏସ୍ ଡି ପି ଓ ଲଳିତ କୁମାର ପଟ୍ଟନାୟକ, ବଡ଼ସାହି ଓ ବେତନଟୀ ଉଭୟ ଥାନା ଦାୟିତ୍ବରେ ଥିବା ଆଇ ଆଇସି ଅଶୋକ କୁମାର ନାଏକ, ଏସ୍ ଆଇ ଅଶୋକ ବାରିକ, ଏସ୍ ଆଇ ବେଦପ୍ରକାଶ ନନ୍ଦ, ଲକ୍ଷ୍ମୀ ମାଝା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଚନ୍ଦ୍ରମୋହନ ଜଣେ ପେସାଦାର ଅପରାଧୀ । ତା’ ବିରୋଧରେ ମୟୁରଭଞ୍ଜ ସମେତ ଓଡ଼ିଶାର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଅଭିଯୁକ୍ତ ଚନ୍ଦ୍ର ମୋହନ ଜଣେ ପେସାଦାର ଅପରାଧୀ ବୋଲି ଜଣାପଡ଼ିଛି । ତା’ ବିରୋଧରେ ବଡ଼ସାହି ଏବଂ ବାରିପଦା ଟାଉନ୍ ଥାନା, ବାରିପଦା ସଦର ଥାନାରେ ୨୦ଟି କେସ୍ ଥିବା ବେଳେ ଅନ୍ୟ ଥାନାରେ ମଧ୍ୟ କେସ୍ ରହିଛି । ବଡ଼ସାହି ଥାନାରେ ୩ଟି, ବାରିପଦା ଟାଉନ୍ ଥାନାରେ ୯ଟି ଏବଂ ବାରିପଦା ସଦର ଥାନାରେ ୮ଟି କେସ ରହିଛି ।

Related Posts

About The Author

Add Comment