ବଡ଼ଚଣାରେ ଏହି S-କର୍ଭ ହିଁ ଡ଼ାକ ଆଣୁଛି ମୃତ୍ୟୁର ପରୱାନା
ବଡ଼ଚଣାରେ ଏହି S-କର୍ଭ ହିଁ ଡ଼ାକ ଆଣୁଛି ମୃତ୍ୟୁର ପରୱାନା
Manas Kumar Rout |
January 31, 2019 |
![](https://sandhannews.com/wp-content/uploads/2019/01/IMG-20190130-WA0085.jpg)
ଯାଜପୁର, ୩୧/୧(ସନ୍ଧାନ ନିୟୁଜ/ଅନିତା ବେହେରା) ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଚଣା-ଦର୍ପଣ ପୂର୍ତ୍ତ ବିଭାଗ ରାସ୍ତାର ୫୩ନମ୍ବର ଜାତୀୟ ରାଜପଥଠାରୁ ଚଣ୍ଡିଖୋଲ କଲେଜ ମଧ୍ୟରେ ଡାକବଙ୍ଗଳା ନିକଟରେ ହିଁ ରହିଛି ଇଂରାଜୀ ଏସ୍(S) ଆକୃତିର ଏହି ବାଙ୍କ ! ରାସ୍ତାର ଉଭୟ ପାର୍ଶ୍ବରେ ଝଙ୍କାଳିଆ ଗଛ ରହିଥିବା ଯୋଗୁଁ ଏବଂ ବୁଲାଣିର ଅବସ୍ଥିତି ଅତି ବିପଜ୍ଜନକ ରହିଥିବା ଯୋଗୁଁ ହିଁ ଗାଡ଼ି ଚାଳକ ମାନେ ଏଠାରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଗାଡ଼ିଗୁଡ଼ିକୁ ଦେଖିବାରେ ସମସ୍ୟା ହେଉଛି ! ଫଳରେ ଏଠାରେ ବିଭିନ୍ନ ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟି ଗତ ପାଞ୍ଚ ବର୍ଷ ମଧ୍ୟରେ ଏଠାରେ ପାଞ୍ଚ ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ଅନେକ ଲୋକ ଆହତ ହେଲେଣି ! ସଦ୍ୟତମ ଭାବେ ବିଗତ ମାସକ ମଧ୍ୟରେ ଦୁଇଟି ଦୁର୍ଘଟଣା ଘଟି ଦୁଇଜଣ ଲୋକଙ୍କ ମୂଲ୍ୟବାନ ଜୀବନ ଯାଇଛି ! ଦୁଇଦିନ ତଳେ ଏଠାରେ ଏକ ମର୍ମନ୍ତୁତ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଏବେ ପୋଲିସ ଟିକେ ସଚେତନ ହୋଇଛି ! ଦ୍ରୁତ ଗତିରେ ଗାଡି ଚାଳନାରେ ରୋକ୍ ଲଗାଇବାକୁ ଏଠାରେ ଏବେ ବଡ଼ଚଣା ପୋଲିସ ପକ୍ଷରୁ ବ୍ୟାରିକେଡ ବ୍ରେକର ସ୍ଥାପନ କରିଛି ! କିନ୍ତୁ ଏହା ସ୍ଥାୟୀ ସମାଧାନର ପନ୍ଥା ନୁହେଁ ! ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ଏଠାରେ ରାସ୍ତାର ଗତିପଥକୁ ଘୁଞ୍ଚାଇ ସଳଖ କରିବାର ଆବଶ୍ୟକତା ରହିଛି ! ନୋହିଲେ ଭବିଷ୍ୟତରେ ଏଠାରେ ପୁଣି ଦୁର୍ଘଟଣା ଘଟି ଆହୁରି ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି ! ଏଥିପ୍ରତି ପୋଲିସ୍ ଓ ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଯତ୍ନବାନ୍ ହେବାର ଆବଶ୍ୟକତା ରହିଛି !
![](https://sandhannews.com/wp-content/uploads/2019/01/IMG-20190130-WA0087-300x178.jpg)
Related Posts
About The Author