ବାରିପଦା,୧୩/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ମୟୁରଭଞ୍ଜ ଜିଲ୍ଲାର ସର୍ବବୃହତ ବ୍ଲକ ଭାବେ ବଡ଼ସାହି ରହିଥିବା ବେଳେ ରାଜ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି ବୋଲି ଖୋଲା ଖୋଲି ଚର୍ଚ୍ଚା ଆରମ୍ଭ ହୋଇଛି।୩୦ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକ ଉପକୂଳବର୍ତ୍ତୀ ଜିଲ୍ଲାରେ ଥିଲେ ସରକାର ୩.୩ଟି ନୂତନ ବ୍ଲକ ଗଠନ କରିସାରନ୍ତେଣି।୩୦ଟି ପଞ୍ଚାୟତରୁ ୨୧ଟି ବାଲେଶ୍ବର ଲୋକସଭା ଅଧୀନ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ରହିଥିବା ବେଳେ ୯ଟି ପଞ୍ଚାୟତ ମୟୁରଭଞ୍ଜ ଲୋକସଭା ଅଧୀନ ବାରିପଦା ନିର୍ବାଚନମଣ୍ଡଳୀରେ ରହିଛି। ବର୍ତ୍ତମାନ ସମସ୍ତ ଆସନରେ ବିଜେପିର ସାଂସଦ ଓ ବିଧାୟକ ପ୍ରତିନିଧିତ୍ଵ କରୁଛନ୍ତି।ଏହା ପୂର୍ବଥର କିନ୍ତୁ ସମସ୍ତ ବିଜେଡିର ରହିଥିଲେ। ବଡ଼ସାହି ନୂତନ ଭାବେ ନିର୍ବାଚନମଣ୍ଡଳୀ ଘୋଷଣା ପରଠାରୁ ବିଜେଡିର ଦବଦବା ବ୍ଲକରେ ଥିବା ବେଳେ ଶାସକ ଦଳର ଅର୍ନ୍ତଦ୍ବନ୍ଦ ଜନିତ ପରିଚାଳନା ତ୍ରୁଟି ପାଇଁ ସମସ୍ତ ଆସନରେ ବିଜେପି ସପକ୍ଷରେ ସମର୍ଥନ ଯିବାରୁ ବିଜେଡି ଲଜ୍ୟାଜନକ ଭାବେ ପରାଜୟ ହୋଇଛି। ତେବେ ପରାଜୟରୁ ମଧ୍ୟ ଦଳ ଏକବର୍ଷ ମଧ୍ୟରେ କିଛି ଶିକ୍ଷାଲାଭ କରି ନଥିବା ଜଣାପଡ଼ିଛି। ବଡ଼ସାହି ବ୍ଲକ୍ କାର୍ୟ୍ୟାଳୟରେ ବର୍ତ୍ତମାନ ବିଡ଼ିଓ,ସିଡିପିଓ ଓ ବିଇଓଙ୍କୁ ମିଶାଇ ୪୪ଟି ପଦବୀ ଖାଲି ପଡ଼ିଛି। କାର୍ୟ୍ୟରତ ବିଡ଼ିଓ ଦିଲ୍ଲିପ କୁମାର ମହାରଣାଙ୍କ ପଦୋନ୍ନତି ପାଇଁ ଗୋଟିଏ ମାସରେ ୩.୩ଟି ସ୍ଥାନକୁ ବଦଳି କରାଯାଇ ଶେଷରେ ଶୁକ୍ରବାର ରିଲିଫ କରାଯାଇଛି।ପ୍ରତିବଦଳରେ କାହାରି ନିଯୁକ୍ତି ହୋଇନଥିରୁ ତାଙ୍କ ସ୍ଥାନରେ ୨ଦିନ ତଳେ ବଦଳି ହୋଇ ଆସିଥିବା ଉଦଳା ବ୍ଲକର ଏବିଡିଓ ଶରତ ମହାନ୍ତି ଅପରାହ୍ନରେ ବିଡ଼ିଓଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ବ୍ଲକର ବିଡିଓ,ସିଡିପିଓ ବଧଳି,ପରେ ନିୟମିତ ନିଯୁକ୍ତି କାହାରି ହୋଇନାହିଁ। ସେହିପରି ଜିପିଓ, ଆକାଉଣ୍ଟାଣ୍ଟ,ବିଏସଏସଓ ,ଡବ୍ଲୁଇଓ ୧୯ଜଣ କନିଷ୍ଠ ଯନ୍ତ୍ରୀ ଓ ୧୭ପିଇଓ ପଦ ଖାଲି ପଡ଼ିଛି। ଏଥିପାଇଁ ସମ୍ପୃକ୍ତ ବିଭାଗରେ ପରିଚାଳନା ସମସ୍ୟା ଲାଗି ରହିଥିବାରୁ ଉନ୍ନୟନ କାର୍ୟ୍ୟ ବନ୍ଦ ପଡ଼ିଛି। ଅନ୍ୟପକ୍ଷରେ ବନ୍ୟା ପ୍ରବଣ ବ୍ଲକ ସାଙ୍ଗକୁ ବର୍ତ୍ତମାନ କରୋନା ମୁକାବିଲା ପରିଚାଳନା ପାଇଁ ଉପରୋକ୍ତ ଖାଲିଥିବା ପଦବୀ ପ୍ରମୁଖ ସମସ୍ୟା ସାଜିଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ସାଂସଦ ବିଶେଶ୍ୱର ଟୁଡୁ ଓ ବିଧାୟକ ସନାତନ ବିଜୁଳି ଏବଂ ପ୍ରକାଶ ସୋରେନ ବିଜେପିର ହୋଇଥିବାରୁ ତାଙ୍କ ସ୍ଵର ମଧ୍ୟ କରୋନା ଦାହିରେ ନୀରବି ଯିଉଛି । ଯଦି ବି ସ୍ବର କାଁଭାଁ ଉଠୁଛି ତେବେ ନବୀନ ନିବାସ କିମ୍ବା ତୃତୀୟ ମହଲା ପର୍ୟ୍ୟନ୍ତ ପହଞ୍ଚିପାରୁନି। ଅପରପକ୍ଷରେ ନିର୍ବାଚନରେ ପରାଜୟ ପରେ ବିଜେଡି ନିଜର ସଙ୍ଗଠନ ବହୁକେନ୍ଦ୍ରିକ ହୋଇଥିବାରୁ ଉପରସ୍ତରରେ ଚାପ ସୃଷ୍ଟି ବିଫଳ ରହୁଛି।୩୦ଟି ପଞ୍ଚାୟତରୁ ହାତ ଗଣିତ ବାଦ ଦେଲେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟଙ୍କ ସହିତ ବ୍ଲକର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଉଭୟ ବିଜେଡିର ଥିଲେ ହେଁ ଖାଲିପଡ଼ିଥିବା ପଦବୀ ସମ୍ପର୍କରେ ଅଭିଯୋଗ ଦଳର ସୁପ୍ରିମୋଙ୍କ ଆସ୍ଥା ଭାଜନରେ ବିଫଳ ରହୁଛିନ୍ତି । ଆଗାମୀ ଦିନରେ ଦଳ ଏଥିପ୍ରତି ଦୃଷ୍ଟି ନଦେଲେ ପୁନର୍ବାର ନିର୍ବାଚନମଣ୍ଡଳୀର ରାଜନୀତି କ୍ଷମତା ଟ୍ରାକକୁ ଫେରିବା ଦୁଃସ୍ବପ୍ନ ପାଲଟିବ। ଲକଡାଉନ/ସଟଡାଉନ ପାଇଁ ଜୀବନ ଜୀବିକା ପ୍ରାଣୁ ପାଲଟିଥିବା ବେଳେ ସରକାରୀ ଘୋଷଣା ବା ସହାୟତା ସାଧାରଣ ଜନତା ପାଖରେ ପହଞ୍ଚିବା ପରିବର୍ତ୍ତେ ସରକାରଙ୍କ ନିକଟରେ ପଡ଼ି ରହିବା ସାର ହେବ। ରାଜନେତା ମାନେ କେବଳ ମାସ୍କ ସାବୁନ ବାଣ୍ଟିବା ଓ ରକ୍ତଦାନ ଶିବିର ଆୟୋଜନ କରି ଆତ୍ମସନ୍ତୋଷ ପାଇଥିଲେ ଠିକଣା ସମୟରେ ଜନସାଧାରଣଙ୍କ ନିକଟରେ ଉତ୍ତରଦିୟୀ ରହିବେ ।
ବଡସାହି ବ୍ଲକକୁ ରାଜ୍ୟ ସରକାରଙ୍କ ଅଣଦେଖା: ବିଡ଼ିଓ,ବିଇଓ,ସିଡିପିଓ ସମେତ ୪୪ ପଦ ଖାଲି
|
July 13, 2020 |



