ବଡସାହି ତହସିଲ ଅଞ୍ଚଳରେ ବ୍ୟାପକ ମୋରମ୍ ଚାଲାଣ ; ହାଇଓ୍ଵା ଜବତ,ଅନ୍ୟ ୨ ହାଇଓ୍ଵା ଚମ୍ପଟ

Spread the love

ବାରିପଦା ୨୩/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ବଡସାହି ତହସିଲ ଅଞ୍ଚଳରେ ବ୍ୟାପକ ମୋରମ୍ ଚାଲାଣ ହେଉଛି । ଏ ନେଇ ବାରମ୍ବାର ସନ୍ଧାନ ଖବର କାଗଜରେ ବାହାରିବା ପରେ ମୟୁରଭଞ୍ଜ ସଦର ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ବେତନଟୀ ବୈଶିଙ୍ଗା ଥାନା ଛକଠାରେ ଏକ ମୋରମ୍ ବୋଝେଇ ହାଇଓ୍ଵା ଜବତ କରିଛନ୍ତି । ମାଫିଆଙ୍କଠାରୁ ସୂଚନା ପାଇ ଅନ୍ୟ ୨ ଡ୍ରାଇଭର ହାଇଓ୍ଵା ନେଇ ପକାଇଛନ୍ତି । ଅନ୍ୟ ୨ ହାଇଓ୍ଵାକୁ ଜବଦ କରିବା ପୂର୍ବରୁ ଜଣେ ଡ୍ରାଇଭର ରାସ୍ତାପାଶ୍ୱର୍ରେ ମୋରମ୍ ଢାଳି ହାଇଓ୍ଵା ଧରି ପଳାଇଛନ୍ତି । ଜବତ ଡ ହାଇଓ୍ଵାଟିକୁ ତହସିଲବାର ବୈଶିଙ୍ଗା ପୋଲିସ ଜିମା ଦେଇଛନ୍ତି । ଜବତ ହାଇଓ୍ଵା ଡ୍ରାଇଭରଙ୍କଠାରୁ ଜରିମାନା ଆଦାୟ କରାଯିବା ବୋଲି ତହସିଲଦାର ସୂଚନା ଦେଇଛନ୍ତି । ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ।
ବଡସାହି ତହସିଲ ଅଞ୍ଚଳରୁ ମାଫିଆମାନେ ବିଳମ୍ବିତ ରାତିରେ ବେଆଇନ୍ ଭାବେ ମୋରମ୍ ଉତୋଳନ କରି ପଡୋଶୀ ଜିଲ୍ଲା ଓ ରାଜ୍ୟ ବାହାରକୁ ପ୍ରତିଦିନ ଚାଲାଣ କରୁଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦର ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ବେତନଟୀ ତହସିଲଦାର ଭୋର୍ ସାଢେ ୪ଟାରେ ଚଢଉ କରି ବୈଶିଙ୍ଗା – ମାଣତ୍ରୀ ରାସ୍ତାରୁ ବେଆଇନ୍ ମୋରମ୍ ଚାଲାଣ କରୁଥିବା ଗୋଟିଏ ହାଇଓ୍ଵା ଜବତ କରିଥିଲେ । ହାଇଓ୍ଵାକୁ ସୁରକ୍ଷା ଦେବାକୁ ଯାଉଥିବା ମାଫିଆ ଖସି ପଳାଇଥିଲେ । ସେମାନଙ୍କଠାରୁ ସୂଚନା ପାଇ ପଛରେ ଥରବା ଅନ୍ୟ ୨ ହାଇଓ୍ଵା ନେଇ ଡ୍ରାଇଭର ପଲାଇଥିଲା । ଏ ସମ୍ପର୍କତ ରିପୋର୍ଟ ସଦର ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଥାନାରେ ଜବତ ହୋଇଥିବା ହାଇଓ୍ଵାର ଡ୍ରାଇଭର ଫେରାର୍ ହୋଇଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଉକ୍ତ ହାଇଓ୍ଵାଗୁଡିକ ବଡସାହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କର । ସମ୍ପୃକ୍ତ ହାଇଓ୍ଵା ମାଲିକଙ୍କଠୁ ୩ଟି ହାଇଓ୍ଵାର ଜରିମାନା ଆଦାୟ କରାଯିବ ବୋଲି ବେତନଟୀ ତହସିଲଦାର ଅନୀଷା ଦାସ କହିଛନ୍ତି । ଏପରିକି ସମ୍ପୃକ୍ତ ବ୍ୟକ୍ତି ଜଣକ ବଡସାହି ତହସିଲରେ ବ୍ୟକ୍ତିଗତ ଗାଡି ଲିଜ୍ ସୁତ୍ରରେ ଦେଇଛନ୍ତି । ଉକ୍ତ ଗାଡିର ଡ୍ରାଇଭର ସମ୍ପର୍କୀୟ ହୋଇଥିବାରୁ ତାଙ୍କଠାରୁ ତହସିଲ ଅଫିସର ଅଧିକାରୀ ଓ କର୍ମଚାରୀଙ୍କ ସମ୍ପର୍କରେ ସୂଚନା ପାଇ ବେଧଡକ୍ ମୋରମ୍ ଚାଲାଣ କରୁଥିବା ଜଣାପଡିଛି । ଏହି ଚଢଉ ପରତେ ବଡସାହି ଓ ବେତନଟୀ ଅଞ୍ଚଳର ମୋରମ୍ ମାଫିଆ ମଧ୍ୟରେ ଛନକା ପଶିଯାଇଛି ।
ସୂଚନାଯୋଗ୍ୟ କି, ବଡସାହି ତହସିଲ ଅଞ୍ଚଳରେ ୮ଟି ବାଲି ଖାଦାନ ରହିଛି । କେତେକ ଅସାଧୁ ମାଫିଆ ରାତିରେ ମେସିନ ସାହାଯ୍ୟରେ ବାଲି ଓ ମୋରମ୍ ଉତୋଳନ କରି ଘରେ ଗଚ୍ଛିତ ରଖିବା ପରେ ସୁବିଧା ଦେଖି ଚାଲାଣ କରୁଛନ୍ତି । ଜିଲ୍ଲା ପ୍ରଶାସ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ଜୋର୍ ଧରିଛି । ଏ ସମ୍ପର୍କରେ ତହସିଲାଦାର ଅନୀକ୍ଷା ଦାସ କହିଛନ୍ତି,ବୈଶିଙ୍ଗା ଥାନା ଛକଠାରୁ ମୋରମ୍ ବୋଝେଇ ହାଇଓ୍ଵା ତନଖି କରିବା ପରେ ଆବଶ୍ୟକ କାଗଜାତ ଓ ପରମିଟ୍ ଦେଖାଇ ନ ପାରିବା ଯୋଗୁଁ ହାଇଓ୍ଵାକୁ ଜବତ କରି ବୈଶିଙ୍ଗା ଥାନାରେ ଜିମା ଦିଆଯାଇଛି । ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ।

Related Posts

About The Author

Add Comment