ଚଣ୍ଡିଖୋଲ, ୨୩/୧୨/୨୦୨୧ (ସନ୍ଧାନ ନିଉଜ) : ବଡଚଣା ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ବିରୁଦ୍ଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ । ସ୍ଥାନୀୟ ବିଧାୟକ ଅମର ଶତପଥିଙ୍କ ଖାସ ଅନୁଗତ ହେବାସହ ଚଣ୍ଡିଖୋଲ ଆର.ଟି.ଓ ଭୁତଗାଡି କେଳେଙ୍କାରୀ ଓ ନିଜସ୍ୱ ସ୍କର୍ପିଓ ଗାଡି ଜାଲ କାଗଜପତ୍ର କରିବା ଘଟଣା ୨୦୧୬ ମସିହାରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ସେ ସମୟରେ ତାଙ୍କ ନାମରେ ଚଣ୍ଡିଖୋଲ ଆର.ଟି.ଓ ପକ୍ଷରୁ ଥାନାରେ ଅଭିଯୋଗ ପରେ ଗିରଫଦାରୀ ଭୟରେ ବେଶ କିଛିଦିନ ପଳାୟନପନ୍ଥି ହେବାସହ ଅନ୍ୟରାଜ୍ୟରେ ଲୁକାୟିତ ଅବସ୍ଥାରେ ରହିଥିଲେ । ଶାସକ ଦଳର ନେତା ହୋଇଥିବାରୁ ପୋଲିସ ଉପରେ ଚାପ ପ୍ରୟୋଗ କରି ତାଙ୍କ ବିରୁଦ୍ଧରେ ଲାଗିଥିବା ସଙ୍ଗୀନ ଦଫା କୋହଳ କରାଯିାବ ସହ ଆଗୁଆ ଜାମିନିରେ ଆସିବାକୁ ସକ୍ଷମ ହେଉଥିଲେ । ସେ ସମୟରେ ଭୁତଗାଡି କେଳେଙ୍କାରୀର ଆର.ଟି.ଓରେ କାର୍ଯ୍ୟରତ ତାଙ୍କର ଦୁଇ ଦଲାଲଙ୍କ ସହ ତାଙ୍କ ବିରୁଦ୍ଧରେ କେଶ ନଂ୧୧୫/୧୬ ଜି.ଆର.ନଂ-୬୩୫/୧୬ ଦଫା ୪୨୦, ୪୬୮, ୪୭୧ ଓ ୩୪ ଆଇ.ପି.ସି ଧାରା ଲାଗୁ ହୋଇଥିଲା । ସ୍ଥାନୀୟ ବିଧାୟକଙ୍କ କାସ ଅନୁଗତ ହେବା ସହ କ୍ଷମତାକୁ ଅପବ୍ୟବହାର କରି ବ୍ଳକ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଅନ୍ୟ ସରକାରୀ ସଂସ୍ଥାରୁ ବ୍ୟାପକ ଅର୍ଥ ହାତେଇବାରେ ସକ୍ଷମ ହୋଇଥିଲେ । ଚଣ୍ଡିଖୋଲ, ନେଉଳପୁର, ସୁଙ୍ଗୁଡା ଓ ଅନ୍ୟ ସ୍ଥାନରେ ମୂଲ୍ୟବାନ ଜମି କ୍ରୟ କରିବା ସହ କୋଟି କୋଟି ଟଙ୍କା ବ୍ୟୟରେ ବିଶାଳକାୟ ପ୍ରସାଦ ନିର୍ମାନ କରିବାରେ ସଫଳ ହୋଇପାରିଥିଲେ । ସେହି କ୍ଷମତାକୁ ଅପବ୍ୟବହାର କରି ସୁଙ୍ଗୁଡା ପଂଚାୟତରେ ଥିବା ନିଜ ଶ୍ୱଶୁର ଘର ପରିବାରରେ ମଧ୍ୟ ଦ୍ୱିତୀୟ ଭୋଟର ତାଲିକା ନାମ ସଂଯୋଗ କରିବାରେ ହୋଇପାରିଥିଲେ । ସେହି ପଂଚାୟତର ଓାର୍ଡ ନଂ ୪ରେ କ୍ରମିକ ନଂ ୩୩୭, ଘô ନଂ ୧୪୪ ଅରବିନ୍ଦ ସାମଲ, ପିତା-ଅନାଦୀ ଚରଣ ସାମଲ, ବୟସ -୫୧ ରହିଅଛି । ଏଥିସହିତ ଭୋଟ ପରିଚୟପତ୍ର ନଂ ଓଇା.ଭି.ଟି୦୬୦୫୬୮୩ ପତ୍ରକୁ ମଧ୍ୟ ଜାଲିଆତି କରି ରଖିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ନିଜସ୍ୱ ଗ୍ରାମ ପଂଚାୟତ ରାଧାଦେଇପୁର ଠାରେ ଓାର୍ଡ ନଂ-୨ରେ ଘର ନଂ ୧୬୫ ଅରବିନ୍ଦ ସାମଲ, ପିତା-ଅନାଦି ସାମଲ, ବୟସ-୪୫ ଥିଲା ବେଳେ ପରିଚୟ ପତ୍ର ନଂ-ଓଆର/୦୪/୦୨୭/୨୫୬୯୨ ରହିଅଛି । ଏଠାରେ ପ୍ରଶ୍ନ ଉଠେ ଜଣେ ସଚେତନ ନାଗରିକ ଶାସକ ଦଳô ସଭାପତି ଓ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ ବି ଦୁଇ ଦୁଇଟି ସ୍ଥାନରେ ନିଜ ନାମ କେଉଁ ଆଧାରରେ ଭୋଟର ତାାଲିକା ଭୁକ୍ତ କରିଛନ୍ତି । ଯଦି ସେ ଏଭଳି ଢଙ୍ଗରେ ନିଜ ନାମ ଦୁଇଟି ସ୍ଥାନରେ ରଖିବାକୁ ସକ୍ଷମ ହୋଇଛନ୍ତି ଶାସକ ଦଳର ଅନ୍ୟ ନେତା କର୍ମୀଙ୍କ ନାମ କେତେଗୋଟି ସ୍ଥାନରେ ରହିଥିବ ତାହାସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସ୍ୱଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସରକାର ଡିଣ୍ଡିମ ପିଟୁଥିଲା ବେଳେ ଶାସକ ଦଳର ଏଭଳି କାର୍ଯ୍ୟ ନିାର୍ବଚନକୁ କେଉଁ ଦିଗକୁ ନେବ ଏଥିରୁ ସ୍ପଷ୍ଟ ଅନୁମେୟ । ଏହାର ବିଧିବଧ ତଦନ୍ତ କରାଯାଇ ଦୃଢ ।କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ିଜେପି ସଂପାଦକ ଅମର ନାୟକ ନିର୍ବାଚ୍ନ କମିଶନ ଓ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ପରେ ଜିଲ୍ଲାପାଳ ତଦନ୍ତ ଦାୟିତ୍ୱ ପ୍ରକଳ୍ପ ନିଦେ୍ର୍ଦଶଙ୍କୁ ଦେଇଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
ବଡଚଣା ବ୍ଳକ ବିଜେଡି ସଭାପତି ବିରୋଧରେ ଗାଡି ରେଜିଷ୍ଟ୍ରସନ ପରେ ଭୋଟର ତାଲିକା ଜାଲିଆତି ନେଇ ଚର୍ଚ୍ଚା
|
December 23, 2021 |



