ଚଣ୍ଡିଖୋଲ, ୧୬/୯(ସନ୍ଧାନ ନିୟୁଜ)-ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ଏହାର ଆଶୁ ସମାଧାନ କରିବା ପାଇଁ ଜିଲ୍ଲା ଦପ୍ତରଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ଳକ ମୁଖ୍ୟାଲୟରେ ଜିଲ୍ଲାପାଳ ଓ ଏସି.ପିଙ୍କ ମିଳିତ ଜନସୁନାଣି କରାଯାଉଅଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ବଡଚଣା ବ୍ଳକରେ ମିଳିତ ଜନଶୁଣାଣି ହୋଇଥିଲା । ଏଥିରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଯୋଗଦେଇ ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ଏହି ଶିବିରରେ ମୋଟ ୨୮୨ଟି ଅଭିଯୋଗ ହୋଇଥିଲା । ସେଥି ମଧ୍ୟରୁ ୧୧ ଟି ସାମୁହିକ ସମାଧାନ ୨୫୮ଟି ବ୍ୟକ୍ତି ଗତ ଅଭିଯୋଗ ରହିଥିଲା । ଏଥିସହ ମୁଖ୍ୟ ମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧୩ ଜଣକୁ ୧ଲକ୍ଷ ୨୦ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ସହ ୧୦୩ଟି ଅଭିଯୋଗର ତକ୍ରାଳ ସମାଧାନ କରାଯାଇଥଲା । ତେବେ ଗତ ଅଭି୍ୋଗ ଶୁଣାଣୀ ବେଳେମ ବହୁ ଅଭି୍ୋଗର ସମାଧାନ ହୋଇ ନଥିବାରୁ ଶତାଧିକ ହିତାଧିକାରୀ ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଯାଇଥିଲା । ରଇପୁର ପଂଚାୟତର ଭିନ୍ନକ୍ଷମ ରଞ୍ଜନ କୁମାର ସାହୁଙ୍କର ଆବାସ ଯୋଜନା ତାଲିକାରେ ନାମ ଥିବାସହ ଗୃହ ବାବଦ ଅର୍ଥରାଶି ପ୍ରଦାନ ପାଇଁ ଚୁଡାନ୍ତ ହୋଇଥିଲା ବେଳେ ସେହି ପଂଚାୟତର ସରପଂଚଙ୍କ ପ୍ରତିନିଧି ବ୍ରଜ ସୁନ୍ଦର ସାମଲ ୨୦ ହଜାର ଟଙ୍କା ଲାଂଚ ନଦେଲେ ଘର ପାଇଁ ଅର୍ଥ ଦିଆଯିବ ନାହିଁବୋଲି ସେଚହିଥିବା ଅଭିଯୋଗ କରିଥିଲେ । ରାଧାଦେଇପୁର ଗ୍ରାମ ପଂଚାୟତର ଅନେକ ରାସନକାର୍ଡ ହିତାଧିକାରୀଙ୍କ ନାମ କୌଣସି କାରଣ ନଥାଇ ତାଲିକାରେ ନାମ ଥାଇ ବି ସାମଗ୍ରୀ ପ୍ରଦାନ କରାଯାଉ ନାହିଁ । ସେହିପରି କୋଲଣଗିରି ପଂଚାୟତର ପଣସୁଆପାଳ ଗ୍ରାମର ଜଣେ ବିଧବା ରାସନକାର୍ଡ ହିତାଧିକାରୀ ହୀରା ଘଡେଇଙ୍କୁ ରାଜନୈତିକ ଆକୋ୍ରସରୁ ୨୦୧୮ ମସିହାରୁ ତାଙ୍କ ସାମଗ୍ରୀ ପ୍ରଦାନ କରାଯାଉ ନାହିଁ । ତାହର ତ୍୍ଦନ୍ତ କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଚନ୍ତି । ହାଇଲେବୁଲ କେନାଲର ୬ ନଂ ଶାଖା ନାଳ ସୋଲର ନିକଟରେ ବନ୍ଧ ଉପରେ ୧୧କେଭୀ ବିଦ୍ୟୁତ ଖୁଂଟ ପୋତାଯିବାରୁ ଚାଷ କାର୍ଯ୍ୟ ପାଇଁ ଯାଉଥିବା ହଳ ନଙ୍ଗଳ ସମେତ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅଭିଯୋଗକୁ ସୋଲର ପଂଚାୟତର ସରପଂଚ ବିଭାଗୀୟ ଅଧିକାରୀଙ୍କୁ ବାରମମ୍ବାର ଅଭିଯୋଗ କଲେ ବି କେହି କର୍ଣ୍ଣପାତ ନକରିବାରୁ ଆଜି ଜନ ଶୁଣାଣିରେ ଅଭିଯୋଗ କରାଯାଇଥିଲା । ସୁଙ୍ଗୁଡା ପଂଚାୟତର କେତେକ ଭତା ହିତାଧରକାରୀ ମାନଙ୍କୁ ଅଦ୍ୟାବଧି ମାର୍ଚ୍ଚ ମାସର ଟଙ୍କା ପ୍ରଦାନ କରା ନଯିବା ଓ ସେହି ପଂଚାୟତର ଭିନ୍ନକ୍ଷମ ରଞ୍ଜୁଲତାଙ୍କୁ ପ୍ରାୟ ଏକ ବର୍ଷ ହେବ ଭତା ଟଙ୍କା ଦିଆ ନଯିବା ସଂପର୍କରେ ଅଭିଯୋଗ ହୋଇଥିଲା । ଏ ସମସ୍ତ ଘଟଣାରେ ବିଡିଓ ଅବଗତ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିବାରୁ ସାଧାରଣରେ ସେଠାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ମିଳିତ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ଅଧିକାରୀ ମନୋଜ କୁମାର ବେହେରା, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ସୂଚନା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବଡ଼ଚଣା ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରି, ତହସିଲଦାର ଅଶୋକ କୁମାର ଦାସଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଥିଲେ ।
ବଡଚଣା ବ୍ଳକରେ ଜିଲ୍ଲାପାଳ ଓ ଏସ.ପିଙ୍କ ଜନ ଶୁଣାଣି : ପୂର୍ବ ଅଭୀଯୋଗର ସମାଧାନ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ କଲେ ବହୁ ଅଭିଯୋଗକାରୀ
|
September 17, 2019 |
