ଯାଜପୁର, ୩/୪ (ନିପ୍ର) ବଡଚଣାର ବିଜେପି ବିଧାୟକ ପାର୍ଥୀ ଅମର ନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ପ୍ରତିଦିନ ବିଭିନ୍ନ ପଂଚାୟତର ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରୁଥିବା ଦେଖାଯାଇଛି । ମଙ୍ଗଳବାର ସଧ୍ୟାରେ ଚଣ୍ଡିଖୋଲ ନିକଟସ୍ଥ ସୁଙ୍ଗୁଡା ପଂଚାୟତରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଶିକ୍ଷକ କୃଷ୍ଣଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣପର୍ବରେ ଅତିଥି ଭାବେ ବିଧାୟକ ପାର୍ଥୀ ଅମର ନାୟକ, ଜିଲ୍ଲା ବିଜେପି ଉପସଭାପତି ଜ୍ଞାନ ରଂଜନ ସାହୁ, ସମିତିସଭ୍ୟ ପ୍ରୀତମ ନାୟକ, ମଣ୍ଡଳ ସଭାପତି ଅଜୟ ଜେନା, ପ୍ରଦୀପ ଜେନା, ସୁବାଶ ଜେନା, ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ ସରପଂଚ ପୂର୍ବତନ ସରପଂଚ ଅକ୍ଷୟ ସ୍ୱାଇଁ, ପୂର୍ବତନ ଯୁବ ବିଜେଡି ସଭାପତ ପ୍ରମୋଦ ଜେନା, ରାକେଶ ସେନାପତି, ହରିହର ସ୍ୱାଇଁ, ବିଶ୍ୱଜିତ ବାରିକ, ସମ୍ବିତ ରାଉତ, ରମେଶ ଦାସ, ଦାମଦୋର ମଲିକ, ପ୍ରଭାତ ରାଉତ, ନରେଶ ରାଉତ, ମୁକ୍ତି ରଂଜନ ଓଝା, ଖୋସାଲିପୁର ଗ୍ରାମର ରବିନ୍ଦ୍ର ସାମଲ, ଦୟାନିଧି ମଲିକ, ଜୌତି ଆଦିତ୍ୟ ଜେନାଙ୍କ ସମେତ ବହୁ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଥିବା ନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ଅତିଥି ମାନେ ଦଳୀୟ ଉତରୀୟ, ଟୋପ. ପୁଲତୋଡା ଦେଇ ସ୍ୱାଗତ କରିଥିଲେ ।
ବଡଚଣା ବିଜେପିର ମିଶ୍ରଣ ପର୍ବ
|
April 3, 2019 |