ବଡଚଣା ବିଜେପର ୨୨ତମ ଜନ ପରାମର୍ଶ ପଦଯାତ୍ରା

Spread the love

ଯାଜପୁର,୫/୨(ସନ୍ଧାନ ନିୟୁଜ/ମାନସ ରାଉତ) ବଡଚଣା ବିଜେପି ପକ୍ଷରୁ ସୋମବାର ବଡଚଣା ବ୍ଲକର ଛତିଆ,ସୋଲର,ନେଳିଆ ପଞ୍ଚାୟତରେ ୨୨ତମ ଦିବସ ଜନସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଡଚଣା ବିଜେପି ନେତା ଅମର ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଯୋଗଦେଇ ଜନ ପରାମର୍ଶ ଯାତ୍ରାରେ ଭାଗ ନେଇଥିଲେ । ପୂର୍ବତନ ପଂଚାୟତ ସମିତି ଉପାଧ୍ୟକ୍ଷ ବିଚିତ୍ରାନନ୍ଦ ମହାପାତ୍ର,ସରପଞ୍ଚ ରମେଶ ପୃଷ୍ଟି,ଜ୍ଞାନରଂଜନ ସାହୁ,ସରପଞ୍ଚ ନିଳମଣୀ ରାଉତ,ମଣ୍ଡଳ ସଭାପତି ଧୂଳେଶ୍ୱର ଦାସ,ବେଣୁଧର ବିଶ୍ୱାଳ,ପ୍ରଦୀପ ସାମଲ,ପ୍ରଦିପ ଜେନା,ଯୁବନେତା ଦିପ୍ତିରଂଜନ ସାହୁ,କ୍ଷେତ୍ରବାସୀ ବାରିକ,ଅଜୟ ନାଥ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଯୋଜନା ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦୁ୍ୟତପ୍ରଭା ନନ୍ଦ, ନୃସିଂହ ନାରାୟଣ ହୋତା, ପ୍ରୀତମ ନାୟକ, ଚିନ୍ମୟୀ ସାହୁ,ହରିଶଙ୍କର ପଣ୍ଡା, ମିନତୀ ବେହେରା,ମଧୁସ୍ମିତା ତ୍ରିପାଠୀ,ପ୍ରୀୟମ୍ବଦା ଖଟୁଆ ପ୍ରମୁଖ ଯୋଗଦେଇଥିଲେ । ଛତିଆ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନ କରିଥିଲେ ।

Related Posts

About The Author

Add Comment