ବଡଚଣା ବିଜେଡିର ପୁରୁଖା ନେତାଙ୍କ ପୃଥକ ସ୍ଥାନରେ ପାଳିଲେ ପ୍ରତିଷ୍ଠା ଦିବସ
ବଡଚଣା ବିଜେଡିର ପୁରୁଖା ନେତାଙ୍କ ପୃଥକ ସ୍ଥାନରେ ପାଳିଲେ ପ୍ରତିଷ୍ଠା ଦିବସ
Sandhan News |
December 27, 2018 |

ଚଣ୍ଡିଖୋଲ,୨୭ ।୧୨(ସନ୍ଧାନ ନିୟୁଜ): ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବଡଚଣା ବିଜୁ ଜନତା ଦଳ ତରଫରୁ ଆଜି ବଡଚଣାର ଦୁଇଟି ସ୍ଥାନରେ ପୃଥକ ପୃଥକ ଭାବେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ପବିତ୍ର ମହାବିନାୟକ ପୀଠଠାରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ବେଳେ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଚଣ୍ଡିଖୋଲ ଛକ ଠାରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ମହାବିନାୟକ ପୀଠ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଇତିଶ୍ରୀ ସାମଲ,ପୂର୍ବତନ ଜିଲାପରିଷଦ ସଭ୍ୟ ରମାକାନ୍ତ ରାଉତ,ଚଣ୍ଡିଖୋଲ ଅସ୍ଥାୟୀ ବ୍ୟବସାୟୀ ସଂଘ ସଭାପତି ମହେଶ ବଳ, ପୂର୍ବତନ ସମିତିସଭ୍ୟ ଲଲାଟେନ୍ଦୁ ମହାପାତ୍ର,ପୂର୍ବତନ ଯୁବ ବିଜେଡି ସଭାପତି ପ୍ରମୋଦ ଜେନା,ବରିଷ୍ଠ ବିଜେଡି ନେତା ଧିରେନ୍ଦ୍ର ରାଉତ,ପ୍ରଦିପ୍ତ ଜେନା,ପୂର୍ବତନ ସରପଞ୍ଚ ଦମୟନ୍ତି ସାମଲ,ପ୍ରଦିପ ଧଳ,ଗଙ୍ଗାଧର ନାୟକ,ଗୋକୁଳି ପାଢୀ,ନିତ୍ୟାନନ୍ଦ ଖୁଣ୍ଟିଆ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନାର ସଫଳ ରୂପାୟନ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମତପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ବଡଚଣା ବିଜୁ ଜନତାଦଳ ସଭାପତି ଅରବିନ୍ଦ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରିବା ପାଇଁ ପରାମର୍ଶ ଦେଇଥିଲେ ।
Related Posts
About The Author