ବଡଚଣା ଥାନା ଅଧିକାରୀ ପୁରୀ ମନ୍ଦିରରେ ପ୍ରବେଶ ଘଟଣାର ନୂଆ ମୋଡ; ଗାଡି ଚୋରି ନୁହେଁ ବରଂ ବନ୍ଦକ ରହିଥିଲା

Spread the love

ଯାଜପୁର, ୨୦/୪ (ସନ୍ଧାନ ନିୟୁଜ/ମାନସ ରାଉତ) ଗତକାଲି ସଂଧ୍ୟାରେ ଯାଜପୁର ଜିଲ୍ଲା ବଡଚଣା ଥାନା ଅଧିକାରୀ ପୁରୀ ମନ୍ଦିରରେ ପ୍ରବେଶ କରିଥିବା ଘଟଣାରେ ଗୋଟିଏ ପରେ ଗୋଟିଏ ଘଟଣା ତଥ୍ୟ ପଦାକୁ ଆସୁଛି । ସମ୍ପୁକ୍ତ ଥାନା ଅଧିକାରୀ ପୁରୀକୁ ନେଇଥିବା ଗାଡି ଏବଂ ସେଥିରେ ଲଗାଇଥିବା ବେଆଇନ୍ ଏଲୋବତୀ ଲଗାଇ ପୁରୀ ଯିବା ଘଟଣାରେ ଗୋଟିଏ ପରେ ଗୋଟିଏ ଘଟଣା ପଦାକୁ ଆସୁଛି । ପ୍ରଥମେ ଗାଡିଟି ଚୋରା ଗାଡି ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଆଉ ଗୋଟିଏ କଥା ଯୋଡି ହୋଇଛି । ଥାନା ଅଧିକାରୀ ଦିପକ ଜେନା ନେଇଥିବା ସ୍କ୍ରୋପିଓ ଗାଡ ନମ୍ବର ଓଡି୦୫ଏଏଫ-୦୫୦୦ଟି ଚୋରା ନୁହେଁ ବରଂ ନିଜ ଜାଣତରେ ରଖିଥିଲେ । ମିଳିଥିବା ସୂଚନା ମୁତାବକ ଗାଡିର ମାଲିକ ସୁକାନ୍ତ କୁମାର ଦଳାଇ ଜାରକା ଅଂଚଳର ଠିକାଦାର ଶରତ କୁମାର ନାୟକଙ୍କ ଠାରୁ ସିମେଂଟ ନେଇ କାମ କରିବା ପରେ ଏହାର ଟଙ୍କା ଦେଇନଥିଲେ ପରେ ଦୀର୍ଘଦିନ ଧରି ଚଣ୍ଡିଖୋଲରେ ସୁକାନ୍ତଙ୍କ ସହିତ ଶରତଙ୍କ ଭେଟ ହେବା ପରେ ଶରତ ତାଙ୍କର ଟଙ୍କା ମାଗିଥିଲେ । ହେଲେ ଟଙ୍କା ନଥିବାରୁ ସୁକାନ୍ତ ଉକ୍ତ ଗାଡିଟିକୁ ବନ୍ଦକ ରଖିବାକୁ କହି ଟଙ୍କା ଦେଲେ ଗାଡି ନେବେ ବୋଲି କହିଥିଲେ । ପରେ ବଡଚଣା ଥାନାରେ ଗାଡି ଚୋରି ହୋଇଥିବା କହି ଏକ ଏତଲା ଦେଇଥିଲେ । ଥାନା ଅଧିକାରୀ ଜାରକାରୁ ଗାଡି ଆଣି ବୁଝିବାରୁ ଗାଡି ରଖିଥିବା ଶରତ ନାୟକ ଏବଂ ସିମେଂଟ ଦେବା ସମୟରେ ମଧ୍ୟସ୍ତି ହୋଇଥିବା ଲୋକ ଥାନାକୁ ଆସି ପୁଣିଥରେ ସୁକାନ୍ତଙ୍କ ଠାରୁ ଏକ ଲିଖିତ ରସିଦ ରଖିଥିଲେ । ସେହି ସମୟଠାରୁ ଉକ୍ତ ଗାଡିଟି ଥାନା ଅଧିକାରୀଙ୍କ ପାଖରେ ରହିଯାଇଥିଲା । ଯାହାର ଫଳରେ ଗାଡିଟିକୁ ନେଇ ଥାନା ଅଧିକାରୀ ପୁରୀ ଯାଇଥିଲେ । ହେଲେ ସେଠାରେ ଫସି ଯାଇଥିଲେ ।

Related Posts

About The Author

Add Comment