ଚଣ୍ଡିଖୋଲ, ୨୪/୦୭/୨୦୨୧ (ସନ୍ଧାନ ନିଉଜ) : କରୋନା ମହାମାରୀ ପ୍ରଭାବରେ ଆକ୍ରାନ୍ତଙ୍କ ମଧ୍ୟରେ ଅକ୍ସିଜେନର ଆବଶ୍ୟକତା ହେତୁ ଆଜି ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆପ୍ୟାତି ଟେକ୍ନୋଲୋଜି ବାଙ୍ଗାଲୋର ଦ୍ୱାରା ପ୍ରଦତ୍ତ ୬ଟି ଅକ୍ସିଜେନ କନ୍ସିଟେଟର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ’ର ଅନୁରୋଧ କ୍ରମେ ବଡଚଣା ବିଧାୟକଙ୍କ ଦ୍ୱାରା ଲୋକାର୍ପଣ କରାଯାଇଛି । ଏହି ଅବସରରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟଚିକିସôା ଅଧିକାରୀ ଡାକ୍ତର ରଶ୍ମିରଂଜନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ଉସôବରେ ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ପ୍ରୟାସ’ ଅନୁଷ୍ଠାନର ଉଦ୍ୟମରେ ପ୍ରଦତ୍ତ ୬ଟି ଅକ୍ସିଜେନ କନ୍ସିଟେଟର ରୋଗୀଙ୍କ ସେବାରେ ଅଧିକ ସହାୟକ ହେବବୋଲି କହିବା ସହିତ କମ୍ପାନୀର ଓଡିଶା ମୁଖ୍ୟ ଜୟଦେବ ବିଶ୍ୱାଳଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୟାସର ସଭାପତି ଆଶିଷ କୁମାର ମହାପାତ୍ର,ସଂପାଦକ ଭାରତ ଭୂଷଣ ପଣ୍ଡା,ଜିଲାପରିଷଦ ସଭ୍ୟ ଅରବିନ୍ଦ ସାମଲ,ଫାର୍ମାସିଷ୍ଟ ପ୍ରବୀର କୁମାର ଦାଶ ଓ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମନୋରମା ସ୍ୱାଇଁ ପ୍ରମୁଖ ଯୋଗଦେଇ ଏପରି କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁଶାନ୍ତ କୁମାର ନାୟକ,ବସନ୍ତ କୁମାର ପଲେଇ,ଉକôଳ ପ୍ରଧାନ,ଭବତୋଷ ବିଶ୍ୱାଳ,ମକରଧ୍ୱଜ ଦାସ,ପ୍ରତାପ ଗୋଚ୍ଛାୟତଙ୍କ ସମେତ ଗଣେଶ୍ୱର ବରାଳ,ସରପଂଚ ଆଶିଷ ରଂଜନ ଚୌଧୁରୀ,ମିହିର ସ୍ୱାଇଁ,ଆତ୍ମା ଅଧ୍ୟକ୍ଷ ନିରଂଜନ ସେନାପତି,ମଧୁସୂଦନ ବଳ ପ୍ରମୁଖ ଉପସ୍ଥିତଥିଲେ । ଶେଷରେ ସୁରେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ବଡଚଣା ଡାକ୍ତରଖାନାକୁ ୬ଟି ଅକ୍ସିଜେନ ଲୋକାର୍ପଣ
|
July 24, 2021 |