ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଶଯ୍ୟା ବିଶିଷ୍ଟ ଆଇସୋଲେସନ ଗୃହ ପ୍ରସ୍ତୁତ; ଗୃହ ଟଙ୍କା ଆତ୍ମସାତ କରିବାକୁ ମସୁଧା; ଛଢା ଦରରେ ବିକ୍ରି ହେଉଛି ଔଷଧ

Spread the love

ଚଣ୍ଡିଖୋଲ, ୨୭/୩,(ସନ୍ଧାନ ନିୟୁଜ/ମାନସ ରାଉତ): ସମ୍ଭାବ୍ୟ କରୋନା ସଂକ୍ରମିତକୁ ପ୍ରତିହିତ କରିବା ପାଇଁ ଓ କରୋନା ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖିବା ପାଇଁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଶଯ୍ୟା ବିଶିଷ୍ଟ ଉନ୍ନତ ମାନର ଆଇସୋଲେସନ ଗୃହ ପ୍ରସ୍ତୁତ ହୋଇଛି । ଏହି ଗୃହରେ ସମଦୂରତା ନିୟମକୁ ଆଖି ଆଗରେ ରଖି ଶଯ୍ୟାକୁ ଶଯ୍ୟା ଏକ ମିଟର ବ୍ୟବଧାନରେ ଶଯ୍ୟା ଗୁଡିକ ରହିଅଛି । କିନ୍ତୁ ଶୁକ୍ରବାର ସୁଦ୍ଧା କେହି ଜଣେ ହେଲେ କରୋନା ସନ୍ଦିଗ୍ଧ ବ୍ୟକ୍ତି ଏହି ଆଇସୋଲେକ୍ସରେ ନଥିବା ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ମିଳିଛି । ଅଙ୍ଗନବାଡି କର୍ମୀ, ଆଶା ଓ ଏନ.ଏମ.ଏମ. କର୍ମଚାରୀ ମାନେ ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରୁଅଛନ୍ତି । ଆମେ ପରିସ୍ଥତି ଉପରେ ଆମେ ନଜର ରଖିଛୁ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରଶ୍ମିରଞ୍ଜନ ପସାୟତ କହିଛନ୍ତି । ଅନ୍ୟପଟରେ ବହୁ ପୂର୍ବରୁ ଏଠାରେ ଗୃହ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନଦେ୍ର୍ଧଶ ଦେଇଥିଲେ ସୁଧା ଏହା ପ୍ରସ୍ତୁତ ହୋଇପାରିନଥିଲା । ବ୍ଲକ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଗୃହ ପାଇଁ ପ୍ରାଥମିକ ଅବସ୍ଥାରେ କେବଳ ରଙ୍ଗ ଏବଂ କିଛି ପ୍ୟାନ ଲଗାଇଦିଆଯିବା ପରେ ତରବରିଆ ଭାବେ ସଫାସୁତରା କରାନଯାଇ ମେଡିକାଲକୁ ହସ୍ତାନ୍ତର କରିବାକୁ ଯୋଜନା କରାଯାଇ ମେଡିକାଲ କର୍ତ୍ତପକ୍ଷଙ୍କ ଉପରେ ଚାପ ପକାଯାଇଥିଲା । ଏହାକୁ ଉଚ୍ଚିତ ହୋଇନଥିବାର ଦର୍ଶାଇ ମେଡିକାଲ ପକ୍ଷରୁ ଏହାକୁ ଗ୍ରହଣ କରାଯାଇନଥିଲା । ଅନ୍ୟପଟରେ ଏହା ପ୍ରସ୍ତୁତ ହୋଇଯାଇଛି ବୋଲି ଗଣମାଧ୍ୟମକୁ କୁହାଯାଇଥିବା ବେଳେ କ୍ଷେତ୍ର ପରିଦର୍ଶନ ସମୟରେ ଏହା ହୋଇନଥିବା ଜଣାଯାଇଥିଲା । ଏହାର ଅଭିଯୋଗ ପରେ ଗତକାଲି ସେଠାରେ ବେଡ୍ ପକାଯାଇଥିଲା । ତେବେ ଏହି ସମୟରେ ମଧ୍ୟ ଏହା ପାଇଁ ଆସିଥିବା ଅର୍ଥକୁ ହଡପ କରିବାକୁ ମସୁଧା କରାଯାଇଥିବାର କିଛି ବୁଦ୍ଧିଜିବୀ ଏବଂ ଗଣମାଧ୍ୟମ ବ୍ୟକ୍ତିବିଶେଷ ମାନେ ଅଭିଯୋଗ ବାଢ଼ିଥିଲେ । ତେବେ ଏହା ସଠିକ ଭାବରେ ହୋଇଛି କି ନାହିଁ ଜିଲ୍ଲାପାଳ ନିଜେ ପରଖିବା ପାଇଁ ଦାବି ହୋଇଛି । ଅନ୍ୟପଟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ମାନଙ୍କ ମଧ୍ୟରେ ସମଦୂରତା ରହୁ ନଥିବା ଆଜି ଦେଖିବାକୁ ମିଳିଥିଲା । ରୋଗୀମାନେ ଦଳ ଦଳ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିନା ମାକ୍ସରେ ନିଜର ସ୍ୱାସ୍ଥ୍ୟ ଦେଖାଇବା ଏବଂ ଔଷଧ ନେବା ପାଇଁ ଭୀଡ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କତୃପକ୍ଷଙ୍କ ପକ୍ଷରୁ ସେମାନଙ୍କୁ ବାରଣ କରାଯାଉ ନଥିଲା । ସେହିପରି ବଡଚଣା ମେଡିକାଲ ନିକଟରେ ରହିଥିବା ମେଡିସିନ ଦୋକାନୀ ମାନେ ରୋଗୀଙ୍କ ଠାରୁ ଚଢ଼ା ଦରରେ ଓøଷଧ୍ୟ ବିକି୍ର କରୁଥିବା ଦେଖିବାକୁ ମିଳିଛି । ବିନା ରିହାତିରେ ଓøଷଧ୍ୟ ଉପରେ ପ୍ରିଂଟ୍ କରାଯାଇଥିବା ମୂଲରେ ରୋଗୀଙ୍କ ଠାରୁ ଟଙ୍କା ନେଉଥିଲେ । ଏପରକି ଜଣେ ରୋଗୀ ଯଦି ଓøଷଧ୍ୟ ନେଇଯାଇଛଇ ତାଙ୍କୁ ନା ରସିଦ ଦିଆଯାଉନାହିଁ । ଯଦି ରୋଗୀ ଜଣଙ୍କ ସେଥିରୁ ଗୋଟିଏ କି ଦୁଇଟି ବ୍ୟବହାର ହେବା ପରେ ଡାକ୍ତରଙ୍କ ପରାମର୍ଶରେ ଓøଷଦ ବଦଳାଗଲା ପରେ ସମ୍ପୁକ୍ତ ଦୋକାନୀ ମାନେ ସେହି ଓøଷଧ୍ୟକୁ ଫେରସ୍ତ ନେଉନାହାନ୍ତି । ଯାହା ଫଳରେ ରୋଗୀ ମାନେ ଅଯଥାରେ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କାନ ମୁଣ୍ଡ ଆଉଁଶି ପୁଣି ଅଧିକ ଟଙ୍କା ଦେଇ ଓøଷଧ୍ୟ କିଣୁଛନ୍ତି । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

Related Posts

About The Author

Add Comment