ବଡଚଣା ଗୋଷ୍ଠୀସ୍ୱାସ୍ଥକେନ୍ଦ୍ରରେ ଡାକ୍ତରଙ୍କ ଅଭାବ, ୧୨ରୁ ଅଛନ୍ତି ୪

Spread the love

ବଡଚଣା, ୨୦/୪ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲାର ଏକ ଗୁରୁତ୍ୱପୂଣ୍ଣ ଡାକ୍ତରଖାନା ହେଉଛି ବଡଚଣା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର । ଯାତୀୟ ରାଜପଥ କଡରେ ସ୍ୱାସ୍ଥ୍ୟକେନ୍ଦ୍ରଟି ଥିବାରୁ ରାଜପଥରେ ଦୃର୍ଘଟଣା ଜନିତ ରୋଗୀଙ୍କର ତୁରନ୍ତ ଚିକସôା ପାଇଁ ଏଠାରେ ଭର୍ତ୍ତି କରାଯାଇଥାଏ । ବଡଚଣାରେ ବହୁ ଅଂଚଳ ଅନ୍ନନତ ହୋଇଥିବାରୁ ପ୍ରତିଦିନ ରୋଗୀଙ୍କ ସଂଖ୍ୟା ଅଧିକା ହୋଇଥାଏ । ଏବେ ମହାମାରୀ କରୋନା ଯୋଗୁ ସ୍ୱାସ୍ଥ୍ୟକେନ୍ଦ୍ରରେ ସର୍ବଦା ରୋଗୀଙ୍କ ଭିଡ ଜମୁଛି । ବଡଚଣା ବ୍ୟତୀତ ପଡୋଶୀ ଡେଙ୍କାନାଳ, କେନ୍ଦ୍ରପଡା, କଟକ ଜିଲ୍ଲାର ଲୋକମାନେ ମଧ୍ୟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ମାତ୍ର ଏବେ ଏହି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁ ରୋଗୀ ମାନେ ସଠିକ୍ ଚିକିସôା ସେବା ପାଇ ପାରୁନାହାନ୍ତି ବୋଲି ସାଧରଣରେ ଅଭିଯୋଗ ହେଉଅଛି । ସରକାରଙ୍କ ନିୟମ ଅନୁସାରେ ଏଠାରେ ୧୨ଜଣ ଡାକ୍ତର ନିୟମିତି ଭାବେ ରହିବା କଥା । ହେଲେ ଏଠାରେ ବର୍ତ୍ତମାନ ସ୍ୱାସ୍ଥ୍ୟକେନ୍ଦ୍ର ଅôଧକାରୀଙ୍କ ମିଶାଇ ମୋଟ ୪ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ଜଣେ ଡାକ୍ତର ୭ବର୍ଷ ହେବ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଡେପୁଟିସନରେ ଯାଇଛନ୍ତି । ତିନି ଜଣ ଡାକ୍ତର ତିନିମାସ ହେବ ତାଲିମ ପାଇଁ ଯାଇଛନ୍ତି । ଚୁକ୍ତି ଭିତ୍ତିକ ଭାବେ ରହିଥିବା ୨ଜଣ ଡାକ୍ତର ପରୀକ୍ଷା ଦେବାକୁ ଯାଇଛନ୍ତି ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ନିଜେ ମେଡିକାଲ ଅଫିସର ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ରୋଗୀ ଦେଖିବାରେ ସମୟ ଦେଇପାରୁନାହାନ୍ତି । କେବଳ ଶିଶୁ ରୋ. ପ୍ରସôୁତି ବିଭାଗରେ ଡାକ୍ତର ଥିବା ବେଳ ଅନ୍ୟ ବିଭାରେ ଡାକ୍ତର ନାହାନ୍ତି । ଫଳରେ ପ୍ରତିଦିନ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୫୦ରୁ ଅଧିକ ରୋଗୀ ପଞ୍ଜିକୃତ ହେଉଥିବା ବେଳେ ଦିନରାତି ମିଶାଇ ୩ଜଣ ଡାକ୍ତର ଏତେ ସଂଖ୍ୟକ ରୋଗୀ ଦେଖିବାରେ ଅସୁବିଧା ହେଉଅଛି । ସେପଟେ ପ୍ରତିଦିନି ଦୃର୍ଘଟଣା ରୋଗୀ ମାନଙ୍କୁ ଓ ବ୍ୟବଚ୍ଛେଦ ହେବାକୁ ଆସୁଥିବା ମୃତଦେହକୁ ମଧ୍ୟ ସେହି ଡାକ୍ତରମାନେ ବ୍ୟବଚ୍ଛେଦ ରିପୋର୍ଟ କାର୍ଯ୍ୟ କରନ୍ତି । ଡାକ୍ତରଙ୍କ ଅଭାବରୁ ଅଧିକାଂଶ ରୋଗୀଙ୍କୁ ଏଠାରେ କଟକ ମେଡିକାଲକୁ ପଠାଇଦିଆଯାଇଥିବା ନେଇ ଅଭିଯୋଗ ହେଉଅଛି । ସ୍ପେଷାଲିଷ୍ଟ ଡାକ୍ତରଙ୍କ ଅଭାବ ଯୋଗୁ ରୋଗୀ ମାନେ ମଧ୍ୟ ମେଡିକାଲକୁ ଆସିବାକୁ ଉଚ୍ଚିତ ମଣୁନାହାନ୍ତି । ଡାକ୍ତରମାନଙ୍କ ପାଇଁ ଷ୍ଟାପ କୁ୍ୟାଟର, ଓ ଅନ୍ୟନ ସୁବିଧା ସୁଯୋଗ ନଥିବାରୁ ଡାକ୍ତରମାନେ ଏଠାରେ ରହିବାକୁ ଉଚ୍ଚିତ ମଣୁନାହାନ୍ତି । ଏବିଷୟରେ ଗୋଷ୍ଠୀସ୍ୱାସ୍ଥକେନ୍ଦ୍ର ଅôଧକାରୀଙ୍କୁ ପଚାରିବାରୁ ସେ ଏହି ଘଟଣାରେ ଉଚ୍ଚ କର୍ତ୍ତପକ୍ଷ ଦୃଷ୍ଟି ଦେଇ ଏହାକୁ ସମାଧାନ କରିବା ଅବଶ୍ୟକ ରହିଛି ବୋଲି ମତ ଦେଇଥିଲେ । ତୁରନ୍ତ ଏହା ଉପରେ ଜିଲ୍ଲା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ବଢଚଣାବାସୀଙ୍କ ପକ୍ଷରୁ ଦାବି ହେଉଛି ।

Related Posts

About The Author

Add Comment