ଯାଜପୁର (ସନ୍ଧାନ ନିୟୁଜ୍/ସନ୍ତୋଷ ରାଉତ): ଯାଜପୁର ଏସପି ଚରଣସିଂ ମିନାଙ୍କ ନିଦେ୍ର୍ଦଶକ୍ରମେ ବୁଧବାର ରାତିରେ ବଡଚଣା ଏବଂ ବୈରୀ ଥାନା ପକ୍ଷରୁ ରାତ୍ରିକାଳୀନ ଗାଡି ଯାଞ୍ଚ କରାଯାଇ ମୋଟ ୬୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ବୈରୀ ଥାନାଧିକାରୀ ନିରଞ୍ଜନ ଶବରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତିଆ ବଟତଳ ବଜାରରେ ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ କରୁଥିବା ବାଇକ ଓ ଚାରିଚିକିଆ ଗାଡି ଗୁଡିକ ଯାଞ୍ଚ କରାଯାଇଥିଲା । ବିନା ହେଲମେଟ ଓ ସିଟ ବେଲ୍ଟ ନପିନ୍ଧି ଗାଡି ଚଲାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ଏହି ସମୟ ମଧ୍ୟରେ ୧୫ଟି ବାଇକ ଚାଳକ ବିନା ହେଲମେଟରେ ବାଇକ ଚଳାଉଥିବାରୁ ସେମାନଙ୍କ ଠାରୁ ଜରିମାନା ଏବଂ ସିଟବେଲ୍ଟ ନପିନ୍ଧି ଗାଡି ଚଳାଉଥିବା ୫ଟି ଗାଡି ଠାରୁ ଜରିମାନା ବାବଦରେ ମୋଟ ୨୫୦୦ ଟଙ୍କା ଆଦାୟ କରାଯାଇଥିଲା । ସେହିପରି ଭାବେ ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକରେ ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ୬୪ଟି ଗାଡି ଓ ୨୫ଟି ବାଇକକୁ ଯାଞ୍ଚ କରାଯାଇ ମୋଟ ୩୭୦୦ ଟଙ୍କା ଆଦାୟ କରାଯାଇଥିଲା । ଏହାଦ୍ୱାରା ଜାତୀୟ ରାଜପଥରେ ଚାରିଚକିଆ ଯାନ ଓ ବାଇକ ଚାଳକମାନଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି ହୋଇପାରିବେ ବୋଲି ପୁଲିସ ପ୍ରକାଶ କରିଛି ।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ମଙ୍ଗଳପୁର ପଣ୍ଡା ସାହିରେ ଭାଗବତ ସପ୍ତାହ
- ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୪ ବର୍ଷର ଝିଅ ନିହାରିକା
- ଗ୍ୟାସ ରୁ ନିଆଁ ଲାଗି ତିନି ଜଣ ଗୁରୁତର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଚଷାଖଣ୍ଡ ମୁରାରୀପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାକଡ଼ରୁ ଗଛ କାଟି ନେଉଛନ୍ତି ସ୍ଥାନୀୟ ଲୋକ
- ରାମ ଚରିତ ମାନସ ମହୋତ୍ସବ ରେ ଆଧ୍ୟାତ୍ମିକ ସତସଙ୍ଗ
- ଦୁବକଣ-ନାରିଙ୍ଗା ପୂର୍ତ୍ତ ରାସ୍ତା କାର୍ଯ୍ୟରେ ଅନିୟମିତତା: ମାଟି ଉପରେ ପିଚୁ, ସ୍ଥାୟୀତ୍ୱ ନେଇ ଉଠିଲା ପ୍ରଶ୍ନ
- ମଙ୍ଗଳପୁର-ଦାଣ୍ଡିସାହି ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣରେ ନିମ୍ନମାନ ଅଭିଯୋଗ: ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି
- ( ଆମ ଐତିହ) ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ


