ବଡଚଣା: ଅଜଣା ରୋଗରେ ୧୨ ଗାଇ ମୃତ
ବଡଚଣା,୨୮/୯ (ସନ୍ଧାନ ନିୟୁଜ/ମାନସ ରାଉତ)- ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡଘୁମୁରୀ ଓ ରାଧାଦେଇପୁର ପଂ·ୟତର ପ୍ରାଣୀ ମାନଙ୍କ ଚିକିତ୍ସା ନିମନ୍ତେ ବିଦ୍ୟାଧରପୁର ଠାରେ ଏକ ପ୍ରାଣୀ ଚିକିତ୍ସାକେନ୍ଦ୍ର ଖୋଲା ଯାଇଅଛି । ଏହି ଚିକିତ୍ସାକେନ୍ଦ୍ରରେ ଦିର୍ଘଦିନ ଧରି କୌଣସି କର୍ମ·ରୀ କିମ୍ବା ଚିକିତ୍ସକ ନ ଥିବାରୁ ଏହି ଚିକିତ୍ସାକେନ୍ଦ୍ରଟି କୃତ୍ରୀମ ଜଙ୍ଗଲରେ ପରିଣତ ହୋଇଛି । ଚିକିତ୍ସାକେନ୍ଦ୍ର ଉପରେ ନିର୍ଭର କରୁଥିବା ଦୁଇଗୋଟି ପଂ·ୟତର ପ୍ରାୟ ୨୦ଟିରୁ ଉଦ୍ଧ୍ୱର୍ ଗ୍ରାମର ·ଷୀମାନେ ନିଜର ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏକ ମାସ ତଳେ ଦିଗମ୍ବରପୁର ଓ ପୁରୁଷୋତ୍ତମପୁର ଗ୍ରାମର ଅଜଣା ରୋଗରେ ପ୍ରାୟ ୧୨ରୁ ଉଦ୍ଧ୍ୱର୍ ଗାଇ ଓ ବାଛୁରୀ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଗ୍ରାମର ଆର୍ତ୍ତତ୍ରାଣ ବିଶ୍ୱାଳ, ଶଶିଭୂଷଣ ମହାରଣା,ଅନନ୍ତ ବଳ,ମହେନ୍ଦ୍ର ମହାରଣା,ଅମୀୟ ସାମଲ,ଗୋପିନାଥ ମହାରଣା ପ୍ରମୁଖଙ୍କ ଗାଇ ବାଛୁରୀ ମୃତୁ୍ୟ ବରଣ କରିଛନ୍ତି । ଏଥିପ୍ରତି ଜିଲା ଡିଭିଓ ଦୃଷ୍ଟି ଦେବାସହ ଗ୍ରାମରେ ଭ୍ରାମ୍ୟମାଣ ଚିକିସôା କେନ୍ଦ୍ର ଖୋଲିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।
Related Posts
About The Author