ବଡଚଣାରେ ସଦିଗ୍ଧ; କଟକ ମେଡିକାଲକୁ ସ୍ଥାନାନ୍ତରିତ

Spread the love

ବଡଚଣା, ୨୬/୩ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ବଡଚଣା ଅଂଚଳରେ ଜଣେ ସଦିଗ୍ଧ ଯୁବକ ନଜରକୁ ଆସିଥିବା ବେଳେ ଆଜି ସକାଳୁ ତାକୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଉକ୍ତ ଯୁବକ ଏବଂ ଅନ୍ୟଜଣେ ଯୁବକ କିଛିଦିନ ତଳୁ ବାହାର ରାଜ୍ୟରୁ ଘରକୁ ଫେରିଥିଲା । ଫେରିବା ପରେ ଏକନ୍ତାବସ ନଯାଇ ଗ୍ରାମ ଏବଂ ପରିବାରରେ ମିଳାମିଶା କରିଥିଲା । ଗତକାଲି ତାର ଦେହ ଖରାପ ହେବା ସହିତ ଥଣ୍ଡ ଧରିଥିଲା । ବଡଚଣା ମେଡିକାଲରେ ଚିକିସôିତ ହେବା ସହ ଓøଷଧ୍ୟ ନେଇ ଘରକୁ ଫେରିଥିଲେ । ଆଜି ଦେହ ଅଧିକ ଖରାପ ହେବାରୁ ପୁଣିଥରେ ବଡଚଣା ମେଡିକାଲକୁ ଆସିଥିଲେ । ଫଳରେ ବଡଚଣାରୁ ତାଙ୍କୁ କଟକ ପଠାଯାଇଥିବା ବେଳେ ସେଠାରେ ରକ୍ତ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ସୂଚନା ମିଳିଛି । ତେବେ ଏବେବି କେତକ ଗ୍ରାମରେ ଏହାକୁ ହାଲୁକାଭାବେ ନିଆଯାଉଥିବା ପରିଲକ୍ଷିତ ହେବା ସହିତ ଗ୍ରାମଂଚଳରେ ଘରେ ନରହି କେତକ ମାଛ ଧରିଲେଣି ତ କିଛଇ ଯୁବଗୋଷ୍ଠୀ କି୍ରକେଟ ଖେଳରେ ମାତୁଥିବା ଦେଖାଯାଇଛି । ପ୍ରଶାସନ ଏମାନଙ୍କ ଉପରେ କଢ଼ା ନଜର ରଖିବା ପାଇଁ ଦାବି ହେଉଛି । ତେବେ ବଡଚଣାର ଏହି ଯୁବକ ଯାହା ସହିତ ମିଶିଛି ସେମାନଙ୍କୁ ତୁରନ୍ତ ନିଜ ଆଡୁ ଏକାନ୍ତବାସରେ ଯିବା ପାଇଁ ନିବେଦନ କରାଯାଇଛି ।

Related Posts

About The Author

Add Comment