ଯାଜପୁର,୩/୨(ସନ୍ଧାନ ନିୟୁଜ): ବଡଚଣା ସାମ୍ବାଦିକ ସଂଘ ଓ ଭୂମିକା ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଓ ଦନ୍ତ ଚିକିତ୍ସା ଶିବିର ଆଜି ଉକôଳ ପ୍ଲେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟାପକ ପଦ୍ମନାଭ ପଣ୍ଡା,ବଡଚଣା ପଞ୍ଚାୟତ ସମିତିସଭ୍ୟ ରବିନ୍ଦ୍ରନାଥ ଦାଶ ଓ ଅଧ୍ୟାପିକା କନକଲତା ମିଶ୍ର ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଚକ୍ଷୁ ବିଭାଗରେ ୫୫ଜଣ ରୋଗୀଙ୍କ ଚକ୍ଷୁ ପରିକ୍ଷା କରାଯାଇଥିଲା । ଦନ୍ତ ବିଭାଗରେ ୩୬ଜଣ ରୋଗୀଙ୍କ ପରିକ୍ଷା କରାଯାଇଥିଲା । ଅସ୍ତ୍ରୋପଚାର ନିମନ୍ତେ ଦନ୍ତ ବିଭାଗରୁ ୯ଜଣ ଓ ଚକ୍ଷୁ ବିଭାଗରୁ ୧୪ଜଣଙ୍କ ଠାରେ ମୋତିଆବିନ୍ଦୁ ଥିବା ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ପାଇଁ ଭୂମିକା ହସ୍ପିଟାଲକୁ ନିଆଯାଇଛି । ଏହି ଶିବିରକୁ ହସ୍ପିଟାଲ ପକ୍ଷରୁ ପରି·ଳକ ଦେବାଶିଷ ଦ୍ୱିବେଦୀ,ଚକ୍ଷୁ ସହଯୋଗୀ ସ୍ୱରୂପ ରାୟ,ଦନ୍ତ ବିଭାଗରେ ଡାକ୍ତର ସୁମନ କଲ୍ୟାଣ ବେହେରା,ପାରା ମେଡିକାଲ ଷ୍ଟାପ ଅର୍ଚ୍ଚନା ରାଉତ,ପଲବି ଶତପଥୀ,ମିନତୀ ବାରିକ,ରୋଜାଲିନ ଦାଶ,ବବଲି ଓଝା ଓ ସହଯୋଗୀ ପରି·ଳକ ନିରଂଜନ ସାହୁ ପ୍ରମୁଖ ଶିବିରକୁ ପରି·ଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ମହେଶ୍ୱର ବଳ,ଶିବରାମ ସାହୁ,ଭାରତଭୂଷଣ ପଣ୍ଡା,ବସନ୍ତ କୁମାର ପଲେଇ,ହେମଶ ଜେନା,ଦିଗମ୍ବର ମହାପାତ୍ର,ମନୋଜ ମହାନ୍ତି,ପ୍ରତାପ ରାଉତରାୟ,ଶୈଳେନ୍ଦ୍ର ସାହୁ,ମାନସ ରାଉତ,ସୁରେନ୍ଦ୍ର ସାମଲ,ଦିପକ ଦାସ,ସୁରେଶ ଖଣ୍ଡେଇ,ଉକôଳ ପ୍ରଧାନ,ତ୍ରୈଲୋକ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହି ଶିବିର ପରି·ଳନାରେ ସହଯୋଗ କରିଥିଲେ ।
www.sandhannews.com