ବଡଚଣାରେ ଡକାୟତ ଉଦ୍ୟମ କରୁଥିବା ୨ ଯୁବକଙ୍କୁ କାବୁ କଲା ପୋଲିସ
ବଡଚଣାରେ ଡକାୟତ ଉଦ୍ୟମ କରୁଥିବା ୨ ଯୁବକଙ୍କୁ କାବୁ କଲା ପୋଲିସ
Manas Kumar Rout |
May 24, 2018 |
ଯାଜପୁର (ସନ୍ଧାନ ନିୟୁଜ୍/ସନ୍ତୋଷ ରାଉତ): ବଡଚଣା ଅଞ୍ଚଳରେ ବଡଧରଣର ଡକାୟତି କରିବାକୁ ଉଦ୍ୟମ କରୁଥିବା ଡକାୟତି ଦଳର ଗ୍ୟାଙ୍ଗ୍କୁ ବଡଚଣା ପୁଲିସ ଠାବ କରିଛି । ଏକ ବଡ ଧରଣର ଡକାୟତ ଉଦ୍ୟମ ପଣ୍ଡ ହୋଇଥିବା ବେଳେ ଏଥିରେ ସଂପୃକ୍ତ ୨ ଜଣ ଯୁବକଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଉକ୍ତ ଥାନା ଅଧିନସ୍ଥ ଜାତୀୟ ରାଜପଥ ୫୩ ନିକଟସ୍ଥ ବେଣାପୁର ପୋଲ ଠାରୁ କିଛି ଦୂରରେ ୩ଟି ବାଇକରେ ଆସି ୬ ଜଣ ଯୁବକ ଡକାୟତି କରିବାକୁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଥାନାଧିକାରୀ ଶରତଚନ୍ଦ୍ର ପାତ୍ର ଖବର ପାଇବା ପରେ ଚଣ୍ଡିଖୋଲ ଫାଣ୍ଡିର ଏଏସଆଇ ସଞ୍ଜୀବ କୁମାର ଥାଟୋଇଙ୍କୁ ସଦଳବଳେ ଘଟଣାସ୍ଥଳକୁ ପଠାଇଥିଲେ । ପୁଲିସ ଗାଡିଦେଖି ଘଟଣାସ୍ଥଳରୁ ମଟରସାଇକଲ ନେଇ ୪ ଜଣ ଯୁବକ ଖସିପଳାଇଯାଇଥିଲେ ଏବଂ ଅନ୍ୟ ୨ ଜଣ ଯୁବକଙ୍କୁ ପୁଲିସ କାବୁ କରିବାକୁ ଜଣାଯାଇଛି । ଏମାନେ ଏକ ବଡ ଧରଣର ଡକାୟତ କରିବାକୁ ଯୋଜନା କରୁଥିବା ଗିରଫ ଯୁବକଦ୍ୱୟ ପୁଲିସ ନିକଟରେ ସ୍ୱିକାର କରିଛନ୍ତି । ଗିରଫ ଯୁବକ ଯାଜପୁରରୋଡ ଥାନା ଅନ୍ତର୍ଗତ ମୁଣ୍ଡମାଳ ଗ୍ରାମର ଶ୍ରୀକାନ୍ତ ପ୍ରଧାନ(୨୦) ଏବଂ ଦେବ ପ୍ରଧାନ(୨୩) ବୋଲି ଜଣାପଡିଛି । ଗିରଫ ଯୁବକଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ଫେରାର ଯୁବକଙ୍କ ନାଁରେ ମଧ୍ୟ ଯାଜପୁର ସମେତ ଅନ୍ୟ ଜିଲାରେ ମାମଲାଥିବା ଥାନାଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।
Related Posts
About The Author