ବଡଚଣା, ୨/୪ (ସନ୍ଧାନ ନିୟୁଜ) : ସାରା ରାଜ୍ୟରେ ଏବେ ନିର୍ବାଚନର ବିଗୁଲ ବାଜି ସାରିଥିବା ବେଳେ ଚଳିତ ବର୍ଷ ବିଭିନ୍ନ ଦଳରୁ ଟିକେଟକୁ ନେଇ ଅସନ୍ତୋଷ ଲାଗିରହିଥିଲା । ତେବେ ଟିକେଟ ବଂଟନ ଶେଷ ପ୍ରର୍ଯ୍ୟୟରେ ପହଂଚିଛି । ରାଜ୍ୟରେ ନବୀନର ହାୱା ବହୁଥିବା ବେଳେ କଂଗ୍ରେସ ଓ ବିଜେପିରୁ ବହୁ ମୁଖିଆ ଦଳ ତ୍ୟାଗ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତି ଆସ୍ଥା ପ୍ରକଟ କରୁଥିବା ବେଳେ ବଡଚଣାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ବଡଚଣା ନିର୍ବାଚନ ମଣ୍ଡଳୀରେ ପ୍ରତିଦିନ ବିଜେପି ପକ୍ଷରୁ ମିଶ୍ରଣ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବିଜେପି ଦଳ ପକ୍ଷରୁ ଟିକେଟ ପାଇଥିବା ଅମର ନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ବହୁ ବିଜେଡି ଓ କଂଗ୍ରେସ କର୍ମୀ ମିଶ୍ରଣ କାର୍ଯ୍ୟରେ ଯୋଗଦେଉଥିବା ବେଳେ ବିଜେଡି ଦଳ ପକ୍ଷରୁ ବିଧାୟକ ପାର୍ଥୀ ପାଇଁ ଅମର ଶତପଥୀଙ୍କୁ ଟିକେଟ ଦିଆଯାଇଥିବା ବେଳେ ଅମରଙ୍କ ନେତୃତ୍ୱକୁ ବିରୋଧ କରି ବଡଚଣାରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉବାରେ ଲାଗିଛି ଏବଂ ଏହି ବିରୋଧରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଇତିଶ୍ରୀ ସମାଲ, ରାଜ୍ୟ ସମ୍ପାଦିକ ମନୋରମା ଆଚାର୍ଯ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୌଳାସ ରାଉତ, ପୂର୍ବତନ ଯୁବ ବିଜେଡି ସଭାପତି ପ୍ରମୋଜ ଜେନା, ରମାକାନ୍ତ ରାଉତ, ଧୀରେନ୍ଦ୍ର କୁମାର ରାଉତ, ପ୍ରଦୀପ ଜେନା, ପ୍ରଦୀପ ଧଳ ପ୍ରମୁଖଙ୍କ ସମେତ ବହୁ କର୍ମୀ ଅସନ୍ତୁଷ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଅନେକ ନେତା ଅମର ନାୟକଙ୍କ ସହ ବିଜେପିରେ ଯୋଗ ଦେଇପରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଏହି ସମୟରେ ବଡଚଣା ବିଜେଡି ନେତା ଅମର ଏବଂ କର୍ମୀ ମାନେ ହତାଶ ହୋଇଥିବା ବେଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ଜନ୍ମେଜୟ ଳେଙ୍କା ଅମରକୁ ବଳ ଦେବାକୁ ଆଗେଇ ଆସିଛନ୍ତି । ଶ୍ରୀ ଲେଙ୍କା ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବଡଚଣାରେ ଛିଡା ହୋଇ ପା୍ରୟ ୩୦ହଜାର ଭୋଟ ହାତେଇ ନିଜରା ପାରାକାଷ୍ଠା ଦେଖାଇଥିଲେ । ଏହି ରାଜନୌତିକ ଘଡିସନ୍ଧି ମୂହର୍ତ୍ତରେ ବିନା ସ୍ୱାର୍ଥରେ ରାଜ୍ୟର ମୁଖିଆ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ଦଳରେ ସାମିଲ ହୋଇଥିଲେ । ଯାହାକି ବଡଚଣା ବିଜେଡିର ହତାଶଭାବକୁ ଦୂର କରି ଏକ ନୂତନ ଆଶା ସଂଚାର କରିଥିଲା । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସୁଲଭ ଚରଣ ସାମଲ, ରବିନ୍ଦ୍ର ରାଉତ, ଅବିନାଶ ଜେନା, ନିରଞ୍ଜନ ବିଶ୍ୱାଳ, ମନମୋହନ ରାଉତ, ମନୋଜ ମିଶ୍ର, ପ୍ରତାପ କୁମାର ନାୟକ ପ୍ରାୟ ୩୦୦ରୁ ଉର୍ଦ୍ଧ ଲେଙ୍କାଙ୍କ କର୍ମୀ ମାନେ ନବୀନ ନିବାସରେ ମିଶ୍ରଣ ପର୍ବରେ ସାମିଲ ହୋଇଥିଳେ । ତେବେ ଏହାକୁ ନେଇ ବଡଚଣା ରାଜନୌତିକ ମହଲରେ ଚର୍ଚ୍ଚ ଜୋର ଧରିଛି ।
ବଡଚଣାରେ ଅମରକୁ ବଳ ଯୋଗାଇଲେ ଜନ୍ମେଜୟ
|
April 2, 2019 |



