ବଞ୍ଚି ରହିଛି ମଣିଷ ସମାଜ ହେଲେ ମରିଯାଇଛି ମାନବିକତା** 

Spread the love
ଚାନ୍ଦବାଲି, ୦୬/୧୧/୨୦ (ସନ୍ଧାନ ନିଉଜ) :  ଆଜିର ସମାଜ ଯେତେ ଆଧୁନିକତା ଦିଗ କୁ ଗତିକରୁଛି। ଶିକ୍ଷା, ଦୀକ୍ଷା ରେ ଅଗ୍ରଗତି ହେଉଥିବା ବେଳେ କିନ୍ତୁ ସମାଜର ଲୋକ ମାନେ ନିଜର ମାନବିକତା କୁ ହଜେଇ ବସିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନାନ୍ଦପୁର ପଞ୍ଚାୟତ କୋଇଲେଖା ଗ୍ରାମରେ। ସୂଚନା ଅନୁଯାୟୀ କୋଇଲେଖା ଗ୍ରାମର ସୁଶାନ୍ତ ବିଶ୍ଵାଳ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀ ର ଲୋକ। ସ୍ବାମୀ ସ୍ତ୍ରୀ ଏବଂ ତିନି ପିଲାଙ୍କୁ ନେଇ ମୋଟ ପାଞ୍ଚ ଜଣ ଙ୍କୁ ନେଇ ପରିବାର। ଗତ କିଛି ମାସ ତଳେ ସୁଶାନ୍ତ ଙ୍କ ସ୍ତ୍ରୀ ଶାନ୍ତି ଲତା ବିଶ୍ଵାଳ ଗର୍ଭବତୀ ଥିଲେ। ଗତ ରାତ୍ରି ପ୍ରାୟ ସାଢେ଼ ନ ଟା ସମୟରେ ଗର୍ଭ ବତି ସୁଶାନ୍ତ ଙ୍କ ସ୍ତ୍ରୀ ଗର୍ଭ ଜନିତ କଷ୍ଟ ଅନୁଭବ କରିଥିଲେ। ସୁଶାନ୍ତ ଉକ୍ତ ସମୟରେ କୌଣସି ଜରୁରୀ କାମରେ ଘରୁ ବାହାରକୁ ଯାଇଥିବା ସମୟରେ ତାଙ୍କ ସ୍ତ୍ରୀ ଙ୍କ ର ଗର୍ଭଜନିତ କଷ୍ଟ ଅତ୍ୟନ୍ତ ବଢ଼ିବାରେ ଲାଗିଥିଲା ବେଳେ ଦାଣ୍ଡମଝିରେ ସେ ଜୋର୍ ରେ ଚିତ୍କାର କରି ଗଡୁ ଥିବା ସମୟରେ ମଜା ନେଉଥିଲେ ଦେଖଣା ହାରି। ସୁଶାନ୍ତ ଙ୍କ ପଡୋଶୀ ଙ୍କ ସହିତ କେତେକ ଅବିବେକି ଗ୍ରାମବାସୀ ସେଠାରେ ଦେଖଣା ହାରି ସାଜିଥିଲେ ମଧ୍ୟ ସେମାନେ ହଜେଇ ଦେଇଥିଲେ ମଣିଷ ର ମାନବିକତା କୁ। ଜଣେ ଗର୍ଭବତି  ମହିଳା ର ଚିତ୍କାର ର ସେମାନଙ୍କ କାନରେ ଭଲଭାବେ ବାଜୁଥିଲେ ମଧ୍ୟ ଆ ବୋଲି କହିବାକୁ ମଧ୍ୟ କେହି ଆସିନଥିଲେ। ବହୁ ସମୟ ଧରି ଯନ୍ତ୍ରଣା ରେ ଛଟପଟ ହେଉଥିଲା ବେଳେ ଆମ୍ବୁଲାନ୍ସ ଉକ୍ତ ସମୟରେ ପହଞ୍ଚି ଥିଲେ ମଧ୍ୟ କେହି ତାଙ୍କୁ ଆମ୍ବୁଲାନ୍ସ ରେ ବସାଇ ବାକୁ ଆସିନଥିଲେ।
                                      ଏଠାରେ ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ ର କଥା ହେଲା ସରକାର ଙ୍କ ର ଗର୍ଭ ବତି ମହିଳା ମାନଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇ ଦେଉଥିବା ବେଳେ ଆଶା କର୍ମୀ ମାନଙ୍କୁ ଗୁରୁଦାୟିତ୍ଵ ଦେଇଥିଲେ। କିନ୍ତୁ ଏଠାରେ ଉକ୍ତ ଗ୍ରାମର ଆଶା କର୍ମୀ ଗର୍ଭବତୀ ମହିଳା ର କଷ୍ଟ ଦାୟକ   ଚିତ୍କାର ଦେଖି ନିଜ କାମରେ ବ୍ୟସ୍ତ ଅଛି ବୋଲି କହି ସେଠାରୁ ପଳାଇ ଯାଇଥିଲେ। ଶେଷରେ ସେହି ଗ୍ରାମରେ ବାସନ୍ତୀ ସାମଲ ଏବଂ ବିଳାସିନୀ ବାରିକ୍ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା ଶୁଣିବା  ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଧୁସୁରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ପହଞ୍ଚି ବା ସଙ୍ଗେ ସଙ୍ଗେ ସେଠାରେ ଶାନ୍ତି ଲତା ଏକ କନ୍ୟା ସନ୍ତାନ ଜନ୍ମ ଦେଇ ଥିବା ସହ ମା ଏବଂ ସନ୍ତାନ ସୁସ୍ଥ ଥିବା ଜଣା ପଡିଛି। କିନ୍ତୁ ପରେ ଶୁଣିବାକୁ ମିଳିଥିଲା ଶାନ୍ତିଲତା ଙ୍କ ର ନିଜ ପଡୋଶୀ ମାନଙ୍କ ସହ ଭଲ ସମ୍ପର୍କ ନଥିବାରୁ ସେମାନେ ସାହାଯ୍ୟର ହାତ ବଢ଼ାଇ ନଥିଲେ।

Related Posts

About The Author

Add Comment