ଜେନାପୁର/୩୦/୦୩/ସନ୍ଧାନ ନିଉଜ୍/ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ରାଇଛନ୍ଦା ଗ୍ରାମ ପଞ୍ଚାୟତ ରାଇଛନ୍ଦା ଗ୍ରାମର (ଦଳେଇ ସାହି) ନିକଟରେ ଆଜି ସାନ୍ଧ୍ୟ ସମୟର ତିନି ଜଣ ଯୁବକ ନିଜ କର୍ମ ସ୍ଥଳରୁ ଏକ ମଟରସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଅଦିନିଆ କାଳ ବୈଶାଖୀ ମେଘ ପବନ ସାଙ୍ଗକୁ ଘଡ଼ଘଡି ବିଜୁଳି ମାରିଥିଲା, ହଟାତ ବାଇକ୍ ମଝିରେ ବସିଥିବା ଯୁବକ ଜଣଙ୍କ ରାଇଛନ୍ଦା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀବନ୍ଧ ଉପରେ ଟଳି ପଡ଼ିଥିଲେ, ଓ ଅନ୍ୟ ଦୁଇଜଣ ବନ୍ଧୁ ଚେତାସୁନ୍ୟ ହୋଇଯାଇଥିଲେ, ସଙ୍ଗେ ସଙ୍ଗେ ତିନି ଜଣଙ୍କୁ ଧର୍ମଶାଳା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ, ଏବଂ ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ଜଣଙ୍କୁ ମୃତ ଘୋଷଣା କରିଥିଲେ, ମୃତକ ଯୁବକ ଜଣଙ୍କ ହେଲେ ରାଇଛନ୍ଦା ଗ୍ରାମ (ଦଳେଇ ସାହି) ର ବିଜୟ ଦଳାଇଙ୍କ ପୁଅ ସୁଦର୍ଶନ ଦଳାଇ (୧୯) ବୋଲି ସୂଚନା ମିଳିଛି, ଅନ୍ୟ ଦୁଇଣ ଚିକିତ୍ସା ପରେ ସୁସ୍ଥ ଅଛନ୍ତି, ଏଭଳି ଏକ ଦୁଃଖଦ ଘଟଣାରେ ବ୍ରାହ୍ମଣୀ ବ୍ରିଜ୍ ଅଞ୍ଚଳରେ ଶୋକର ଛୟା ଖେଳିଯାଇଛି,।
ବଜ୍ରାଘାତରେ ଯୁବକ ମୃତ, ଅଳ୍ପକେ ବର୍ତିଲେ ଦୁଇସାଙ୍ଗ
|
March 30, 2023 |
