ବଜ୍ରାଘାତରେ ବୃଦ୍ଧଙ୍କ ଜୀବନ ଗଲା

Spread the love

ହରିଚନ୍ଦନପୁର, ୦୧/୦୫/୨୦ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଗୈ।ଣିଘଷା ଗ୍ରାମର ସକଳ ଦେହୁରୀ(୬୫) ଗୋରୁ ଚରାଇବାକୁ ନେଉଥିବା ସମୟରେ ବଜ୍ରାଘାତରେ ତାଙ୍କର ମୃତ ଘଟିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ଅପରାହ୍ନ ସମୟରେ ସକଳ ନିଜର ଗୋରୁ ଗୁଡିକୁ ଚରାଇବା ପାଇଁ ନେଇଥିଲେ । ଚରାଇବା ସମୟରେ ବର୍ଷା ସାଙ୍ଗକୁ ଘନଘନ ବିଜୁଳି ମାରିଥିଲା । ବର୍ଷା ବିଜୁଳି ମାରିବା ଦେଖି ସେ ଘରକୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଏକ ଗାଡି ଯୋଗେ ଆଣି ହରିଚନ୍ଦନପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ତଦନ୍ତ ଚଳାଇଛି ।

Related Posts

About The Author

Add Comment