ବୈପାରିଗୁଡା, ୨୭/୫ (ସନ୍ଧାନ ନିୟୁଜ) କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତ ର ପଣସପୁଟ ଗ୍ରାମରେ ବଜ୍ରାଘାତ ଘଟି ଗୋଟିଏ ଗାଈ ମୃତ ହେବା ସହ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି ।ଖବର ରୁ ପ୍ରକାଶ ଯେ,କାଳବୈଶାଖୀ ର ପ୍ରଭାବ ରେ ପଣସପୁଟ ଗ୍ରାମରେ ଘଡଘଡି ସହ ବର୍ଷା ହୋଇଥିଲା ।ଏହି ଘଡଘଡି ସମୟରେ ଗଙ୍ଗାଧର ସଗରିଆ ଙ୍କ ଗୁହାଳରେ ଗୋଟିଏ ଗାଈ ବନ୍ଧା ହୋଇଥିଲା ।ତେବେ ହଠାତ ଗୁହାଳ ନିକଟରେ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ହିଁ ଗାଈ ର ମୃତ୍ୟୁ ହୋଇଥିଲା ।ଏହି ଗାଈ ଗୁହାଳ ଗଙ୍ଗାଧର ଙ୍କ ଘର ଲାଗି ରହିଥିବାରୁ ଗଙ୍ଗାଧର ସଗରିଆ ଙ୍କ ଝିଅ ରୁକ୍ମଣୀ ସଗରିଆ (୧୭) ବଜ୍ରାଘାତରେ ଗୁରୁତର ହୋଇପଡିଥିଲେ ।ପରେ ପରିବାର ଲୋକେ ରୁକ୍ମଣୀ କୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି ।ରୁକ୍ମଣୀ ଙ୍କ ଡାହାଣ ହାତ ରେ ବଜ୍ରାଘାତ ପଡିଥିବା ଯୋଗୁଁ ହାତଟି ଅଚଳ ହୋଇପଡିଛି ।ବର୍ତ୍ତମାନ ରୁକ୍ମଣୀ ଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉର୍ଣ୍ଣତି ଆସିଥିବା ଜଣାପଡିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।