ବାଲେଶ୍ଵର, ୦୬/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ବିଲକୁ ଯାଉଛି । ପ୍ରଥମ ବର୍ଷାରେ ସାର ପକାଇଲେ ତଳି ଭଲ ବଢ଼ିବ । ସାର ଫିଙ୍ଗି ସଙ୍ଗେ ସଙ୍ଗେ ଫେରି ଆସିବି । ଏହା କହି ଘରୁ ଯାଇଥିଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ଆରବନ୍ଦ ଗ୍ରାମର ଚାଷୀ ମକରା ବିଶ୍ବାଳଙ୍କ ପୁଅ ନିତ୍ୟାନନ୍ଦ(୪୬) ଯିବାର କିଛି ସମୟ ପରେ ନିତ୍ୟାନନ୍ଦ ଆଉ ନାହାଁନ୍ତି ବୋଲି ତାଙ୍କ ଘରେ ଖବର ପହଞ୍ଚିଲା । ବର୍ଷାକୁ ଦେଖି ହସି ଉଠିଥିବା ଚାଷୀ ପରିବାର କାନ୍ଦ ବୋବାଳିରେ ଫାଟି ପଡ଼ିଲା । ନିତ୍ୟାନନ୍ଦଙ୍କୁ ଚେତାଶୂନ୍ୟ ଅବସ୍ଥାରେ ବିଲରୁ ଉଦ୍ଧାର କରାଯାଇ ବରମପୁର ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ କାନ ମୁଳି ଫାଟିଯାଇଥିଲା । ଶରୀରରେ କିଛି ପୋଡ଼ା ଚିହ୍ନ ଥିବାରୁ ବଡ୍ରାଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।
ବଜ୍ରପାତ : ତିନି ଚାଷୀ ସମେତ ୬ ମୃତ
|
August 6, 2020 |