ବଜ୍ରପାତରୁ ଅଳ୍ପକେବର୍ତିଲେ ମନ୍ଦିରବାବା:ଗଛ ଫାଟି ଦୁଇଫାଳ,

Spread the love
ଢେଙ୍କାନାଳ/୧୯/୦୪/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ)ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଡୁବୁରୀ ଗ୍ରାମ ନିକଟବର୍ତୀ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ମା ରାମଚଣ୍ଡୀ ମନ୍ଦିର ପରିସରରେ, ଗତ କାଲି ୫ ଟା ସମୟହେବ ସେଠାରେ ରହୁଥିବା ଦୁଇ ଜଣ ସନ୍ୟାସୀ ବାବା ମାଙ୍କ ବାଡ଼ି ବଗିଚାରେ ଲଗାଯାଇଥିବା ଫୁଲ ବଗିଚା ସହ ବହୁ ଔଷଧୀୟ ବୃକ୍ଷ ମାନଙ୍କର ରକ୍ଷଣାବେକ୍ଷଣ କରୁଥିବା ସମୟରେ ହଟାତ ମେଘ ପବନ ସାଙ୍ଗକୁ ବର୍ଜପାତ ଆସିଥିଲା । ଲଗାତାର ତିନୋଟି ବିଜୁଳି ମାରିବା ସହ ଏକ ଘଡ଼ଘଡ଼ି ମାରି ବଗିଚାରେ ଥିବା ଦୁଇଟି ଶାଗୁଆନ ଗଛକୁ ମୂଳରୁ ଉପର ପର୍ଯ୍ୟନ୍ତ ଦୁଇଫାଳ କରିଦେଇଥିବା ଦେଖିବାକୁ ମିଳିଛି ।ସବୁଠୁ ବଡ଼ କଥାହେଲା ସେଠାରେ  ବାବାଙ୍କ ସହ କିଛି ଭକ୍ତମାନେ ମଧ୍ୟ ଉପସ୍ଥିତ ଥିଲେ । ଖବର ନେବାରୁ ଜଣା ପଡ଼ିଛି ଯେ ମାଙ୍କ ଦୟାଳୁ କାହାର କିଛି କ୍ଷୟକ୍ଷତି ହୋଇନାହିଁ ।

Related Posts

About The Author

Add Comment