ଧର୍ମଶାଳା, ୦୧/୧୧ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ଗ୍ରାମପଞ୍ଚାୟତ ରେ ଅବସ୍ଥିତ ବଜ୍ରଗିରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପରମାନନ୍ଦ ସମାଲ ଙ୍କ ପାଇଁ ବିଦ୍ୟାଳୟ ପରିସର ରେ ତା31 -10-2019 ରିଖ ଗୁରୁବାର ଏଗାର ଘଟିକା ସମୟରେ ଏକ ବିଦାୟ କାଳିନ ସଭା ଅନୁଷ୍ଠିତ ହୋଇଯାଇଛି! ଉକ୍ତ ସଭାରେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀ ଅନନ୍ତ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ସନ୍ତୋଷ କୁମାର ଦାଶ ଛାତ୍ର ଛାତ୍ରୀ କର୍ମଚାରୀ ମାନଙ୍କୁ ସ୍ଵାଗତ କରିବା ସହିତ ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରିଥିଲେ! ଉକ୍ତ ସଭାରେ ଛାତ୍ର ଛାତ୍ରୀ ଅଭିଭାଷଣ ପ୍ରଦାନ କଲାବେଳେ ଭାବବିହ୍ଵଳ ହୋଇଯାଇଥିଲେ ! ଅର୍ଥନୀତି ବିଭାଗର ମୂଖ୍ୟ ଶ୍ରୀ ପତିତପାବନ ବଳସମନ୍ତ ଅଧ୍ୟକ୍ଷ ପରମାନନ୍ଦ ସାମଲ ଙ୍କୁ ମାନପତ୍ର ଓ ଉତରାଣୀୟ ଏବଂ ଫୁଲ ଗୁଛ ପ୍ରଦାନ କରିଥିଲେ!ଅଧ୍ୟାପକ ସଂଜୟ ସାମଲ, ନିରଞ୍ଜନ ଶାନ୍ତି, ପ୍ରଶାନ୍ତ ପାତ୍ର, ଲାଷ୍ମୀଧର ନାୟକ, ଗ୍ରନ୍ଥାଗାରକ ବିନୋଦ ପରିଡା ଓ ବରିଷ୍ଠ କିରାଣି ରତ୍ନାକର ନାୟକ, ଅମର ସାମଲ, ଵିଜୟ ସାହୁ, ଦେବାଶିଷ ବିଶ୍ୱାଳ,, ଅରବିନ୍ଦ ଦାଶ,ସେମାନଂକ ଭାଷଣ ରେ ଅଧ୍ୟକ୍ଷ କଂ କାର୍ଯ୍ୟଧାର ଓ ସମାୟାନୁବର୍ତିତା, ଛାତ୍ର ଓ ଛାତ୍ରୀ ମାନଙ୍କର ଗୁଣଗାନ କରିଥିଲେ! ଏହି ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିବା ଅଧ୍ୟାପକ ଶ୍ରୀ ବିବେକାନନ୍ଦ ସାମଲ ଓ ଅଫିସ ସହାୟକ କୁଳମଣି ନାୟକ ଅଧକ୍ଷ ଙ୍କ ସହିତ ସୁସମ୍ପର୍କ ଥିଲା ବୋଲି ଗୁଣ ଗାନ କରିଥିଲେ!ଶେଷରେ ଅଧ୍ୟାପିକା ସସ୍ମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ!
Report- N Rath