ବଜେଟ 2019-20: ଡିଜିଟାଲ ଦେୟକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ
ବଜେଟ 2019-20: ଡିଜିଟାଲ ଦେୟକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ
Manas Kumar Rout |
July 6, 2019 |

ନୂଆଦିଲ୍ଲୀ ୬/୭ (ସନ୍ଧାନ ନିୟୁଜ) ବର୍ଷକ ମଧ୍ୟରେ ବ୍ୟାଙ୍କ ଖାତାରୁ ୧ କୋଟି ଟଙ୍କାରୁ ଉର୍ଦ୍ଧ ଅର୍ଥ ଉଠାଇଲେ ୨ ପ୍ରତିଶତର ଟିଡିଏସ ଲାଗୁ କରାଯିବାର ବଜେଟରେ ପ୍ରସ୍ତାବ ରହିଛି। ଡିଜିଟାଲ ଦେୟ, କ୍ୟାସଲେସ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ କ୍ରମେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ତାଙ୍କ ବଜେଟ ଭାଷଣରେ।
ଭୀମ ୟୁପିଆଇ, ୟୁପିଆଇ-କ୍ୟୁଆର କୋଡ, ଆଧାର ପେ’, ବିଭିନ୍ନ ଡେବିଟ କାର୍ଡ, ଏନଇଏଫଟି, ଆରଟିଜିଏସ ଆଦି କମ ଖର୍ଚ୍ଚ ବିଶିଷ୍ଟ ଡିଜିଟାଲ ମୋଡର ଦେୟ ବ୍ୟବସ୍ଥା ଦ୍ୱାରା ନଗଦ ବିହୀନ ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ। ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ, ବାର୍ଷିକ ୫୦ କୋଟିରୁ ଉର୍ଦ୍ଧ୍ୱ କାରବାର କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ସେମାନଙ୍କ ଗ୍ରାହକମାନଙ୍କୁ ଏହି ନିମ୍ନ ଖର୍ଚ୍ଚ ବିଶିଷ୍ଟ ଡିଜିଟାଲ ମୋଡର ଦେୟ ବ୍ୟବସ୍ଥା ପ୍ରଦାନ କରିବେ ଏବଂ ବ୍ୟବସାୟ ରିହାତି ହାର ପାଇଁ ଗ୍ରାହକ ଓ ବ୍ୟବସାୟୀମାନଙ୍କଠାରୁ କୌଣସି ମୂଲ୍ୟ ନିଆଯିବ ନାହିଁ। ସେ କହିଲେ ଯେ “ଆରବିଆଇ ଓ ଅନ୍ୟ ବ୍ୟାଙ୍କ ଗୁଡିକ ସଂଚୟ ଅର୍ଥରୁ ଏହି ଖର୍ଚ୍ଚ ଭରଣା କରିବେ। ଜନ ସାଧାରଣ ଦେୟ ପ୍ରଦାନ ପାଇଁ ଡିଜିଟାଲ ମୋଡ ବ୍ୟବସ୍ଥା ଗ୍ରହଣ କରୁଥିବାରୁ ବ୍ୟାଙ୍କ ମାନଙ୍କୁ କମ ଅର୍ଥ କାରବାର କରିବାକୁ ପଡିବ ଏବଂ ଏହା ଫଳରେ ସେମାନେ ଏହି ଖର୍ଚ୍ଚ ଉଠାଇପାରିବେ।”
Odiapua
Related Posts
About The Author