ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ

Spread the love

ନୂଆଦିଲ୍ଲୀ,  ୧/୨/୨୦ (ସନ୍ଧାନ ନିଉଜ) : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ପ୍ରାରମ୍ଭିକ ଭାଷଣରେ ସେ ବକ୍ଷାଣିଛନ୍ତି ମୋଦି ସରକାରଙ୍କ ସଫଳତା। ଆଉ କହିଛନ୍ତି ଆମ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛି। ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କୁ ସହଯୋଗ କରିବା ଆମ କର୍ତ୍ତବ୍ୟ। ଜିଏସଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି। ଜାତୀୟ ସ୍ୱାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି ଜିଏସଟଇ ପ୍ରମାଣ କରିଦେଇଛି।

ସେ କହିଛନ୍ତି ବଜେଟରେ ଦେଶର ସବୁ ବର୍ଗଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ଚେଷ୍ଟା କରାଯାଇଛି। ଦେଶର ଲୋକମାନଙ୍କ ଆୟ ବୃଦ୍ଧି ମାଧ୍ୟମରେ ସାମଗ୍ରୀକଭାବେ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି । ଜିଏସଟି ଯୋଗୁ ଇନ୍ସପେକ୍ଟର ରାଜର ପରିସମାପ୍ତି ଘଟିଛି। ଗତ ୨ ବର୍ଷରେ ଆମେ ନୂଆ ୬୦ ଲକ୍ଷ ଟିକସଦାତାଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଛୁ। ଏପ୍ରିଲ ୨୦୨୦ରୁ ଟିକସ ଦାଖଲ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରାଯିବ। ଏଥିପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ।୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଆମର ଲକ୍ଷ୍ୟ। ସରକାରଙ୍କ ଋଣଭାର ୨୦୧୪ ମାର୍ଚ୍ଚରେ ୫୨.୨% ରହିଥିଲା। ହେଲେ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ୪୮.୭% ହୋଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଲେ ଚାଷକୁ ଗୁରୁତ୍ୱ ଦେଇ କୃଷିର ଉନ୍ନତି ପାଇଁ ୧୬ଟି ଆକ୍ସନ ପ୍ଲାନ। ଜଳାଭାବ ଦୂର ପାଇଁ ୧୦୦ଟି ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ଆଉ ରୋଜଗାରକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ସୋଲାର ପମ୍ପ ସ୍ଥାପନ କରିବାକୁ ୨୦ ଲକ୍ଷ ଚାଷୀଙ୍କ ପାଇଁ ଯୋଜନା। ୬.୧୧ କୋଟି ଚାଷୀଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କୁସୁମ ଯୋଜନାରେ ଦିଆଯିବ ସୌର ପମ୍ପସେଟ ଚାଷ କ୍ଷେତ୍ରରେ ସୌର ଶକ୍ତି ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ। ଚାଷ ଓ ଜଳସଂପଦ ବିଭାଗ ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ଅନୁଦାନ। ମାଛ ଉତ୍ପାଦନକୁ ୨୦୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି। ସମସ୍ତଙ୍କୁ ସାମାଜିକ ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ପେନସନ ଆଉ ବୀମା ଜରିଆରେ ସମସ୍ତଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବ। ସରକାର ଚାହୁଁଛନ୍ତି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭଲ ସଂପର୍କ ବଜାୟ ରହୁ।

ସେ କହିଛନ୍ତି କୃଷି ବଜାରଗୁଡ଼ିକୁ ଅଧିକ ମୁକ୍ତ କରାଯିବାର ଆବଶ୍ୟକତା ରହିଛ। ଏହା ସହ କୃଷି କ୍ଷେତ୍ରକୁ ଅଧିକ ପ୍ରତିଯୋଗିତା ମୂଳକ କରାଯିବା, କୃଷି କ୍ଷେତ୍ରରେ ଅଧିକ ଟେକନଲୋଜୀର ଉପଯୋଗ, ସ୍ଥାୟୀ ଓ ପରିବେଶ ଅନୁକୂଳ ଚାଷ ପଦ୍ଧତିର ଉପଯୋଗର ଆବଶ୍ୟକତା ରିହଛି। ଅନ୍ୟପକ୍ଷରେ ଜଳ ସମସ୍ୟା ରହୁଥିବା ଦେଶର ୧୦୦ଟି ଜିଲ୍ଲା ପାଇଁ କେତେକ ସ୍ୱତନ୍ତ୍ର ଘୋଷଣା କରାଯାଇଛି।

Related Posts

About The Author

Add Comment