ଯାଜପୁର ୧୪/୦୫ (ସନ୍ଧାନ ନିଉଜ) ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ୱେଲ ମାର୍କରେ ପରିଣତ ହୋଇଛି । ତେବେ ଏହି ୱେଲମାର୍କ ପରେ ଏବେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟାର ଭୟ ସୃଷ୍ଟି ହୋଇଛି । ତେବେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆସନ୍ତାକାଲି ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଝଡବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ଏହା ଝଡବାତ୍ୟାର ରୂପ ନେଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏହାପରେ ଗତି ବଦଳାଇ ଉତ୍ତର ଓ ଉତ୍ତରପୂର୍ବ ଦିଗକୁ ଗତି କରିବ ବୋଲି ସୂଚନା ଦିଆଯାଇଛି । ୧୮ ଓ ୧୯ ତାରିଖ ବେଳକୁ ଝଡବାତ୍ୟାର ରୂପରେଖ ସ୍ପଷ୍ଟ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଇଏମଡି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।