ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଆସନ୍ତା କାଲି ପାଇଁ ସ୍କୁଲ କଲେଜ ବନ୍ଦ

Spread the love
ଯାଜପୁର, ତା ୦୨ା୦୮ା୨୦୨୩ ରିଖ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଏଥି ଜନିତ ସମ୍ଭାବ୍ୟ ବୈତରଣୀ ନଦୀରେ ବନ୍ୟା ହେବାର ଦୃଷ୍ଟିକୁ ରଖି ତଟବର୍ତ୍ତୀ କୋରେଇ, ଯାଜପୁର, ବିଂଝାରପୁର ଓ ଦଶରଥପୁର ବ୍ଳ୍‌କ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଆସନ୍ତା କାଲି ତା ୦୩ା୦୮ା୨୦୨୩ ରିଖ ଗୋଟିଏ ଦିନ ପାଇଁ ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ ଉକ୍ତ ବ୍ଳକ ଗୁଡିକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ବନ୍ଦ ରଖାଯିବାପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଅଚ୍ଥି । ଏଥି ନିମନ୍ତେ ସଂପୃକ୍ତ ଅନୁଷ୍ଠାନ ଗୁଡିକର ମୁଖ୍ୟ ନିଜ ନିଜ ଅଧିନରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ନିର୍ଦ୍ଦେଶ ଦେବା ସହ ସମସ୍ତ ବରିଷ୍ଠ ଅଧିକାରୀ ମାନେ ସମ୍ଭାବ୍ୟ ବନ୍ୟାର ମୁକାବିଲା କରିବାକୁ ସଜାଗ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଚ୍ଥନ୍ତି ।
ଏହା କୋରେଇ, ଯାଜପୁର, ବିଂଝାରପୁର ଓ ଦଶରଥପୁର ବ୍ଳ୍‌କର ଜନସାଧାରଣ ତଥା ଜିଲ୍ଳ୍‌ାର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଳ୍‌ା ପ୍ରଶାସନ ତରପଂରୁ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅନୁବିଭାଗ ପକ୍ଷରୁ ଜଣାଇ ଦିଆଗଲା ।

Related Posts

About The Author

Add Comment