ଫୋନ୍‌ରେ କରିହେବ ପୋଲିସକୁ ଅଭିଯୋଗ

Spread the love
ଭୁବନେଶ୍ୱର, ୨୯/୦୩ (ସନ୍ଧାନ ନିୟୁଜ) : ସମଗ୍ର ଦେଶରେ କରୋନା ପାଇଁ ଲକ୍‌ଡାଉନ ଜାରି ରହିଥିବା ବେଳେ ଏହି ସମୟରେ କୌଣସି ବ୍ୟକ୍ତି ଥାନା କିମ୍ବା ଏସ୍‌ପି ଅଫିସ୍‌ ଯାଇ ଅଭିଯୋଗ କରିବା ସମ୍ଭବ ନାହେଁ। ସେଥିପାଇଁ ରାଜ୍ୟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଥାନାକୁ ନଯାଇ ମଧ୍ୟ ଟେଲିଫୋନ୍‌ ମାଧ୍ୟମରେ ଅଭିଯୋଗ ଦିଆଯାଇ ପାରିବ। ସେଥିପାଇଁ ସମସ୍ତ ଜିଲ୍ଲା ପୋଲିସ ହେଡ୍‌କ୍ୱାର୍ଟର ଓ ଥାନାରେ ଥିବା ଫୋନ୍‌ ବ୍ୟବସ୍ଥାକୁ ଅପଗ୍ରେଡ୍‌ କରାଯାଇଛି। ପୋଲିସ କର୍ମଚାରୀ ଫୋନ୍‌ ରିସିଭ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ପୋଲିସ ପାଖରେ ୫୦୦ରୁ ଅଧିକ ହେଲ୍‌ପଲାଇଲନ୍ ନମ୍ବର ରହିଛି। ଏସବୁ ହେଲ୍‌ପଲାଇନ୍‌ ନମ୍ୱର ଓଡ଼ିଶା ପୋଲିସ ୱେବସାଇଟ୍‌ରେ ଉପଲବ୍ଧ।

Related Posts

About The Author

Add Comment