ଭୁବନେଶ୍ୱର:୧୬/୫ (ସନ୍ଧାନ ନିୟୁଜ) ବିଜୁ ଯୁବବାହିନୀ ପରେ ଏବେ ଜାତିସଂଘର ପ୍ରଶଂସା ପତ୍ରର ସତ୍ୟତାକୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ।ଫୋନି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜୁ ଯୁବବାହିନୀ କୁଆଡେ ଗଲା ବୋଲି ତଥାଗତ ନିଜ ଖବର କାଗଜ‘ରେ ପ୍ରଶ୍ନ କରିଥିଲେ। ଏବେThe Times Of Indiaକୁ ସାକ୍ଷାତକାର ଦେଇ ଜାତିସଂଘ ଏବଂ ଅର୍ନ୍ତରାଷ୍ଟ୍ରିୟ ମିଡିଆର ସାବାସି ସାର୍ଟିଫିକେଟକୁ ତାତ୍ସଲ୍ୟ କରିଛନ୍ତି।
ଫୋନି ପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ପଟ୍ଟନାୟକ ସରକାର ସଫଳ ବୋଲି ଜାତିସଂଘ ପ୍ରଶଂସା କରିଛି।The New York Times ପରି ବିଦେଶୀ ଗଣମାଧ୍ୟମ ମଧ୍ୟ ଫୋନି ମୁକାବିଲା ନେଇ ନବୀନଙ୍କୁ ପ୍ରଶଂସା କରିଛନ୍ତି।ବାତ୍ୟାରେ କିପରି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ରଖାଯାଇ ପାରିବ ତାହା ଓଡ଼ିଶା ପରି ଗରିବ ରାଜ୍ୟ ଠାରୁ ଶିଖିବା ଉଚିତ ବୋଲି The New York Times ପ୍ରକାଶ କରିଛି।
Times Of Indiaକୁ ତଥାଗତଙ୍କ ସାକ୍ଷାତକାର
ଅପରପକ୍ଷରେ ଜାତିସଂଘ ଏବଂ The New York Timesର ପ୍ରଶଂସାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥି।ତଥାଗତ କହିଛନ୍ତି ଏଭଳି ପ୍ରଶଂସାପତ୍ରରେ ସେ ବିଶ୍ୱାସ ରଖନ୍ତି ନାହିଁ।ସମ୍ଭବତଃ ଅମଲାତନ୍ତ୍ରର(IAS) ମିଥ୍ୟା ପ୍ରଚାର ବଳରେ,ଏଭଳି ସାବସି ସାର୍ଟିଫିକେଟ୍ ଯୋଗାଡ଼ ହୋଇପାରିଛି।କାରଣ ବର୍ତ୍ତମାନ ସବୁକିଛି ଏଠି ସ୍ଥାଣୁ।ଏବେ ରାଜନୈତତିକ ସରକାର ଓଡ଼ିଶାରେ ନାହିଁ। ଫୋନିର ପରବର୍ତ୍ତି ସ୍ଥିତି ମୁକାବିଲାରେ ଅଳସୁଆମୀ ମନୋଭାବରୁ ଏହା ସ୍ପଷ୍ଟ ହେଉଛି।ଏପରିକି ପୂର୍ବରୁ ଫାଇଲିନ୍, ହୁଡୁହୁଡ ଏବଂ ତିତିଲ ପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବେଳେ ଦୂରଦୃଷ୍ଟିର ଅଭାବ ରହିଥିଲା।ବାତ୍ୟା କେବଳ ଗାଁରେ ହୁଏ ବୋଲି ପ୍ରଚାର କରାଯାଇ ପୁରୀ,ଭୁବନେଶ୍ୱର ଏବଂ କଟକ ପରି ସହରାଞ୍ଚଳର କ୍ଷୟକ୍ଷତି ଆକଳନରୁ ମିଡିଆକୁ ଦୂରେଇ ରଖାଗଲା।ତେଣୁ ଫୋନି ମୁକାବିଲା ନେଇ ବିଶ୍ୱସ୍ତରୀୟ ସଂଗଠନର ପ୍ରଶଂସାକୁ ନେଇ ମୋର ସନ୍ଦେହ ରହିଛି ବୋଲି ତଥାଗତ ସତପଥି କହିଛନ୍ତି।
ତଥାଗତଙ୍କ ସାକ୍ଷାତକାର
ଅବଶ୍ୟ ଫୋନିର ତାଣ୍ଡବରେ ଧ୍ୱସ୍ତ ହୋଇଛି ପୁରୀ,ଖୋର୍ଦ୍ଧା ଓ କଟକ ଜିଲ୍ଲା। ଫୋନି ଯିବାର ଦୁଇ ସପ୍ତାହେ ପରେ ମଧ୍ୟ ରାଜଧାନୀର ସବୁ ଅଞ୍ଚଳରେ ବିଦ୍ୟୁତ ଓ ପାଣି ମିଳୁନାହିଁ।ସରକାର କିନ୍ତୁ ମାତିଲେଣି ହକି ମ୍ୟାଚ ଆୟୋଜନ ପାଇଁ। ଆସନ୍ତା ଜୁନ୬ରୁ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱ ସିରିଜ ଏବେ ଓଡ଼ିଶା ସରକାରଙ୍କ ପ୍ରାଥମିକତାରେ ଆସିଯାଇଛି।ଜୁନ୬ରୁ ୧୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ସିରିଜ ଅନୁଷ୍ଠିତ ହେବ।ହକି ସିରିଜକୁ କିପରି ସଫଳ କରି ପୁଣି କିପକି ବିଦେଶୀ ମିଡିଆରୁ ସାର୍ଟିଫିକେଟ୍ ପାଇବେ ସେ ଯୋଜନାରେ ଅଛନ୍ତି କିଛି ଅଣଓଡ଼ିଆ ଅଫିସର।ସେ ସମୟରେ ତଥାଗତ ସତପଥିଙ୍କ ପରି ଅଭିଜ୍ଞ ରାଜନେତା,ଅଫିସରଙ୍କ ଚଞ୍ଚକତାର ପର୍ଦ୍ଦାଫାସ କରିଛନ୍ତି