ଫୋନି ପାଇଁ ପାଟଣା ପ୍ରଶାସନ କେତେ ତତ୍ପର ? ଖୋଲିନି କୋଣ୍ଟ୍ରଲ ରୁମ୍ କି ହୋଇନାହିଁ ଜରୁରୀ କାଳିନ ବୈଠକ
ଫୋନି ପାଇଁ ପାଟଣା ପ୍ରଶାସନ କେତେ ତତ୍ପର ? ଖୋଲିନି କୋଣ୍ଟ୍ରଲ ରୁମ୍ କି ହୋଇନାହିଁ ଜରୁରୀ କାଳିନ ବୈଠକ
Manas Kumar Rout |
May 3, 2019 |

ପାଟଣା, ୩/୫ (ସନ୍ଧାନ ନିୟୁଜ) ସାମୁଦ୍ରିକ ଝଡ଼ ଫୋନି ପାଇଁ କେନ୍ଦୁଝର ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରାଯାଇଥିବା ବେଳେ ଫୋନି ପାଇଁ ପାଟଣା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏଅଞ୍ଚଳରେ ଆଲୋଡ଼ନ ଦେଖା ଦେଇଛି । ଯଦି ପାଟଣା ଆଞ୍ଚଳରେ ଫୋନି ପ୍ରଭାବ ପକାଏ ତାହେଲେ ଲୋକେ କାହାର ସାହାଯ୍ୟ ମାଗିବେ । ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇଛି ପାଟଣାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି କି ? କେନ୍ଦୁଝର ଜିଲ୍ଲାକୁ ଫୋନି ଜୋନରେ ନାମିତ କରାଯାଇଛି, ତେଣୁକରି ଏଠାରେ ପ୍ରଭାବ ପକାଇବ ବୋଲି ପୂର୍ବାନୁମାନ କରାଯାଉଛି । ହେଲେ ପାଟଣା ଅଞ୍ଚଳରେ ଯଦି ଫୋନି ପ୍ରଭାବ ପୋକାଏ ତାହେଲେ ପାଟଣା ଜନସାଧାରଣଙ୍କ ଭଗବାନ ଭରସା ବୋଲି ବୃଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି । ଏବଂ ଏଅଞ୍ଚଳରୁ କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିବା ବେଳେ ଏଠାରେ କୈଣସି ବିପର୍ଯ୍ୟୟ ଆସିଲେ କଣ୍ଟ୍ରୋଲ ରୁମ୍ କିମ୍ବା ଜରୁରୀକାଳୀନ ସାହାଯ୍ୟ ପାଇଁ କେହି ନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଏ ସମ୍ପର୍କରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ସ୍ୱିଚ ଅଫ ଥିଲା । ଏଥିରୁ ପଷ୍ଟ ଅନୁମେୟ ଯେ ପାଟଣା ପ୍ରଶାସନ ଓ ବିପର୍ଯ୍ୟୟ ବିଭାଗର ଅଧିକାରୀ କେତେ ତତ୍ପର । ଫୋନି ପାଇଁ କେନ୍ଦୁଝର ଜିଲ୍ଲାକୁ ରେଡ଼ ଆଲର୍ଟ ଥିବା ବେଳେ ପାଟଣା ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

Related Posts
About The Author