ଫୋନି’ର ପ୍ରଭାବ, ବଂଶଧାରା ଏବଂ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା
ଫୋନି’ର ପ୍ରଭାବ, ବଂଶଧାରା ଏବଂ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା
Manas Kumar Rout |
May 3, 2019 |
ବିଶାଖାପଟନମ,୩/୫ (ସନ୍ଧାନ ନିୟୁଜ): ପୁରୀରେ ସାମୁଦ୍ରିକ ଝଡ଼ ‘ଫୋନି’ ଲ୍ୟାଣ୍ଡଫଲ୍ କରିବା ପରେ ଏହାର ପ୍ରଭାବ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ବହିବା ଫଳରେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ‘ଫୋନି’ର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏବେ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ଜଣାପଡ଼ିଛି। ତେବେ କାହାରି ମୃତ୍ୟୁ ହୋଇ ନଥିବା ବେଳେ ୩ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜିଲ୍ଲାପାଳ ଜେ.ନିଭାସ ପ୍ରତିକ୍ରିୟାରେ କହିଛନ୍ତି।
ଅମରାବତୀରେ ଥିବା ରିଏଲ ଟାଇମ ଗଭର୍ଣ୍ଣାନ୍ସ ସୋସାଇଟିର ରିପୋର୍ଟ ଅନୁଯାୟୀ, ଶ୍ରୀକାକୁଲମ ଜିଲ୍ଲାର କଞ୍ଚିଲ ମଣ୍ଡଳରେ ୧୯ ସେଣ୍ଟିମିଟର ସହ ସର୍ବାଧିକ ବର୍ଷାର ମାତ୍ରା ରେକର୍ଡ କରାଯାଇଛି। ତେବେ ବର୍ଷା ଏଭଳି ଜାରି ରହିଲେ ବଂଶଧାରା ଏବଂ ନାଗାବଳୀ ନଦୀରେ ବନ୍ୟା ଆସିପାରେ ବୋଲି ସମ୍ଭାବନା ରହିଛି। ସେହିପରି ବିଜୟନଗରମ ଏବଂ ବିଶାଖାପାଟନମରେ ମଧ୍ୟ ଗତକାଲି ଠାରୁ ବର୍ଷା ଜାରି ରହିଥିବା ସୂଚନା ରହିଛି।
ରେଳ ଯାତ୍ରାକୁ ସୁରକ୍ଷିତ ରଖିବା ପାଇଁ ବିଶାଖାପଟନମ ଏବଂ ହାଓ୍ୱଡା ମଧ୍ୟରେ ଶୁକ୍ରବାର ଏବଂ ଶନିବାର ମଧ୍ୟରେ ୧୦୦ଟି ଟ୍ରେନକୁ ବାତିଲ କରାଯାଇଛି। ଏଥିସହ ବିଶାଖପାଟନମରୁ ୨୨ଟି ବିମାନର ଉଡ଼ାଣ ବାତିଲ ହୋଇଛି।
for More News click below
www.sandhannews.com
Related Posts
About The Author